ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
  • ||
  • ଭଦ୍ରକ : ସାଲାଇନ ନଦେବାରୁ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼, ଜଣେ ଅଟକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ଅମିନ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ଦ୍ୱାରାଶୁଣି ଘାଟିରେ ଖସିଲା ପିଆଜ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • କଟକ: ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ଏବେ ରେଜଲ୍ଟକୁ ଅପେକ୍ଷା
  • ||
  • ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ, ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
  • ||
  • କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
  • ||
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ପୃଥିବୀରେ ବୃଦ୍ଧି ପାଉଛି ଗ୍ରୀନ୍‌ ହାଉସ୍‌ ଗ୍ୟାସ, ତୈଳ କମ୍ପାନିଙ୍କ ପାଇଁ କର ବା ମର ସ୍ଥିତି

ନୂଆଦିଲ୍ଲୀ,୦୩/୧୨: ବିଶ୍ୱ ତାପମାତ୍ରା ବଢ଼ିଚାଲିଛି । ପୃଥିବୀରେ ବୃଦ୍ଧି ପାଉଛି ଗ୍ରୀନ୍‌ ହାଉସ୍‌ ଗ୍ୟାସ । ସମୟ ପୂର୍ବରୁ ସ୍ଥିତିକୁ ନ ସୁଧାରିଲେ ଭୟଙ୍କର ପରିଣାମ ଭୋଗିବେ ପରବର୍ତ୍ତୀ ପିଢ଼ି । ବର୍ତ୍ତମାନ ସ୍ଥିତିରେ ତୈଳ ଏବଂ ଗ୍ୟାସ ଉତ୍ପାଦନକାରୀଙ୍କ ନିକଟରେ କର ବା ମର ସ୍ଥିତି । ସମାଧାନର ବାଟ ଖୋଜିବେ ନ ହେଲେ ଜଳବାୟୁ ସଂକଟକୁ ତେଜି ପୃଥିବୀକୁ ଉତ୍ତପ୍ତ ପିଣ୍ଡୁଳା କରିଦେବେ । ଯାହାଫଳରେ କୋଟି କୋଟି ମୂଲ୍ୟବାନ ଜୀବନ ପ୍ରଦୁଷଣର ଚରମ ଦଶା ଭୋଗିବା ଥୟ । ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି(ଆଇଇଏ)ପକ୍ଷରୁ ଜାରି ଏକ ରିପୋର୍ଟରେ ସାମ୍ପ୍ରତିକ ଜଳବାୟୁ ପରିସ୍ଥିତି ଏବଂ ଏ ଦିଗରେ ତୈଳ ଓ ଗ୍ୟାସ ଉତ୍ପାଦନକାରୀଙ୍କ ଦାୟିତ୍ୱ ଉପରେ ଉଲ୍ଲେଖ କରାଯାଇଛି । ତେବେ ସ୍ଥିତିକୁ ନିୟନ୍ତ୍ରଣକୁ ନ ଆଣିଲେ ବିଶ୍ୱ ଭୟଙ୍କର ପରିସ୍ଥିତିର ସାମ୍ନା କରିବାକୁ ଯାଉଥିବା ଏହା ଚେତାବନି ଦେଇଛି ।

ବିଡ଼ମ୍ବନାର ବିଷୟ ହେଉଛି ସ୍ୱଚ୍ଛ ଶକ୍ତିରେ ଶିଳ୍ପର ନିବେଶ ସମୁଦ୍ରକୁ ଶଙ୍ଖେ । ରିପୋର୍ଟ ଅନୁସାରେ, ତୈଳ ଏବଂ ଗ୍ୟାସ ଉତ୍ପାଦନକାରୀମାନେ ପୃଥିବୀକୁ ଉତ୍ତପ୍ତ କରୁଥିବା ଗ୍ୟାସ ପ୍ରଚୁର ମାତ୍ରାରେ ଛାଡ଼ି ଚାଲିଛନ୍ତି କିନ୍ତୁ ସ୍ୱଚ୍ଛ ଶକ୍ତିରେ ନିବେଶ କରି ପରିସ୍ଥିତିକୁ ସମ୍ଭାଳିବାରେ ସେଭଳି ଆଖିଦୃଶିଆ ପଦକ୍ଷେପ ନେଉନାହାନ୍ତି । ରିପୋର୍ଟ ଅନୁସାରେ, ସ୍ୱଚ୍ଛ ଶକ୍ତିରେ ସମଗ୍ର ବିଶ୍ୱରେ ଯେତିକି ନିବେଶ ହେଉଛି ସେଥିରେ ମାତ୍ର ୧% ଯୋଗଦାନ ରଖିଛନ୍ତି ତୈଳ ଏବଂ ଗ୍ୟାସ କମ୍ପାନି । ଅପରପକ୍ଷରେ, ଏମାନେ ମିଥେନ୍‌ ସହିତ ଅନେକ ଭୟଙ୍କର ଗ୍ୟାସ ନିର୍ଗମନ କରି ପୃଥିବୀକୁ ଉତ୍ତପ୍ତ କରିଚାଲିଛନ୍ତି । ପ୍ରକାଶଯୋଗ୍ୟ, ଅଙ୍ଗାରକାମ୍ଳଠାରୁ ୮୦ ଗୁଣା ଭୟଙ୍କର ହେଉଛି ମିଥେନ । ଯଦି ବିଶ୍ୱ ତାପମାତ୍ରା ବୃଦ୍ଧିକୁ ପ୍ରାକ୍‌-ଶିଳ୍ପ ସ୍ତରରୁ ୧.୫ ଡିଗ୍ରୀ ସେଲ୍‌ସିୟସ୍‌କୁ ସୀମିତ କରିବାର ଅଛି, ତେବେ ଦୃଢ଼ ଏବଂ ଦ୍ରୁତ ପଦକ୍ଷେପ ଅତ୍ୟନ୍ତ ଜରୁରୀ ବୋଲି ଆଇଇଏ ପ୍ରକାଶ କରିଛି । 

