ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍କୁଟିକୁ ପିଟିଲା କାର୍, ୨ ଗୁରୁତର
  • ||
  • ମୋହନା: ଘାଟିରେ ଓଲଟିଲା ମିନି ବସ୍, ୨୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଶ୍ୱକପ୍‌ ମହାକୁମ୍ଭକୁ ଆଉ ୩ ଦିନର ଅପେକ୍ଷା: ୧୦ ଦଳ, ୧୦ ଭେନ୍ୟୁ, ୪୮ ମ୍ୟାଚ୍‌ରେ ହେବ ମୁକାବିଲା
  • ||
  • ରାଉରକେଲା: ଝଗଡ଼ା ସମାଧାନ କରିବାକୁ ଯାଇଥିଲେ..ଠେଲାପେଲା ବେଳେ ତଳେ ପଡ଼ି ମହିଳା ଏଏସ୍‌ଆଇ ମୃତ
  • ||
  • ଭୁବନେଶ୍ୱର: ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: କିଲର୍‌ ଚାଳକର ପତ୍ତା ପାଉନି ପୁଲିସ, ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ବୁଲିଲା କ୍ୟାମେରା: ଭୋଗ ଆଟିକା ନିକଟରୁ ବନ୍ଧାହେଲା ଅଭିଯୁକ୍ତ, ସ୍ପାଏ ପେନ୍‌ କ୍ୟାମେରା ଜବତ
  • ||
  • ମାଦ୍ରିଦ: ସ୍ପେନ ନାଇଟ୍‌ କ୍ଲବରେ ଭୀଷଣ ଅଗ୍ନିକାଣ୍ଡରେ ଭୁଶୁଡିଲା ଛାତ: ୧୩ ମୃତ, ୪ ଆହତ
  • ||
  • ଭୁବନେଶ୍ୱର: ୟୁନିଟ୍‌-୧ ହାଟରେ ତାଲା, ୩ ଦିନି ସାଢେ ୭ କୋଟି ଘାଟା: ମଙ୍ଗଳବାର ବିଏମ୍‌ସି ସହ ହାଟ କମିଟିର ଆଲୋଚନା
  • ||
  • ଭୁବନେଶ୍ୱର: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ରାଜଧାନୀର ବଡ଼ଗଡ଼ରୁ ଶୁଭାରମ୍ଭ କରିବେ ନବୀନ
  • ||
  • ବିଶ୍ୱ ପାଇଁ ଆଶ୍ୱସ୍ତି: ସଟ୍‌ଡାଉନ୍‌ରୁ ବର୍ତ୍ତିଗଲା ଆମେରିକା, ଶେଷ ମୁହୂର୍ତ୍ତରେ ଫଣ୍ଡିଂ ବିଲ୍‌ ମଞ୍ଜୁର
  • ||
  • ଭୁବନେଶ୍ୱର; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ବୋହୂକୁ ଦୁଷ୍କର୍ମ କଲା ଶ୍ବଶୂର, ସ୍ତ୍ରୀକୁ ମା’ ବୋଲି କହି ଘରୁ ତଡ଼ିଦେଲା ସ୍ବାମୀ

Image Courtesy: girlsglobe

ନୂଆଦିଲ୍ଲୀ, ୧୪/୦୯: ଘରେ ପୁଅ ନଥିବା ବେଳେ ବୋହୂକୁ ଶ୍ବଶୂର ଦୁଷ୍କର୍ମ କରିଥିବା ନେଇ ଏକ ଖବର ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶର ମୁଜାଫରପୁରରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ପୀଡ଼ିତା ଥାନାରେ ନିଜ ଶ୍ବଶୂର ଏବଂ ସ୍ବାମୀଙ୍କ ନାଁରେ ଅଭିଯୋଗ କରିଛନ୍ତି । ଶ୍ବଶୂର ଦୁଷ୍କର୍ମ କରିବା ପରେ ସ୍ବାମୀ ତାଙ୍କୁ ସ୍ତ୍ରୀ ରୂପେ ଗ୍ରହଣ କରିବାକୁ ମନା କରିଦେଇଥିଲେ । ଯେହେତୁ ଶ୍ବଶୂର ତାଙ୍କ ସହ ଶାରୀରିକ ସଂପର୍କ ରଖିଛନ୍ତି ତେଣୁ ସେ ଆଉ ସ୍ତ୍ରୀ ନୁହେଁ ବରଂ ମା’ ବୋଲି ପୀଡ଼ିତାଙ୍କ ସ୍ବାମୀ କହିଥିଲେ । 

