ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ତୈଳ ଦର ହ୍ରାସ ସମ୍ଭାବନା କମ୍‌, ୨ ବର୍ଷ ହେବ ସ୍ଥିର ରହିଛି ପେଟ୍ରୋଲ ଏବଂ ଡିଜେଲ ଦାମ୍

ନୂଆଦିଲ୍ଲୀ,୦୮/୦୨: ପେଟ୍ରୋଲ ଏବଂ ଡିଜେଲ ଦର  ହ୍ରାସ ସମ୍ଭାବନା କ୍ଷୀଣ ହୋଇଗଲାଣି । ଲିଟର ପିଛା ଉଭୟ ଇନ୍ଧନ ଦରରେ ୧୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇପାରେ ବୋଲି ନିକଟରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । କିନ୍ତୁ ଏବେ ତାହା ସମ୍ଭବ ହେବା ଭଳି ଜଣାପଡୁନାହିଁ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡ଼ିକ ଲିଟର ପିଛା ଡିଜେଲ ବିକ୍ରିରେ ପାଖାପାଖି ୩ ଟଙ୍କାର କ୍ଷତି ସହୁଛନ୍ତି । ଅନ୍ୟପକ୍ଷରେ, ପେଟ୍ରୋଲ ବିକ୍ରିରେ ଲାଭ ବଡ଼ ଆକାରରେ ହ୍ରାସ ପାଇଛି ।  ତେଣୁ ତୈଳ ବିପଣନ କମ୍ପାନିଗୁଡ଼ିକ ଖୁଚୁରା ଦର ହ୍ରାସ  କରିବାରୁ ଦୂରେଇ ରହିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । 

ସୂଚନାଯୋଗ୍ୟ, ଦୁଇ ବର୍ଷ ହେବ ରାଷ୍ଟ୍ରାୟତ୍ତ ତୈଳ  କମ୍ପାନି ଭାରତୀୟ ତୈଳ ନିଗମ(ଆଇଓସି), ଭାରତ  ପେଟ୍ରୋଲିୟମ କର୍ପୋରେଶନ୍‌ ଲିମିଟେଡ୍‌(ବିପିସିଏଲ୍‌)  ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ କର୍ପୋରେଶନ୍‌  ଲିମିଟେଡ୍‌(ଏଚ୍‌ପିସିଏଲ୍‌) ଉଭୟ ଇନ୍ଧନ ଦରରେ  ପରିବର୍ତ୍ତନ କରିନାହାନ୍ତି । ୨୦୨୨ ଏପ୍ରିଲରୁ ପେଟ୍ରୋଲ ଏବଂ  ଡିଜେଲ ଦର ସ୍ଥିର ରହିଛି । ଭାରତର ଇନ୍ଧନ ବଜାରରେ  ଏହି ୩ କମ୍ପାନିଙ୍କ ନିୟନ୍ତ୍ରଣ ପ୍ରାୟ ୯୦% । ଦେଶ ଏହାର  ତୈଳ ଆବଶ୍ୟକତାର ୮୫% ଆମଦାନି ମାଧ୍ୟମରେ ପୂରଣ  କରିଥାଏ । ଗତବର୍ଷ ଅନ୍ତର୍ଜାତୀୟ ବଜାରରେ ତୈଳ ଦର  କମିଥିଲା କିନ୍ତୁ ଚଳିତବର୍ଷ ଜାନୁଆରୀ ପ୍ରଥମାର୍ଦ୍ଧରେ ଏହା  ପୁଣି ବଢ଼ିବା ଆରମ୍ଭ କରିଛି । ଅନୁମାନ ରହିଥିଲା ଆଗାମୀ  ଦିନରେ ତୈଳ କମ୍ପାନିଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ  ଦର କମାଇବେ । କିନ୍ତୁ ବର୍ତ୍ତମାନ ସ୍ଥିତିରେ ଉକ୍ତ ଆଶା  କ୍ଷୀଣ ପାଲଟିଛି । ଜଣେ ଶିଳ୍ପ ଅଧିକାରୀଙ୍କ କହିବାନୁସାରେ,  ଯଦିଓ ସ୍ଥିତି ସାମାନ୍ୟ ସୁଧୁରି ଯାଇଥିଲା କିନ୍ତୁ ଏବେ  ଡିଜେଲ ବିକ୍ରିରେ ତୈଳ କମ୍ପାନିଗୁଡ଼ିକ କ୍ଷତି ସହୁଛନ୍ତି । ଲିଟର ପିଛା ପେଟ୍ରୋଲ ବିକ୍ରିରେ ଲାଭ ୩ରୁ ୪ଟଙ୍କାକୁ  ଖସିଗଲାଣି । 

ଏଭଳି ସ୍ଥିତିରେ ଆଗକୁ ପେଟ୍ରୋଲ ଏବଂ  ଡିଜେଲ ଦର ଖସିବା ସମ୍ଭାବନା କମ୍‌ ରହିଛି । ଇନ୍ଧନ  ଦର ସଂଶୋଧନକୁ ନେଇ ତୈଳମନ୍ତ୍ରୀ ହରଦୀପ ସିଂହ  ପୁରୀ ଇଣ୍ଡିଆ ଏନର୍ଜି ୱିକ୍‌ ଅବସରରେ କହିଥିଲେ ଯେ,  ସରକାର ଦର ନିର୍ଦ୍ଧାରଣ କରନ୍ତି ନାହିଁ । ସମସ୍ତ ପ୍ରକାର ଅର୍ଥନୈତିକ ଦିଗକୁ ଦୃଷ୍ଟିରେ ରଖି ତୈଳ କମ୍ପାନି ଏ ନିଷ୍ପତ୍ତି  ନେଇଥାନ୍ତି । ବର୍ତ୍ତମାନ ବଜାରରେ ଅସ୍ଥିରତା ରହିଥିବା ତୈଳ  କମ୍ପାନିଗୁଡ଼ିକ କହୁଛନ୍ତି । ତେଣୁ ଏହା ସେମାନଙ୍କ ନିଷ୍ପତ୍ତି ।  ଚଳିତ ଆର୍ଥିକବର୍ଷର ପ୍ରଥମ ୯ ମାସରେ ତିନୋଟିଯାକ  ତୈଳ କମ୍ପାନି ବମ୍ପର ୬୯,୦୦୦ କୋଟିର ଲାଭ ହାସଲ  କରିଥିବାବେଳେ ଏହା ଉପରେ ତୈଳ ମନ୍ତ୍ରୀ କହିଥିଲେ  ଯେ, ଚତୁର୍ଥ ତ୍ରୟମାସରେ ବି ସମାନ ଧାରା ଜାରି ରହିଲେ କମ୍ପାନିଗୁଡ଼ିକ ଦର ସଂଶୋଧନ ପ୍ରକ୍ରିୟା ଆରମ୍ଭ କରିପାରନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.