ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଧରାପଡ଼ିଲା ଚୀନ୍‌ର ଚାଲାକି, ଭୁଟାନ ସୀମାରେ ତିଆରି କଲାଣି ୨୩୫ ଘର

ନୂଆଦିଲ୍ଲୀ: ଚୀନ୍‌ର ଚାଲାକି ଆଉ କାହାକୁ ଅଛପା ନାହିଁ । ନିଜର ବିସ୍ତାରବାଦୀ ନୀତି ଯୋଗୁ ଚୀନ୍‌ ବଦନାମ ଥିବା ବେଳେ ଏବେ ପଡ଼ୋଶୀ ଭୁଟାନ ଉପରେ ଲୋଲୁପ ଦୃଷ୍ଟି ପକାଇଥିବା ଖବର ସାମ୍ନାକୁ ଆସିଛି । ଭୁଟାନ ସୀମାରେ ଚୀନ୍‌ କବଜା କରୁଥିବା ନେଇ ବିଭିନ୍ନ ସମୟରେ ଚାଞ୍ଚଲ୍ୟକର ଖୁଲସା ହୋଇଛି । ଆଉ ଏବେ ଭୁଟାନ ସୀମାରେ ଚୀନ୍‌ ୨୦୦ରୁ ଅଧିକ ଘର ଥିବା ଏକ ଗାଁ ସ୍ଥାପନ କରିଛି ।

ସାଟେଲାଇଟ ଇମେଜରୁ ଚୀନର ଏହି ଚାଲ୍‌ ସଂପର୍କରେ ଜଣାପଡ଼ିଛି । ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟରେ ପ୍ରକାଶିତ ଖବର ଅନୁସାରେ, ଭୁଟାନ ସୀମାରେ ଚୀନ୍ ନିଜର ସାମ୍ରାଜ୍ୟ ବୃଦ୍ଧି କରିବାରେ ଲାଗିଛି । ଭୁଟାନ ସୀମାରେ ବିବାଦୀୟ ସ୍ଥାନରେ ଚୀନ୍‌ ଗାଁ ନିର୍ମାଣ କରିଛି ।

 ଏହି ଗାଁରେ ତିବ୍ବତର ଲୋକମାନଙ୍କୁ ଘର ଦେଉଛି ଚୀନ୍‌ । ପ୍ରଥମେ ୨୮ ଡିସେମ୍ବର ୨୦୩ରେ ଚୀନ୍‌ ୧୮ ଜଣ ତିବ୍ବତୀୟଙ୍କୁ ସେଠାରେ ବସବାସ କରିବାକୁ ଅନୁମତି ଦେଇଥିଲେ ଜିନପିଙ୍ଗ ସରକାର । ପ୍ରଥମ ପର୍ଯ୍ୟାୟରେ ୭୦ଟି ଘରେ ୨୦୦ ଜଣ ଲୋକ ରହୁଥିଲେ । ଏବେ ସେଠାରେ ୨୦୦ ଘର ନିର୍ମାଣ କରିସାରିଛି ଚୀନ୍ । 

ଗରିବୀ ନିରାକରଣ କାର୍ଯ୍ୟକ୍ରମ ଜରିଆରେ ଚୀନ୍ ବିବାଦୀୟ ସ୍ଥାନରେ ଘର ନିର୍ମାଣ କରିଆସୁଛି । ଏହାକୁ ଧିରେ ଧିରେ ଚୀନ୍‌ ନିଜର ପ୍ରତିରକ୍ଷା କ୍ଷେତ୍ରରେ ମହତ ଯୋଜନା ବୋଲି ଦାବି କରୁଛି । ମକ୍ସର ଟେକନୋଲୋଜି ଦ୍ବାରା ଉତ୍ତୋଳିତ ଇମେଜରେ ୩ଟି ଚୀନ୍‌ ଗାଁ ସଂପର୍କରେ ଜଣାପଡ଼ିଛି । ଗ୍ୟାଲଫୁଗ ଏବଂ ତମାଲୁଙ୍ଗ ଏହି ଦୁଇଟି ସ୍ଥାନରେ ଚୀନ୍‌ ନିଜର ଗାଁ ଯୋଜନା ଚଳାଇଛି । ଗ୍ୟାଲଫୁଗ ଓ ତମାଲୁଙ୍ଗରେ ଚୀନ୍ ଗାଁ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିଛି । 

  • China
  • Bhutan
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.