ପ୍ରମୁଖ ଖବର
  • ଇଓଡବ୍ଲ୍ୟୁ ପଞ୍ଝାରେ ୨ କୁଖ୍ୟାତ କ୍ରିପ୍ଟୋ ଠକ, ୧୫ କୋଟି ଟଙ୍କାର ଠକେଇ ଅଭିଯୋଗ
  • ||
  • ସ୍ଵାମୀ ସରୋଜଙ୍କ ସହ ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ, ବିଜେଡିରୁ ଦେଇଥିଲେ ଇସ୍ତଫା
  • ||
  • ମେ ୩୧ରେ ଆସିବ ‘ମିଷ୍ଟର ଆଣ୍ଡ ମିସେସ୍‌ ମାହି’, ଦେଖିବାକୁ ମିଳିବ ରାଜକୁମାର-ଜାହ୍ନବୀଙ୍କ ଜବରଦସ୍ତ କେମେଷ୍ଟ୍ରି
  • ||
  • ଖାଉଟିଙ୍କ ପକେଟକୁ ମହଙ୍ଗା ମାଡ଼: ଟ୍ୱିନ୍‌ ସିଟିରେ ଆଳୁ କିଲୋ ୩୦ ଟଙ୍କା, ସପ୍ତାହକରେ ୮ ଟଙ୍କା ବଢ଼ିଲାଣି
  • ||
  • ପ୍ଲାଷ୍ଟିକ ବଜାରକୁ ନେଇ ବିବାଦ: ଆଜି ୧୨ ସଂଘ-ବିଏମ୍‌ସି ବୈଠକ
  • ||
  • ସୋମବାର ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ଉତ୍ସବ, ମଙ୍ଗଳବାର ଶ୍ରୀଜିଉଙ୍କ ରଥଯାତ୍ରା
  • ||
  • ପାରାଦୀପରେ ୬୧ ଦିନ ଯାଏଁ ମାଛଧରା ବନ୍ଦ, ମାଛ ସଂରକ୍ଷଣକୁ ଦୃଷ୍ଟିରେ ରଖି ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ
  • ||
  • ଓଡ଼ିଶାରେ ମୋଦି ନୁହେଁ, ‘ନବୀନ ଗ୍ୟାରେଣ୍ଟି’: ଚାଲିଛି ମତାମତ ସଂଗ୍ରହ, ଖୁବ୍‌ଶୀଘ୍ର ବିଜେଡିର ଇସ୍ତାହାର
  • ||
  • IPL 2024: ବେଙ୍ଗାଲୁରୁ-ହାଇଦ୍ରାବାଦ ମଧ୍ୟରେ ଟକ୍କର, ରୟାଲର କ୍ଲାସେନ ଭୟ
  • ||
  • ରାଜ୍ୟରେ ପୁଣି ପ୍ରଚଣ୍ଡ ତାତି, ଆହୁରି ୪ରୁ ୬ ଡିଗ୍ରୀ ବଢ଼ିବ ପାରଦ: ୧୮ ଯାଏ ଭୀଷଣ ଗ୍ରୀଷ୍ମପ୍ରବାହ
  • ||

ଗାଜାରେ ଯାହା ଚାଲୁଛି ତାହା ଖୁବ୍ ଚିନ୍ତାଜନକ , ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ କହିଲେ ଜୟଶଙ୍କର

ନୂଆଦିଲ୍ଲୀ : ଗାଜାରେ ଇସ୍ରାଏଲ ଓ ହମାସ ଆତଙ୍କୀଙ୍କ ମଧ୍ୟରେ ଚାଲୁଥିବା ହତ୍ୟାକାଣ୍ଡ ଥମିବାର ନାଁ ହିଁ ନେଉ ନାହିଁ। ଗୋଟେପଟେ ଇସ୍ରାଏଲ ହମାସର କୋଣ ଅନୁକୋଣକୁ ଧ୍ୱଂସ କରିବାକୁ ଶପଥ ନେଇଥିବା ବେଳେ ଅନ୍ୟପଟେ ହମାସ ନିଜର ଅନେକ କମାଣ୍ଡରଙ୍କର ମୃତ୍ୟୁ ପରେ ବି ମୁଣ୍ଡ ନୁଆଁଇ ନାହିଁ। ଏହି ଯୁଦ୍ଧରେ ୨୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି, ଯେଉଁଥିରେ ଅଧିକାଂଶ ନିର୍ଦ୍ଦୋଷ ମହିଳା ଓ ପିଲାମାନେ ସାମିଲ ଅଛନ୍ତି। ଗାଜାରେ ଚାଲୁ ରହି ଥିବା ନରସଂହାରରେ ପୂରା ଦୁନିଆ ଦୁଃଖି। 

