ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଦକ୍ଷିଣ ଚୀନ୍‌ ସାଗରକୁ ଟାର୍ଗେଟ୍‌: ‘ସାଇଲେଣ୍ଟ’ ପରମାଣୁ ବୁଡ଼ାଜାହାଜ ବନାଉଛି ଚୀନ୍‌, ଟ୍ରାକ୍‌ କରିବା ହେବ ମୁସ୍କିଲ୍

ନୂଆଦିଲ୍ଲୀ,୧୨/୧୧: ଚୀନ୍‌ ଏକ ଅତ୍ୟନ୍ତ ଘାତକ ‘ସାଇଲେଣ୍ଟ’ ପରମାଣୁ ବୁଡ଼ାଜାହାଜ ବନାଉଛି । ରୁଷ୍‌ ଏଥିରେ ପ୍ରତ୍ୟକ୍ଷ ଭାବେ ସହଯୋଗ କରୁଛି । ଆମେରିକା ଏବଂ ଅନ୍ୟ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଦୃଷ୍ଟିରେ ରଖି ଚୀନ୍‌ ଏହି ୦୯୬ ଟାଇପ୍‌ ବାଲିଷ୍ଟିକ୍‌ ମିସାଇଲ୍‌ ବୁଡ଼ାଜାହାଜ ନିର୍ମାଣ କରୁଛି । ଚଳିତ ଦଶନ୍ଧି ଶେଷ ବେଳକୁ ଏହା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଯିବ । ଏହି ପରମାଣୁ ବୁଡ଼ାଜାହାଜରେ ରୁଷ୍‌ର ପ୍ରଯୁକ୍ତି ବ୍ୟବହାର କରାଯାଉଛି । ସୂତ୍ର ମୁତାବକ, ଏହି ଜାହାଜ ସମୁଦ୍ର ଭିତରେ ଯିବା ବେଳେ କୌଣସି ଶବ୍ଦ କରିବ ନାହିଁ । ଫଳରେ ଏହାକୁ ଟ୍ରାକ୍‌ କରିବା ମୁସ୍କିଲ ହୋଇପଡ଼ିବ । ଏମିତି କି ଆମେରିକା କିମ୍ବା ଏହାର ଅନ୍ୟ ସହଯୋଗୀ ଦେଶଗୁଡ଼ିକ ମଧ୍ୟ ଏହାର ଟେର୍‌ ପାଇପାରିବେ ନାହିଁ ।

ଚଳିତବର୍ଷ ଆମେରିକାରେ ନାଭାଲ୍‌ ୱାର୍‌ କଲେଜରେ ଅନୁଷ୍ଠିତ ସମ୍ମିଳନୀରେ ମଧ୍ୟ ଏହି ପ୍ରସଙ୍ଗ ନେଇ ଚର୍ଚ୍ଚା ହୋଇଥିଲା । ଚୀନ୍‌ର ମାରିଟାଇମ୍‌ ଷ୍ଟଡିଜ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଗଷ୍ଟରେ ଏକ ଆଲେଖ୍ୟରେ ନୂଆ ପରମାଣୁ ବୋମା ବହନକାରୀ ବୁଡ଼ାଜାହାଜ ବାବଦରେ ସୂଚନା ଦେଇଥିଲା । ଦକ୍ଷିଣ ଚୀନ୍‌ ସାଗର ଏବଂ ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ନିଜ ପ୍ରଭାବ ବିସ୍ତାର ଉଦ୍ଦେଶ୍ୟରେ ଚୀନ୍‌ ଏହାକୁ ନିର୍ମାଣ କରୁଛି ।

ଚୀନ୍‌ର ଏହି ଜାହାଜ ଜଳାବତରଣ କରିବା ପରେ ଭାରତ, ଆମେରିକା, ଜାପାନ ଏବଂ ଏମାନଙ୍କ ସହଯୋଗୀ ଦେଶଗୁଡ଼ିକର ଚିନ୍ତା ବଢ଼ିଯିବ । ଏମାନଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ୍‌ ସୃଷ୍ଟି ହେବ । ତେବେ ଭାରତ ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ପାଖରେ ମଧ୍ୟ ସାଇଲେଣ୍ଟ ପରମାଣୁ ବୁଡ଼ାଜାହାଜ ଅଛି । କିନ୍ତୁ ଚୀନ୍‌ ଯେଉଁ ଜାହାଜ ନିର୍ମାଣ କରୁଛି ତାହା ଅତ୍ୟନ୍ତ ଘାତକ ହୋଇପାରେ ବୋଲି କୁହାଯାଉଛି ।

ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ମୁତାବକ, ପରମାଣୁ ଅସ୍ତ୍ର ବିକଶିତ ପାଇଁ ଇରାନ୍‌ ପାଖରେ ମଧ୍ୟ ପର୍ଯ୍ୟାପ୍ତ ସାମଗ୍ରୀ ରହିଛି । ସେହିଭଳି ବେଲାରୁଷରେ ରୁଷ୍‌ ପରମାଣୁ ବୋମା ମୁତୟନ ଲାଗି ସବୁଜ ପତାକା ଦେଖାଇ ସାରିଛି । ଏଭଳି ସ୍ଥିତିରେ ପରମାଣୁ ଦୌଡ଼ରେ ବେଲାରୁଷ ବି ସାମିଲ ହୋଇଯିବ । ସ୍ୱିଡେନ୍‌ ଭିତ୍ତିକ ଥିଙ୍କ୍‌ଟ୍ୟାଙ୍କ୍‌ ସିପ୍‌ରି ମୁତାବକ, ବିଶ୍ୱରେ ପରମାଣୁ ଅସ୍ତ୍ରଶସ୍ତ୍ର ଉପରେ ଫୋକସ୍‌ ବଢ଼ିଯାଇଛି । ବିଶ୍ୱରେ ଏବେ ୧୨,୫୧୨ ପରମାଣୁ ବୋମା ରହିଛି । ଏଥିମଧ୍ୟରୁ ୯,୫୭୬ଟି ଆକ୍ରମଣ ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ । ଗତବର୍ଷ ତୁଳନାରେ ଏହି ଅସ୍ତ୍ର ସଂଖ୍ୟା ୯୬ ବଢ଼ିଛି । ଭାରତ ତୁଳନାରେ ଚୀନ୍‌ ଓ ପାକିସ୍ତାନ ନିଜ ପରମାଣୁ ବୋମା ସଂଖ୍ୟା ବୃଦ୍ଧି କରିଛନ୍ତି । ଚୀନ୍‌ ବର୍ଷକରେ ୬୦, ପାକିସ୍ତାନ ୫ଟି ପରମାଣୁ ସଂଖ୍ୟା ବଢ଼ାଇଥିବା ବେଳେ ଭାରତ ୪ଟି ବିକଶିତ କରିଛି ।

Copyright © 2022 - Summa Real Media Private Limited. All Rights Reserved.