ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ଅଭାବୀ ବର୍ଷା ଏବଂ ରୋଗପୋକ ଲାଗି ଧାନ ଚାଷ ନଷ୍ଟ, କ୍ଷତିପୂରଣ ଦାବି

କେସିଙ୍ଗା, ୭/୧୧ : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବାଲସି ପଞ୍ଚାୟତ ଅଞ୍ଚଳରେ ଚଳିତ ଖରିଫ ଋତୁରେ ଅଭାବୀ ବର୍ଷା ସହିତ ରୋଗପୋକ ଲାଗି ଧାନ ଚାଷ ବ୍ୟାପକ ଭାବେ କ୍ଷତି ହୋଇଛି। କ୍ଷତିପୂରଣ ଦାବିରେ କେସିଙ୍ଗା ତହସିଲଦାରଙ୍କ ଜରିଆରେ ୫-ଟି ଅଧ୍ୟକ୍ଷଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ବାଲସି ପଞ୍ଚାୟତ କୃଷକ ସଂଗଠନ।

ସୂଚନାଯୋଗ୍ୟ ଯେ, କେସିଙ୍ଗା ବ୍ଲକ ବାଲସି ପଞ୍ଚାୟତ ଏକ ଅଣଜଳସେଚିତ ଅଞ୍ଚଳ। ବାଲସି ପଞ୍ଚାୟତ ଅଧିନରେ ଥିବା ବାଲସି, ରେଙ୍ଗାଲି, ମଶାଣିବନ୍ଦ ଓ କୋକୋଡମାଲ ଗ୍ରାମର ଚାଷୀମାନଙ୍କ ପାଇଁ ଆଜି ପର୍ଯ୍ୟନ୍ତ କୋୖଣସି ଜଳସେଚନ ସୁବିଧା ବ୍ୟବସ୍ଥା ହୋଇନଥିବା ବେଳେ ଚାଷ କାମ କରିବା ପାଇଁ କେବଳ ବର୍ଷା ପାଣି ଉପରେ ହିଁ ଚାଷୀମାନେ ନିର୍ଭର କରନ୍ତି। ଚଳିତ ବର୍ଷ ଚାଷ କାମ ପାଇଁ ଅଭାବୀ ବର୍ଷା ଦେଖାଦେବା ଯୋଗୁଁ ଅଞ୍ଚଳର ଚାଷୀ ପ୍ରଭାବିତ ହୋଇଛନ୍ତି। ଯାହାବି ଅଳ୍ପ ବହୁତେ କିଛି ଚାଷ ହୋଇଥିଲା ତାହା ଧାନ ଅମଳ କରିବା ପୂର୍ବରୁ ରୋଗପୋକ ଲାଗି ନଷ୍ଟ ହୋଇଥିବା ନେଇ ଚାଷୀ ମହଲରେ ଅଭିଯୋଗ ହେଉଛି। 

ଅନେକ ପ୍ରକାର କୀଟନାଶକ ପ୍ରୟୋଗ କଲାପରେ ମଧ୍ୟ ରୋଗପୋକକୁ ନିୟନ୍ତ୍ରଣ କରାଯାଇପାରୁ ନାହିଁ। କୃଷି ବିଭାଗ ପକ୍ଷରୁ ଯେଉଁଭଳି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା କଥା ତାହା ହେଉନଥିବା ଯୋଗୁଁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ବାଲସି ପଞ୍ଚାୟତ ଅଞ୍ଚଳରେ ବ୍ୟାପକ ଭାବେ ଫସଲ ନଷ୍ଟ ହୋଇଥିବା ଯୋଗୁଁ ଅନେକ ଚାଷୀ ଧାର କରଜକୁ ନେଇ ଚିନ୍ତାରେ ପଡିଛନ୍ତି। ଅଭାବୀ ବର୍ଷା ସହିତ ରୋଗପୋକ ଯୋଗୁଁ ଫସଲ କ୍ଷତିଗ୍ରସ୍ତ ହେବା ଫଳରେ ସରକାରଙ୍କ ପକ୍ଷରୁ ତାହାର ତଦନ୍ତ କରାଯାଇ କ୍ଷତିପୂରଣ ସହିତ ଚାଷୀଙ୍କ ବୀମା ରାଶି ମଞ୍ଜୁର କରିବା ପାଇଁ ବାଲସି ପଞ୍ଚାୟତର ଜୟ ଜଗନ୍ନାଥ କୃଷକ ସଂଗଠନ ପକ୍ଷରୁ ଦାବି କରାଯାଇଛି ।‌ ଏନେଇ ୫-ଟି ଅଧ୍ୟକ୍ଷଙ୍କୁ, କେସିଙ୍ଗା ତହସିଲଦାରଙ୍କ ଜରିଆରେ ଜୟ ଜଗନ୍ନାଥ କୃଷକ ସଂଗଠନ ପକ୍ଷରୁ ସୋମବାର ଦିନ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ବାଲସି ପଞ୍ଚାୟତ କୃଷକ ସଂଗଠନର ସଭାପତି ଯୁବରାଜ ସାହୁ ଓ ସଂପାଦକ ଟୁକୁରାମ ସାହୁଙ୍କ ନେତୃତ୍ୱରେ ଚାଷୀ କଳାକାହ୍ନୁ ସାହୁ, କାଣ୍ଡେଲ ପେସ୍କ ଡାଇରେକ୍ଟର ଗଜିନ୍ଦ୍ର ସାହୁ,ଭବାନୀ ସାହୁ, ଗୋବିନ୍ଦ ସାହୁ ପ୍ରମୁଖଙ୍କ ସମେତ ବାଲସି ପଞ୍ଚାୟତର ଅନେକ ଚାଷୀ କେସିଙ୍ଗା ତହସିଲ କାର୍ଯ୍ୟାଳୟକୁ ଯାଇ ତହସିଲଦାର ପ୍ରଶାନ୍ତି ପ୍ରଧାନଙ୍କୁ ଭେଟି କ୍ଷତିପୂରଣ ଉପରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.