ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ର‌୍ୟାଟ ମାଇନର୍ସଙ୍କ ଘର ଭାଙ୍ଗିଲା ପ୍ରଶାସନ, ଘଟଣାକୁ ନେଇ ରାଜନୀତି ଆରମ୍ଭ

ନୂଆଦିଲ୍ଲୀ,୦୧/୦୩: ଉତ୍ତରାଖଣ୍ଡର ସିଲକ୍ୟାରା ଟନେଲରେ ଗତବର୍ଷ ନଭେମ୍ବରରେ  ୪୧ ଜଣ ଶ୍ରମିକ ଫସିରହିଥିଲେ । ସେହି ଶ୍ରମିକମାନଙ୍କୁ ର‌୍ୟାଟ ମାଇନର୍ସଙ୍କ ସହାୟତାରେ ଉଦ୍ଧାର  କରାଯାଇଥିଲା । ସେହି ର‌୍ୟାଟ ମାଇନର୍ସଙ୍କ ମଧ୍ୟରେ ସାମିଲ ଥିବା ଦିଲ୍ଲୀର ଓକିଲ ହସନଙ୍କ ଘରକୁ ଫେବ୍ରୁଆରୀ ୨୮ରେ ପ୍ରଶାସନ ଭାଙ୍ଗି ଦେଇଥିବା ସେ ଅଭିଯୋଗ କରିଛନ୍ତି । 

ରିପୋର୍ଟ  ଅନୁସାରେ, ଦିଲ୍ଲୀ ବିକାଶ ପ୍ରାଧିକରଣ (ଡିଡିଏ)ବୁଧବାର ପୂର୍ବୋତ୍ତର ଦିଲ୍ଲୀର ଖଜୁରୀ ଖାସ୍‌ ଅଞ୍ଚଳରେ ଜବରଦଖଲ ହଟାଇବା ଅଭିଯାନ ଚଳାଇଥିଲା । ସେ ଅନୁସାରେ ହସନ୍‌ଙ୍କ ଘର ବି ଭଙ୍ଗା  ଯାଇଥିଲା । 

ହସନ୍‌ଙ୍କ ଅନୁସାରେ, ଘର ଭାଙ୍ଗିବା ପୂର୍ବରୁ ଆମକୁ କୌଣସି ନୋଟିସ୍‌ ଦିଆଯାଇଥିଲା । ଆମେ ସିଲକ୍ୟାରା ସୁଡ଼ଙ୍ଗରୁ ୪୧ ଜଣଙ୍କୁ ଉଦ୍ଧାର କରିଥିଲୁ ଓ ବଦଳରେ ଏହା ମିଳିଛି । ପୂର୍ବରୁ ଏହି ଘରକୁ ମୋତେ ଦେବାକୁ ମୁଁ ଅଧିକାରୀ ଓ ସରକାରଙ୍କୁ ଅନୁରୋଧ କରିଥିଲି । କିନ୍ତୁ କିଛି ଲାଭ ମିଳିଲା ନାହିଁ । ବିଳମ୍ବିତ ରାତିରେ ଡିଡିଏର କିଛି ଅଧିକାରୀ ଆସି ଆମ ପରିବାରକୁ  ବସନ୍ତକୁଞ୍ଜସ୍ଥିତ ଏକ ଗେଷ୍ଟ ହାଉସ୍‌କୁ ଯିବାକୁ କହିଥିଲେ । ଏଥିସହ ଗୋବିନ୍ଦପୁରୀ ଅଞ୍ଚଳରେ ଶୀଘ୍ର ଏକ ଘର ଉପଲବ୍ଧ କରାଯିବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ପ୍ରସ୍ତାବ ମୌଖିକ ଥିବାରୁ ମୁଁ  ସେଥିଲାଗି ମନା କରିଥିଲି । ପରେ ଆମ ଘରକୁ ଭଙ୍ଗାଯାଇଥିଲା । ଏହି ଘଟଣାକୁ ନେଇ ରାଜନୀତି  ଆରମ୍ଭ ହେବା ପରେ ବିଜେପି ସାଂସଦ ମନୋଜ ତିୱାରୀ କହିଛନ୍ତି, ଆଇନ ଅନୁସାରେ ହସନଙ୍କ  ଘର ଭଙ୍ଗାଯାଇଛି । ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁସାରେ ବହୁତ ଶୀଘ୍ର ଘର ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.