ମିଳିତ ଜାତିସଂଘର ବିଶ୍ଳେଷଣ ଅନୁସାରେ, ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ପୃଥିବୀର ତାପମାତ୍ରା ପ୍ରାୟ ୩ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ପାଇବ । ବିଶ୍ୱକୁ ଏହା ବହୁ ମାତ୍ରାରେ ବିପର୍ଯ୍ୟସ୍ତ କରିଦେଇପାରେ ବୋଲି ବୈଜ୍ଞାନିକମାନେ ସତର୍କ କରିଥିବାବେଳେ ଉପରୋକ୍ତ ରିପୋର୍ଟ ଜାରି କରିଛି ଆଇଇଏ । ପୋଲାର ଆଇସ୍‌ ସିଟ୍‌ର ପତନ ଘଟିବ । 

ଦୁବାଇରେ ଆୟୋଜିତ ଜାତିସଂଘର ପରିବେଶ ସମ୍ମିଳନୀ ସିଓପି୨୮ରେ ତୈଳ ଏବଂ ଗ୍ୟାସ ଶିଳ୍ପ ପରିବେଶକୁ ନେଇ ନିରାଟ ସତ୍ୟର ସାମ୍ନା କରୁଥିବା ଆଇଇଏ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଫାତିହ ବିରୋଲ ପ୍ରକାଶ କରିଛନ୍ତି । ବିରୋଲ କହିଛନ୍ତି ଯେ,  ଭୂଇଁରୁ ତୈଳ ଏବଂ ଗ୍ୟାସ ଉତ୍ତୋଳନ, ଇନ୍ଧନର ପ୍ରକ୍ରିୟାକରଣ ଏବଂ ଉପଭୋକ୍ତାଙ୍କୁ ଏହାର ଯୋଗାଣ ବେଳେ କମ୍ପାନିଗୁଡ଼ିକୁ ପରିବେଶ ଅନୁକୂଳ ପଦ୍ଧତି ଆପଣାଇ ଉତ୍ତପ୍ତ ଗ୍ୟାସଜନିତ ପ୍ରଦୁଷଣକୁ କମାଇବାକୁ ପଡ଼ିବ । କାରଣ ଏହି ୩ଟି ପ୍ରକ୍ରିୟାରୁ ପାଖାପାଖି ୧୫% ଶକ୍ତିଭିତ୍ତିକ ଗ୍ରୀନ୍‌ ହାଉସ୍‌ ଗ୍ୟାସ ପ୍ରଦୁଷଣ ହୋଇଥାଏ । ଅନ୍ୟପକ୍ଷରେ, ମିଥେନ୍‌ ପ୍ରଦୁଷଣକୁ ୨୦୩୦ ସୁଦ୍ଧା ୬୦%ରୁ ଅଧିକ କମାଇବାକୁ ପଡ଼ିବ ବୋଲି ଆଇଇଏ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ରିପୋର୍ଟ ଅନୁସାରେ, ଗତବର୍ଷ ତୈଳ ଏବଂ ଗ୍ୟାସ ଶିଳ୍ପ ସ୍ୱଚ୍ଛ ଶକ୍ତି ପ୍ରକଳ୍ପଗୁଡ଼ିକରେ ପ୍ରାୟ ୨୦୦୦ କୋଟି ଡଲାର ନିବେଶ କରିଛନ୍ତି । ଏହା ଶିଳ୍ପର ମୋଟ ପୁଞ୍ଜି ବ୍ୟୟର ମାତ୍ର ୨.୫% । ଏହି ଭାଗ ୨୦୩୦ ସୁଦ୍ଧା ୫୦% ପର୍ଯ୍ୟନ୍ତ ବଢ଼ିବା ଦରକାର । ଏହା ହେଲେ ହିଁ ବିଶ୍ୱ ତାପନ କମ୍‌ ବିପଜ୍ଜନକ ସ୍ତର(୧.୫ ଡିଗ୍ରୀ)ରେ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.