ଭାରତୀୟ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ମଧ୍ୟ ମଙ୍ଗଳବାର କହିଛନ୍ତି କି, ଗାଜାରେ ସଂଘର୍ଷ ବହୁତ ଚିନ୍ତାର ବିଷୟ ପାଲଟିଛି ଏବଂ ଏଥିରେ ଉତ୍ପନ୍ନ ମାନବୀୟ ସଙ୍କଟ ପାଇଁ ଏକ ସ୍ଥାୟୀ ସମାଧାନର ଆବଶ୍ୟକତା ରହିଛି। ହେଲେ ସେ ଜୋରଦେଇ କହିଛନ୍ତି , ଗତ ବର୍ଷ ୭ ଅକ୍ଟୋବରରେ ହମାସ ଦ୍ୱାରା ଇସ୍ରାଏଲ ଉପରେ କରାଯାଇ ଥିବା ଆତଙ୍କୀ ହମଲାର ଯେତେ ନିନ୍ଦା କରାଯିବ, ସେତେ କମ୍‌ ହେବ। ସେ କହିଛନ୍ତି କି, ଆତଙ୍କବାଦ ଓ ନିର୍ଦ୍ଦୋଷଙ୍କୁ ବନ୍ଧକ ରଖିବା ଅସ୍ୱୀକାର୍ଯ୍ୟ ।

ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଜେନିଭାରେ ଆୟୋଜିତ ଜାତିସଂଘ ମାନବାଧିକାର ପରିଷଦର ୫୫ତମ ଅଧିବେଶନରେ ଡିଜିଟାଲୀ ସାମିଲ ହୋଇଥିଲେ। ସେ କହିଥିଲେ, ସଂଘର୍ଷରୁ ଉତ୍ପନ୍ନ ମାନବୀୟ ସଙ୍କଟ ଗୁଡ଼ିକ ପାଇଁ ଏକ ସ୍ଥାୟୀ ସମାଧାନର ଆବଶ୍ୟକତା ରହିଛି, ଯାହା ସବୁଠୁ ଅଧିକ ପ୍ରଭାବିତ ଲୋକଙ୍କ ତତ୍କାଳ ଆଶ୍ୱସ୍ତି ଦେବ। ଜୟଶଙ୍କର କହିଛନ୍ତି –ଏହାସହ ଆମକୁ ସ୍ପଷ୍ଟ ହେବା ଉଚିତ୍‌ କ ଆତଙ୍କବାଦ ଓ ବନ୍ଧକ କରି ରଖିବା ଅସ୍ୱୀକାର୍ଯ୍ୟ। ଏହା ମଧ୍ୟ କହିବାକୁ ଆବଶ୍ୟକତା ନାହିଁ କି ଅନ୍ତରାଷ୍ଟ୍ରୀୟ ମାନବୀୟ ଆଇନ୍‌ର ସର୍ବଦା ସମ୍ମାନ କରାଯିବ ଉଚିତ୍। 

ବିଦେଶ ମନ୍ତ୍ରୀ ଭାରତର ଦୀର୍ଘ ସମୟରୁ ଚାଲୁ ରହିଥିବା ସ୍ଥିତିକୁ ମଧ୍ୟ ଦୋହରାଇଛନ୍ତି କି ଫିଲିସ୍ତିନ ମାମଲାର ଦୁଇ- ରାଜ୍ୟର ସମାଧାନ ହେବ ଉଚିତ । ସେ କହିଛନ୍ତି ଏହା ମହତ୍ତ୍ୱପୂର୍ଣ୍ଣ କି ସଂଘର୍ଷ କ୍ଷେତ୍ର ଭିତରେ ବା ବାହାରେ ନ ବ୍ୟାପୁ। ଜୟଶଙ୍କର କହିଛନ୍ତି ,ସଂଘର୍ଷ ବିରାମ ପ୍ରୟାସକୁ ଦୁଇ-ରାଜ୍ୟ ସମାଧାନର ତଲାସ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ୍‌। ଯେଉଁଠି ଫିଲିସ୍ତିନୀୟ ଲୋକେ ସୁରକ୍ଷିତ ସୀମା ଭିତରେ ରହି ପାରିବେ ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.