ପୀଡ଼ିତାଙ୍କୁ ତାଙ୍କ ସ୍ବାମୀ କହିଥିଲେ, ତୁମେ ଆଉ ମୋ ସହ ରହିପାରିବନି । କାରଣ ତୁମେ ଏବେ ମୋ ବାପାଙ୍କ ସ୍ତ୍ରୀ ଅର୍ଥାତ ମୋ ମା’ । ଏହା କହି ପୀଡ଼ିତାଙ୍କୁ ଘରୁ ତଡ଼ି ଦେଇଥିଲେ ତାଙ୍କ ସ୍ବାମୀ । ଅଗଷ୍ଟ ୫ ତାରିଖରେ ତାଙ୍କୁ ଶ୍ବଶୂର ଦୁଷ୍କର୍ମ କରିଥିଲେ । ଏନେଇ ସ୍ବାମୀଙ୍କୁ ଜଣାଇବା ପରେ ସେ ମଧ୍ୟ ପରି କରିଦେଇଥିଲେ । ଏହା ପରେ କିଛି ବାଟ ନପାଇ ସେପ୍ଟେମ୍ବର ୭ରେ ପୋଲିସର ସାହାରା ନେଇଛନ୍ତି ପୀଡ଼ିତା । 

୨୮ ବର୍ଷୀୟ ପୀଡ଼ିତ ମହିଳା ଏବେ ନିଜ ବାପ ଘରେ ରହୁଛନ୍ତି । ସେପଟେ ପୀଡ଼ିତାଙ୍କ ବୟାନ ମାଜିଷ୍ଟ୍ରେଟ୍‌ଙ୍କ ସାମ୍ନାରେ ରେକର୍ଡ ହୋଇଥିବା ବେଳେ ଏହି ମାମଲାରେ ପୋଲିସ ତାଙ୍କ ଶ୍ବଶୂର ଏବଂ ସ୍ବାମୀଙ୍କୁ ଗିରଫ କରିଛି।  ମହିଳାଜଣଙ୍କ ଗତବର୍ଷ ବିବାହ କରିଥିବା ବେଳେ ସେ ଏବେ ୭ ମାସର ଗର୍ଭବତୀ ଅଛନ୍ତି । ହେଲେ ଗର୍ଭବତୀ ଥିବା ନେଇ ପୀଡ଼ିତା କୌଣସି ସୂଚନା ଦେଇନାହାନ୍ତି ବୋଲି ପୋଲିସ କହିଛି। 

ହିନ୍ଦୀ ଭାଷାକୁ ନେଇ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କଲେ ଜୁନିୟର ଷ୍ଟାଲିନ୍‌, ସନାତନ ବିରୋଧୀ ମନ୍ତବ୍ୟ ପାଇଁ ଥିଲେ ଚର୍ଚ୍ଚାରେ

ଅନପକ୍ଷରେ ପୀଡ଼ିତାଙ୍କ ଶ୍ବଶୂର ବୋହୂ ନାଁରେ ଓଲଟା ଅଭିଯୋଗ ଆଣିଛନ୍ତି । ଟଙ୍କା ଲୋଭରେ ବୋହୂ ଏମିତି କରୁଛି ବୋଲି ତାଙ୍କ ଶ୍ବଶୂର ଅଭିଯୋଗ କରିଛନ୍ତି । ସେପଟେ ଠିକ୍‌ ଏଭଳି ଏକ ଘଟଣା ଜୁନ୍‌ ୨୦୦୫ରେ ଖବରର ଶିରୋନାମା ପାଲଟିଥିଲା । ଜଣେ ୫ ପିଲାର ମା’ ୨୮ ବର୍ଷୀୟା ମହିଳାଙ୍କୁ ତାଙ୍କ ଶ୍ବଶୂର ଦୁଷ୍କର୍ମ କରିଥିଲେ । ଏହା ପରେ ଗାଁରେ ସଭା ଡକାଯାଇ ଉକ୍ତ ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ସହ ରହିବାକୁ ବାରଣ କରାଯାଇଥିଲା । ଏହା ସହ ସ୍ବାମୀଙ୍କୁ ପୁଅ ବୋଲି ସମ୍ବୋଧନ କରିବାକୁ କୁହାଯାଇଥିଲା ।

You can also read: ହୃଦଘାତରେ ପରଲୋକ, ୭ ମିନିଟ୍‌ ପରେ ପୁର୍ନଜନ୍ମ: ମୃତ୍ୟୁ ପରବର୍ତ୍ତୀ ଅନୁଭବ ବଖାଣିଲେ ବ୍ୟକ୍ତି

Wife
husband

Copyright © 2022 - Summa Real Media Private Limited. All Rights Reserved.