ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ଏମିତି ଏକ ଦେଶ ଯେଉଁଠି ନାହିଁ ଟ୍ରାଫିକ୍ ସିଗନାଲ୍, ତଥାପି ସଡ଼କରେ ହୁଏନି ଗାଡ଼ି ଜାମ୍

ନୂଆଦିଲ୍ଲୀ, ୧୩/୦୯: ବିଭିନ୍ନ ଦେଶ ସେମାନଙ୍କ ଭିନ୍ନ ଭିନ୍ନ ପରମ୍ପରା, ସଂସ୍କୃତି ଓ ନିୟମକୁ ନେଇ ପରିଚିତ ହୋଇଥାଆନ୍ତି । ଭାରତ ଭଳି ଜନବହୁଳ ରାଷ୍ଟ୍ରରେ ଦିନକୁ ଦିନ ଯାନବାହନ ସଂଖ୍ୟା ବଢ଼ୁଥିବା ବେଳେ ଟ୍ରାଫିକ୍ ସମସ୍ୟା ଗୁରୁତର ରୂପ ନେବାରେ ଲାଗିଛି । ଯାନବାହନ ସଂଖ୍ୟାରେ ଅହେତୁକ ବୃଦ୍ଧି ସଡ଼କରେ ଲୋକଙ୍କୁ ନାକେଦମ୍ କରୁଥିବା ବେଳେ ବୃଦ୍ଧି ପାଉଛି ପ୍ରଦୂଷଣ । 

କିନ୍ତୁ ଦୁନିଆରେ ଏଭଳି ଏକ ଦେଶ ରହିଛି ଯେଉଁଠି ଗୋଟିଏ ବି ଟ୍ରାଫିକ୍ ସିଗନାଲ୍ ନାହିଁ । ଆପଣ ଭାବୁଥିବେ ଏହା କେମିତି ସମ୍ଭବ ? ଟ୍ରାଫିକ୍ ସିଗନାଲ୍ ନଥିବାରୁ ହୁଏତ ଅଧିକ ଦୁର୍ଘଟଣା ହେଉଥିବ । ଆସନ୍ତୁ ଜାଣିବା କେଉଁ ଦେଶରେ ନାହିଁ ଗୋଟିଏ ବି ଟ୍ରାଫିକ୍ ସିଗନାଲ୍, ତଥାପି ସଡ଼କରେ ହୁଏନ ଗାଡ଼ି ଜାମ୍ ।

ଅନନ୍ତନାଗରେ ସେନା-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ, କର୍ଣ୍ଣେଲଙ୍କ ସମେତ ୩ ଅଧିକାରୀ ସହିଦ

ଗୋଟିଏ ବି ଟ୍ରାଫିକ୍ ସିଗନାଲ୍ ନଥିବା ନିଆରା ଦେଶ ହେଉଛି ଭୁଟାନ୍ । ଭାରତର ସୀମାକୁ ଲାଗି ରହିଥିବା ଭୁଟାନରେ ରହିଛି ଛୋଟ ବଡ଼ କରି ପ୍ରାୟ ୧୦୨ଟି ସହର । ଭୁଟାନର ଜନସଂଖ୍ୟା ପ୍ରାୟ ୮ ଲକ୍ଷ ହୋଇଥିବା ବେଳେ ଦେଶରେ ୨୦୨୨ ଜୁନ୍ ସୁଦ୍ଧା ୧ ଲକ୍ଷ ୨୨ ହଜାର ୮୬୫ଟି ଗାଡ଼ି ପଞ୍ଜିକୃତ ହୋଇଛି । ବର୍ଷକୁ ଏଠାରେ ହାରାହାରି ସଡ଼କ ଦୁର୍ଘଟଣାରେ ଶହେ ଜଣଙ୍କ ଜୀବନ ଯାଉଥିବା ବେଳେ ୬ ଶହ ଲୋକ ଆହତ ହୋଇଥାନ୍ତି । 

