ପ୍ରମୁଖ ଖବର
  • ଓଡ଼ିଶା ଗଞ୍ଜେଇ ଚକୋଲେଟ୍‌ରେ ଝୁମୁଛି ହାଇଦ୍ରାବାଦ: ବାଲେଶ୍ୱରରେ ତିଆରି, ଦାଦନଙ୍କ ମାଧ୍ୟମରେ ହେଉଛି ଚାଲାଣ
  • ||
  • ଓସ୍ତପୁର ହଳଦିଢ଼ିଅ ନିକଟ ଗଛକୁ ପିଟିଲା ବୋଲେରୋ: ୩ ମୃତ, ୪ ଗୁରୁତର
  • ||
  • ଆଜି ୫-ଟି ଅଧ୍ୟକ୍ଷଙ୍କ ଅନୁଗୁଳ ଗସ୍ତ, ଛାତ୍ରବୃତ୍ତି ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ରାଜ୍ୟରେ ଆହୁରି ତିନି ଦିନ ବର୍ଷା: ଉପକୂଳରେ ଅଧିକ ବର୍ଷିବା ସମ୍ଭାବନା, ୨୮ ଯାଏ କୋହଲା ପାଗ
  • ||

ଶରଣ ଶ୍ରୀକ୍ଷେତ୍ରରୁ ପ୍ରତି ସପ୍ତାହରେ ଧାଇଁ ଆସନ୍ତି ଶଙ୍ଖକ୍ଷେତ୍ର, ସାଙ୍ଗରେ ଆଣୁଛନ୍ତି ତୁଳସୀ, ଦୟଣା ଓ ଫୁଲ

ଭୁବନେଶ୍ୱର,୧୦/୧୨: ଢେଙ୍କାନାଳରୁ ପୁରୀକୁ ଦୀର୍ଘପଥର କ୍ଳାନ୍ତିପୂର୍ଣ୍ଣ ଯାତ୍ରା । ତେବେ ଏ ଯାତ୍ରା ବର୍ଷକୁ ଅବା ମାସକୁ ଥରେ ଅବା ଦୁଇ ଥର ନୁହେଁ ।  ଏ ଯାତ୍ରା ପ୍ରତି ସପ୍ତାହରେ, ବିନା କୌଣସି ବିରାମରେ । ଏଭଳି ଦୁରୁହ କାର୍ଯ୍ୟକୁ ସମ୍ଭବ କରି ଦେଖାଇଛନ୍ତି ଶରଣ ଶ୍ରୀକ୍ଷେତ୍ର ଏକଘରିଆ ଢେଙ୍କାନାଳର  ଦୀନକୃଷ୍ଣ ଦାସ ଓରଫ ଚିଣ୍ଟୁ ବାବା । ପ୍ରତି ସପ୍ତାହରେ ଧାଇଁ ଆସନ୍ତି ପୁରୀକୁ ।  

ପ୍ରଭୁ ଜଗନ୍ନାଥଙ୍କ ଅତି ପ୍ରିୟ ତୁଳସୀ, ଦୟଣା, ଫୁଲ ଓ ଭୋଗ ନେଇ ।  ତାଙ୍କ ପାଇଁ ରାତି ନାହିଁ ଦିନ ନାହିଁ ଖରା ନାହିଁ କି ବର୍ଷା ନାହିଁ । ସେ କେବଳ ପ୍ରଭୁଙ୍କ ଆଶୀର୍ବାଦରେ ଛୁଟି ଆସନ୍ତି । ବାଟରେ ଅଗଣିତ ଭକ୍ତ ଅପେକ୍ଷା କରି  ରହିଥାନ୍ତି ତାଙ୍କ ବାଟକୁ ତୃଷାର୍ତ୍ତ ନୟନରେ । ଦୀନକୃଷ୍ଣ ମଧ୍ୟ ଅତି ଆନନ୍ଦରେ ଗ୍ରହଣ କରିଥାନ୍ତି ଭକ୍ତମାନେ ପ୍ରଭୁଙ୍କୁ ଅର୍ପଣ ଲାଗି ଦେଇଥିବା ଭୋଗ, ଫୁଲ  ଇତ୍ୟାଦିକୁ । ଏହା ତାଙ୍କୁ ଅପାର ଆନନ୍ଦ ଦେଇଥାଏ ବୋଲି କହିଛନ୍ତି ଦୀନକୃଷ୍ଣ ।  ଆମଣପଡ଼ା ବ୍ରାହ୍ମଣଶାସନର ବ୍ରହ୍ମାନନ୍ଦ ଦାଶ ତାଙ୍କୁ ସ୍ୱାଗତ ଜଣାଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.