ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଲକ୍ଷ୍ୟ ହୁଡ଼ିଛି, ଆଦି ମାରାଥନକୁ ବିଚ୍ଛିନ୍ନାଞ୍ଚଳ ଆଦିବାସୀ ଓ ମୂଳବାସୀ ମଞ୍ଚର ସମାଲୋଚନା

ବାରିପଦା, ୧୧/୯ : ସ୍ଵତନ୍ତ୍ର ଉନ୍ନୟନ ପରିଷଦ ତରଫରୁ ଆୟୋଜିତ ଆଦି ମାରାଥନ ବିଜୁ ଜନତା ଦଳର ପିକନିକ୍ ବ୍ୟତୀତ ଆଉ କିଛି ନୁହେଁ ବୋଲି ବିଚ୍ଛିନ୍ନାଞ୍ଚଳ ଆଦିବାସୀ ଓ ମୂଳବାସୀ ମଞ୍ଚ ସମାଲୋଚନା କରିଛି। ସରକାରୀ ଟଙ୍କାରେ ମାରାଥନ ଦୌଡ଼ କରି ବ୍ୟାପକ ଦୁର୍ନୀତି କରାଯାଇଛି ବୋଲି ଅଭିଯୋଗ କରାଯାଇଛି। ଆଦିବାସୀଙ୍କ ସହିତ ମୂଳ ଆଦିବାସୀଙ୍କର ଯେଉଁ ଭୂମିକା ରହିଛି ଏକଥା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ସ୍ବୀକାର ନକରି ମୂଳ ଆଦିବାସୀମାନଙ୍କୁ ସାମିଲ ନ କରିବା ନିନ୍ଦନୀୟ ନିଶ୍ଚୟ। 

ସାମାଜିକ କ୍ଷେତ୍ରରେ ଦୁର୍ବଳ ଶ୍ରେଣୀ ହିସାବରେ ଆଦିବାସୀଙ୍କ ପାଇଁ ରାଜନୀତି, ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ରହିବା ପରି କ୍ରୀଡା କ୍ଷେତ୍ରରେ ସ୍ଵତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା କରି ଆଦିବାସୀମାନଙ୍କୁ ଦୁର୍ବଳ ବୋଲି ପ୍ରମାଣିତ କରାଯାଉଛି। ଆଦିବାସୀଙ୍କ ଜାହିରା, ଦିଶାଓଲି, ସାର୍ନା, ବଡ ମଥାନ ଆଦି ନାମରେ ଥିବା ପବିତ୍ର ଉପବନର ସୁରକ୍ଷା ତଥା ସଂରକ୍ଷଣ ସାଙ୍ଗକୁ ସାଂସ୍କୃତିକ ପରିଚୟକୁ ବଞ୍ଚେଇ ରଖିବା ପାଇଁ ସୃଷ୍ଟି ହୋଇଥିବା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ତାର ମୌଳିକ ଲକ୍ଷରୁ ବିଚ୍ୟୁତ ହୋଇଛି ବୋଲି ସମାଲୋଚନା କରାଯାଉଛି। ଓମ୍ବା ଡିସିର ୨୨ହଜାର କୋଟିରୁ ଉର୍ଦ୍ଧ୍ଵ ଟଙ୍କା ମୟୂରଭଞ୍ଜ ସମେତ ୪ଟି ଜିଲ୍ଲା ପାଇଁ ଖର୍ଚ୍ଚ ହେବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିଲା। 

କ୍ରୀଡ଼ା ଓ ସଂସ୍କୃତିର ବିକାଶ ପାଇଁ ଏହି ଟଙ୍କାରେ ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଉନ୍ନତମାନର ମିନି ଷ୍ଟାଡିୟମ ଓ ପଞ୍ଚାୟତ ଭବନ ନିର୍ମାଣ କରାଯାଇ ପାରିଥାନ୍ତା ମାତ୍ର ରାଜ୍ୟ ସରକାର ସୁପ୍ରିମକୋର୍ଟର ନିର୍ଦ୍ଦେଶକୁ ଅବମାନନା କରି ଏହାକୁ ରାଜ୍ୟ ଯୋଜନାରେ ଖର୍ଚ୍ଚ କରି ଏହି ଅଞ୍ଚଳର ସ୍ଵତନ୍ତ୍ର ଅଧିକାରକୁ କ୍ଷୁର୍ଣ୍ଣ କରିଛନ୍ତି ବୋଲି ରାମଚନ୍ଦ୍ର ହାଁସଦା ବିଚ୍ଛିନ୍ନାଞ୍ଚଳ ଆଦିବାସୀ ଓ ମୁଲବାସୀ ମଞ୍ଚର ସଭାପତି ରାମଚନ୍ଦ୍ର ହେମ୍ବ୍ରମ, ସାଧାରଣ ସମ୍ପାଦକ କର୍ତ୍ତିକେଶ୍ୱର୍ ମାଝୀ ଏବଂ ପଞ୍ଚାନନ ମୁର୍ମୁ, ଗୋପାଳ ଚନ୍ଦ୍ର ମୁର୍ମୁ, ହେମନ୍ତ ମାଝୀ, ରଘୁନାଥ ଟୁଡୁ, ସୂର୍ଯ୍ୟକାନ୍ତ ମୁର୍ମୁ, ମୋହନ ମାରାଣ୍ଡି ପ୍ରମୁଖ ସମାଲୋଚନା କରିବା ସହ ଆଗାମୀ ଦିନରେ ମଞ୍ଚ ଅଦାଲତର ଆଶ୍ରୟ ନେବ ବୋଲି ସୂଚନା ଦେଇଛନ୍ତି।

PrameyaOdia
prameyanews
prameya

Copyright © 2022 - Summa Real Media Private Limited. All Rights Reserved.