ହିମାଳୟର ପାଦ ଦେଶରେ ରହିଛି ଭୁଟାନ୍ । ଭାରତୀୟ ରାଜ୍ୟ ପଶ୍ଚିମବଙ୍ଗ, ଆସାମ, ଅରୁଣାଚଳପ୍ରଦେଶ ଓ ସିକ୍କିମକୁ ଭୁଟାନ୍ ସୀମା ଲାଗି ରହିଛି । ଭୁଟାନ୍ ହେଉଛି ଦୁନିଆର ଅନ୍ୟତମ ହାପିଏଷ୍ଟ କଣ୍ଟ୍ରି ବା ସୁଖୀ ଦେଶ । ଏଠାରେ ଶିଳ୍ପ ଓ ଯାନବାହାନ ସଂଖ୍ୟା ବହୁତ କମ୍ । ଏଠାରେ ପ୍ରଦୂଷଣ ମାତ୍ରା କମ୍ ଥିବାରୁ ଆକାଶ ସଫା ରହିଥାଏ । ଭୁଟାନରେ ଯେତିକି ଅଙ୍ଗାରାକାମ୍ଳ ନିର୍ଗତ ହୁଏ ତାଠାରୁ ଅଧିକ ଅମ୍ଳଜାନ ଉତ୍ପନ୍ନ ହୋଇଥାଏ ।

ତାଲିବାନକୁ ମିଳିଲା ଚୀନ୍‌ର ସହଯୋଗ, କାବୁଲରେ ପୂର୍ଣ୍ଣକାଳୀନ ରାଜଦୂତ ନିଯୁକ୍ତି କରିବାରେ ହେଲା ପ୍ରଥମ ଦେଶ...

ଦେଶରେ ନାହିଁ ଟ୍ରାଫିକ୍ ଲାଇଟ୍

ଭୂଟାନରେ ଗୋଟିଏ ବି ଟ୍ରାଫିକ୍ ଲାଇଟ୍ ନାହିଁ । ଦେଶରେ ଗୋଟିଏ ବି ଟ୍ରାଫିକ୍ ସିଗନାଲ୍ ନ ଲାଗିବା ପଛରେ କାରଣ ରହିଛି । ପ୍ରଥମ ହେଉଛି ପରିବେଶ ସୁରକ୍ଷା । ଯେଉଁଥି ପାଇଁ ଏଠାରେ ଯାନବାହାନ ସଂଖ୍ୟାକୁ ସୀମିତ ରଖା ଯାଇଛି । ଦ୍ୱିତୀୟରେ ଭୁଟାନର ସଡ଼କ ଏଭଳି ଭାବେ ନିର୍ମିତ, ଯାତ୍ରା ବେଳେ ଆପଣଙ୍କୁ କୌଣସି ଛକରେ ଅଟକିବାକୁ ପଡ଼ିବ ନାହିଁ । 

ଏହାଛଡ଼ା ଭୁଟାନବାସୀ ପଶୁ ପ୍ରେମୀ । ଏଠାକାର ସଡ଼କରେ ଆପଣ ମଣିଷଙ୍କ ସହ ପଶୁଙ୍କୁ ବୁଲୁଥିବାର ଦେଖିବାକୁ ପାଇବେ । ଗାଈ, ମଇଁଷି ଓ ଛେଳିପଲ ରାସ୍ତାରେ ବୁଲୁଥିବାରୁ ଗାଡ଼ିର ଗତି ଧିର ରହିଥାଏ । ଭୁଟାନର ଛକମାନଙ୍କରେ ଟ୍ରାଫିକ୍ ଲାଇଟ୍ ନଥିବା ବେଳେ ଛିଡ଼ା ହୋଇଥାନ୍ତି ପୋଲିସ । ତେଣୁ ଲୋକ ନିୟମ ଉଲ୍ଲଂଘନ କରନ୍ତି ନାହିଁ । 

Traffic Signal
Bhutan

Copyright © 2022 - Summa Real Media Private Limited. All Rights Reserved.