ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

୮୯୭ କୋଟିର ଦୁର୍ନୀତି ଅଭିଯୋଗ, ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ପଦରୁ ହଟାଇବାକୁ କେଜ୍ରିୱାଲଙ୍କ ସୁପାରିସ୍

ନୂଆଦିଲ୍ଲୀ, ୧୫/୧୧: ମୁଖ୍ୟ ଶାସନ ସଚିବଙ୍କୁ ହଟାଇ ନିଅନ୍ତୁ ଉପରାଜ୍ୟପାଳ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍, ଉପରାଜ୍ୟପାଳ ବିନୟ କୁମାର ସକ୍ସସେନାଙ୍କୁ ଚିଠି ଲେଖି ମୁଖ୍ୟ ଶାସନ ସଚିବଙ୍କୁ ହଟାଇ ନେବା ଲାଗି ଅନୁରୋଧ କରିଛନ୍ତି । ଚିଠିରେ ମୁଖ୍ୟ ଶାସନ ସଚିବଙ୍କ ଉପରେ ୮୯୭ କୋଟି ଦୁର୍ନୀତି ଅଭିଯୋଗ କରାଯାଇଛି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ କହିଛନ୍ତି, ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲା । ନଭେମ୍ବର ୧୧ ତାରିଖରେ ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲା । ଭିଜିଲାନ୍ସ ବିଭାଗର ମନ୍ତ୍ରୀ ଅତିଶୀ ୩ ଦିନରେ ତଦନ୍ତ କରି ନଭେମ୍ବର ୧୪ରେ କେଜ୍ରିୱାଲଙ୍କୁ ରିପୋର୍ଟ ଦେଇଥିଲେ ।

ବିଲ୍ ଗେଟ୍ସଙ୍କ ଭବିଷ୍ୟବାଣୀ, ୫ ବର୍ଷରେ ଏଭଳି ବଦଳି ଯିବ ଦୁନିଆ

ବୁଧବାର କେଜ୍ରିୱାଲ୍, ଉପରାଜ୍ୟପାଳଙ୍କୁ ଚିଠି ଲେଖି ନରେଶ କୁମାରଙ୍କୁ ପଦରୁ ହଟାଇବା ଲାଗି ସୁପାରିସ୍ କରିଛନ୍ତି । ଚିଠି ସହ ଉପରାଜ୍ୟପାଳଙ୍କୁ କେଜ୍ରିୱାଲ୍ ତଦନ୍ତ ରିପୋର୍ଟ ଦେଇଛନ୍ତି । ଏଥିସହ ଭିଜିଲାନ୍ସ ତଦନ୍ତ ରିପୋର୍ଟକୁ ଇଡି ଓ ସିବିଆଇକୁ ପଠାଇବା ଲାଗି ଅତିଶୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ।

ଦିଲ୍ଲୀରେ ଦ୍ୱାରକା ଏକ୍ସପ୍ରେସ୍ ୱେ ପାଇଁ ଭୂମି ଅଧିଗ୍ରହଣରେ ଅନିୟମିତତା ହୋଇଥିବା ଜଣାପଡ଼ିବା ପରେ ଅତିଶୀ ତଦନ୍ତ ଆରମ୍ଭ କରିଥିଲେ । ଯାଞ୍ଚ ବେଳେ ଜଣା ପଡ଼ିଥିଲା ଦିଲ୍ଲୀ ମୁଖ୍ୟ ଶାସନ ସଚିବ ନରେଶ କୁମାର ତାଙ୍କ ପୁଅଙ୍କ ସହ ଜଡ଼ିତ କମ୍ପାନୀକୁ ୮୯୭ କୋଟିର ଲାଭ ହୋଇଛି ।

ଆଜି ସରିବ ନିର୍ବାଚନ ପ୍ରଚାର, ସିଏମ୍ ବଘେଲଙ୍କ ୪ସିଟରେ ଧୁଆଁଧାର ରୋଡ଼ ଶୋ

ଅତିଶୀଙ୍କ ରିପୋର୍ଟରେ କ’ଣ ଅଛି ?

ଅତିଶୀଙ୍କ ରିପୋର୍ଟରୁ ଜଣାପଡ଼ିଛି, ଦ୍ୱାରକା ଏକ୍ସପ୍ରେସ୍ ୱେ ଲାଗି ଗାଁ ଜମି ଅଧିଗ୍ରହଣ କରାଯାଇଥାନ୍ତା । ଗତ ୫ ବର୍ଷରେ ଜମିର ନିର୍ଦ୍ଧାରିତ ମୂଲ୍ୟ ୯ ଗୁଣ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା । ଏହି ଜମିରୁ ଯେଉଁ ବ୍ୟକ୍ତିଙ୍କ ଲାଭ ହେଉଥିଲା, ସେହି କମ୍ପାନୀର ଜ୍ୱାଇଁଙ୍କ କମ୍ପାନୀରେ ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କ ପୁଅ କରଣ ଚୌହାନ କାମ କରନ୍ତି । 

ଏଥିସହ କରଣଙ୍କ ସହ ଜଡ଼ିତ କମ୍ପାନୀଙ୍କୁ ସରକାରୀ ଠିକା ଦିଆ ଯାଇଥିଲା । ଏବେ ସେ ସବୁର ଯାଞ୍ଚ ହେବ । ତଦନ୍ତ ରିପୋର୍ଟରେ କୁହାଯାଇଛି, ଏହି ମାମଲାରେ ୮୯୭ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ହୋଇଛି । ଅତିଶୀ ମଙ୍ଗଳବାର କେଜ୍ରିୱାଲଙ୍କୁ ୬୫୦ ପୃଷ୍ଠାର ଯାଞ୍ଚ ରିପୋର୍ଟ ଦେଇଥିଲେ । ଯେଉଁଥିରେ ମାମଲାର ଇଡି ଓ ସିବିଆଇ ତଦନ୍ତ ଦାବି କରାଯାଇଛି ।  

ବିଶ୍ବକପରେ ଛକା ମାରିବାରେ ରେକର୍ଡ କଲେ ରୋହିତ ଶର୍ମା, ପଛରେ ରହିଗଲେ କ୍ରିସ୍‌ ଗେଲ୍‌

Copyright © 2022 - Summa Real Media Private Limited. All Rights Reserved.