କଟକ, ୧୧/୦୯ : ବଢିଲା ସୌରିନ୍ ଭଟ୍ଟଙ୍କ ଅଡୁଆ । ଲୁକ୍ ଆଉଟ୍ ସର୍କୁଲାର ଜାରି କଲା କମିଶନରେଟ୍ ପୋଲିସ । କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ରହିଛି । ଏହି ମାମଲାରେ କଟକ ମହିଳା ଥାନାରେ ହାଜର ହୋଇଥିଲେ ସୌରିନ୍ ଭଟ୍ଟ । ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ୍ ପାଇଁ ମଧ୍ୟ ଆବେଦନ କରିଥିଲେ । ଏମିତିକି କୋଲକାତା ଯାଇଥିଲା ପୋଲିସ ଟିମ୍ ସୌରୀନଙ୍କୁ ନ ପାଇ ଖାଲି ହାତରେ ଫେରିଥିଲା । ଏହାସହ ସୌରୀନଙ୍କ ଘର ସମେତ ତିନୋଟି ସ୍ଥାନରେ ରେଡ୍ କରିଥିଲା କମିଶନରେଟ ପୋଲିସ ।
ସୂଚନା ଥାଉକି, ଯୁବତୀଙ୍କୁ ଯୌନ ଶୋଷଣ ମାମଲାରେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କୁ ଗିରଫ ପାଇଁ ପୋଲିସ ଆରମ୍ଭ କଲା ପ୍ରକ୍ରିୟା । ସୌରୀନଙ୍କ ମୋବାଇଲ ସୁଇଚ ଅଫ୍ ଥିବା ବେଳେ ତାଙ୍କ ପରିବାର ଲୋକଙ୍କ କଲ ଡିଟେଲ ଯାଞ୍ଚ ଆରମ୍ଭ କରିଛି ପୋଲିସର ଟେକ୍ନିକାଲ ଟିମ୍ । ସୌରୀନଙ୍କୁ ଠାବ କରିବା ଏକ ପୋଲିସ ଟିମ ଖୁବ ଶୀଘ୍ର ରାଜ୍ୟ ବାହାରକୁ ଯିବ ବୋଲି କହିଛନ୍ତି ଡିସିପି ।
ଯୁବତୀ ଙ୍କୁ ଯୌନ ଶୋଷଣ ମାମଲାରେ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ହଟାଇବା ସହ ଆଗୁଆ ଜାମିନ ଆବେଦନ କୁ ମଧ୍ୟ ଖାରଜ କରିଛନ୍ତି । ତେବେ ଜଣେ ବରିଷ୍ଠ ଅଧିକାରୀ ଓ ସ୍ପେଶାଲ ସ୍କ୍ୱାର୍ଡ ଅଧିକାରୀଙ୍କ ତତ୍ତ୍ଵାବଧାନ ରେ ସୌରୀନଙ୍କୁ ଠାବ କରିବା ପାଇଁ ଉଦ୍ୟମ କରାଯାଉଥିବା ଜଣାପଡିଛି । ପୂର୍ବରୁ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୋଧରେ ଅସଦାଚରଣ ମାମଲାରେ ଆଗୁଆ ଜାମିନ ଆଵେଦନ ଖାରଜ କରିଥିଲେ ହାଇକୋର୍ଟ । ଏଥିସହ ସୌରୀନଙ୍କ ଅନ୍ତରୀଣ ସୁରକ୍ଷା ମଧ୍ୟ ହଟାଇଥିଲେ । ମାମଲାର ତଦନ୍ତରେ ଉପସ୍ଥିତି ରହି ସହଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।