ନୂଆଦିଲ୍ଲୀ, ୧୧/୦୯: ଶୀତଋତୁରେ ପ୍ରଦୂଷଣ କମ୍ କରିବା ଲାଗି ଦିଲ୍ଲୀ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥର ମଧ୍ୟ ଦୀପାବଳିରେ ବାଣ ଫୁଟାଇବା ଉପରେ ଅଙ୍କୁଶ ଲାଗିଛି । ବାଣ ତିଆରି, ବିକ୍ରି ଏବଂ ଫୁଟାଇବା ଉପରେ ଦିଲ୍ଲୀ ସରକାର ରୋକ ଲଗାଇଦେଇଛନ୍ତି । ରାଜଧାନୀବାସୀ ଏଥର ବାଣ ଫୁଟାଇପାରିବେ ନାହିଁ । ଏହା ଉପରେ ନଜର ରଖିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ଦିଲ୍ଲୀ ସରକାର ।
ବୈଦେଶିକ ମନ୍ତ୍ରୀଙ୍କ ପରେ ପ୍ରତିରକ୍ଷା ମନ୍ତ୍ରୀ ଗାଏବ, ସନ୍ଦେହ ଘେରରେ ଚୀନ୍ ରାଷ୍ଟ୍ରପତି
ଗତ କିଛି ବର୍ଷ ହେଲା ଉତ୍କଟ ବାୟୁ ପ୍ରଦୂଷଣକୁ ନଜରରେ ରଖି ରାଜଧାନୀ ଦିଲ୍ଲୀରେ ବାଣ ଫୁଟଇବା ଉପରେ ପ୍ରତିବନ୍ଧକ ଲାଗିଛି । ଦିଲ୍ଲୀରେ ଦୀପାବଳିରେ ବାଣ ଫୁଟାଇବା ଉପରେ ରୋକ ଲାଗିଥିବା ବେଳେ ପଡ଼ୋଶୀ ରାଜ୍ୟ ମଧ୍ୟ ଏଭଳି ପଦକ୍ଷେପ ନିଅନ୍ତୁ ବୋଲି ଦିଲ୍ଲୀ ସରକାର ଅପିଲ୍ କରିଛନ୍ତି । କୌଣସି ସଂସ୍ଥା କିମ୍ବା ବ୍ୟକ୍ତିଙ୍କୁ ଯେମିତି ବାଣ ତିଆରି ଲାଗି ଲାଇସେନ୍ସ ନମିଳେ ସେଥିପ୍ରତି ଯତ୍ନବାନ ହେବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।
ଗତବର୍ଷ ମଧ୍ୟ ଦିଲ୍ଲୀରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲାଗିଥିଲା । ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ବାଣ ବ୍ୟାନ୍ ନେଇ ଘୋଷଣା କରିଥିବା ବେଳେ ପଡ଼ୋଶୀ ରାଜ୍ୟଙ୍କୁ ବାଣ ଉପରେ ପ୍ରତିବନ୍ଧକ ଲଗାଇବାକୁ ଅପିଲ୍ କରାଯାଇଛି ବୋଲି କହିଛନ୍ତି । ସେପଟେ ଦିଲ୍ଲୀ ବିଜେପି ମୁଖପାତ୍ର ଶଙ୍କର କପୁର ବାଣ ବ୍ୟାନ୍ ନିଷ୍ପତ୍ତିକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି । ଗୋଟିଏ ଦିନର ବାଣ, ପ୍ରଦୂଷଣ ପାଇଁ ଦାୟୀ ? କାହିଁକି ନା ଏହା ଜଳାଉଥିବା ଲୋକେ ହିନ୍ଦୁ ? ଏକ୍ସ(ପୂର୍ବରୁ ଟ୍ବିଟର)ରେ ଶାସକ ଆପକୁ ଏଭଳି ପ୍ରଶ୍ନ କରିଛନ୍ତି ଶଙ୍କର କପୁର ।
एक दिन के पटाखे -- प्रदूषण के दोषी
— Praveen Shankar Kapoor (@praveenskapoor) September 11, 2023
क्योंकि इन्हे जलाने वाले हिन्दू हैं ? https://t.co/CW48OJQlKo