ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ଜି-୨୦ କୁ ଆସିବେନି ଜିନ୍‌ପିଙ୍ଗ୍, ଅସନ୍ତୋଷ ପ୍ରକାଶ କଲେ ବାଇଡେନ୍; କହିଲେ...

ନୂଆଦିଲ୍ଲୀ,୦୪/୦୯: ସେପ୍ଟେମ୍ବର ମାସ ୯ ଓ ୧୦ ତାରିଖରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ ନାହିଁ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍। ତାଙ୍କ ପରିବର୍ତ୍ତେ ଚୀନ୍‌ ପ୍ରଧାନମନ୍ତ୍ରୀ ଲି କ୍ବାଙ୍ଗ୍‌ ଯୋଗ ଦେବେ। ତେବେ ଏ ସଂକ୍ରାନ୍ତରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରବିବାର କହିଛନ୍ତି ଯେ ସେ ଜି -୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତ ଗସ୍ତରେ ଆସିବାକୁ ଅପେକ୍ଷା କରିଛନ୍ତିକିନ୍ତୁ ତାଙ୍କ ଚୀନ୍ ପ୍ରତିପକ୍ଷ ସି ଜିନପିଙ୍ଗ ଏହି ସମ୍ମିଳନୀରେ ଯୋଗଦେବେ ନାହିଁ ବୋଲି ନିରାଶ ହୋଇଛନ୍ତି। 

ଆମେରିକାର ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ବାଇଡେନ ଏହି ମନ୍ତବ୍ୟ ଦେଇଛନ୍ତି। ସେ ଭାରତ ଏବଂ ଭିଏତନାମ ଗସ୍ତକୁ ଅପେକ୍ଷା କରିଛନ୍ତି କି ବୋଲି ପଚରାଯାଇଥିବା ବେଳେ ଆମେରିକାର ରାଷ୍ଟ୍ରପତି କହିଛନ୍ତି ଯେ 'ହଁ ମୁଁ ସେପ୍ଟେମ୍ବର ୯ (ଶନିବାର) ରୁ ସେପ୍ଟେମ୍ବର ୧୦ (ରବିବାର) ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଜି -୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଅପେକ୍ଷା କରିଛି।'

ପଢ଼ନ୍ତୁ: ହତ୍ୟା ମାମଲାରେ ମା’ ଦେଲେ ସାକ୍ଷୀ, ପୁଅକୁ ହୋଇଗଲା ଆଜୀବନ କାରାଦଣ୍ଡ

ଜିନ୍‌ପିଙ୍ଗ୍‌ ଶିଖର ସମ୍ମିଳନୀରେ ଯୋଗଦେବେ ନାହିଁ ବୋଲି ରିପୋର୍ଟ ହେବା ପରେ ଏହା ଉପରେ ମନ୍ତବ୍ୟ ଦେଇ ବାଇଡେନ କହିଛନ୍ତି 'ମୁଁ ନିରାଶ ହୋଇଛି, କିନ୍ତୁ ମୁଁ ତାଙ୍କୁ ଭେଟିବାକୁ ଯାଉଛି। ସେ ଚଳିତ ବର୍ଷ ଶେଷରେ ଏସିଆ-ପ୍ରଶାନ୍ତ ଅର୍ଥନୈତିକ ସହଯୋଗ ଫୋରମ୍ ବୈଠକ ପାଇଁ ସାନ ଫ୍ରାନ୍ସିସ୍କୋରେ ସିଙ୍କୁ ଭେଟିବେ। ହ୍ବାଇ ହାଉସ ରିପୋର୍ଟ ଅନୁସାରେ ସେପ୍ଟେମ୍ବର ୭ (ଗୁରୁବାର) ଦିନ ବାଇଡେନ ଭାରତରେ ପହଞ୍ଚିବେ ବୋଲି ଆଶା କରାଯାଉଛି। ସେପ୍ଟେମ୍ବର ୮ ରେ ଶିଖର ସମ୍ମିଳନୀରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ।

ସୂଚନାଥାଉକି ଜି -୨୦ ଶିଖର ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍, ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସ୍‌, ଜର୍ମାନ ଚାନ୍ସେଲର ଓଲାଫ ସ୍କୋଲ୍ଜ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନାକ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଏବଂ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଦା ସିଲଭା ଯୋଗ ଦେବେ।  ତେବେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଏହି ଶିଖର ସମ୍ମିଳନୀରେ ଯୋଗ ଦେବେ ନାହିଁ ବୋଲି କହିଛନ୍ତି।

You can aslo read: 

ଋଣ ଯନ୍ତାରେ ଅଭିବୃଦ୍ଧିଶୀଳ ରାଷ୍ଟ୍ର, ଜି-୨୦ରେ ପାଲଟିବ ପ୍ରମୁଖ ପ୍ରସଙ୍ଗ


 

G-20
india
Xi Jinping
joe biden

Copyright © 2022 - Summa Real Media Private Limited. All Rights Reserved.