ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ବିଷ ବଳୟ ଭିତରେ ରାଜଧାନୀ ଦିଲ୍ଲୀ: ପ୍ରଦୂଷଣ ପାଇଁ ସ୍କୁଲରେ ଆଗୁଆ ଶୀତ ଛୁଟି ଘୋଷଣା

ନୂଆଦିଲ୍ଲୀ ୦୯/୧୧: ଦିଲ୍ଲୀରେ ବାୟୁ ପ୍ରଦୂଷଣର ସ୍ଥିତି ଗମ୍ଭୀର ରହିଛି । କ୍ରମାଗତ ଛଅଦିନ ଧରି ବିଷାକ୍ତ ଧୂଆଁର ଚାଦରରେ ଘୋଡ଼େଇ ହୋଇରହିଛି ରାଜଧାନୀ । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୯-୧୮ ଯାଏ ସେଠାକାର ସ୍କୁଲଗୁଡିକରେ ଆଗୁଆ ଶୀତ ଛୁଟି ଘୋଷଣା କରାଯାଇଛି । ବୁଧବାର ଏହି ନିର୍ଦ୍ଦେଶ ଜାରି କରିଛି ଦିଲ୍ଲୀ ଶିକ୍ଷା ବିଭାଗ । ଆସନ୍ତା କିଛି ଦିନ ମଧ୍ୟରେ ଏହି ପ୍ରତିକୂଳ ପାଗରୁ ନିସ୍ତାର ମିଳିବାର ସମ୍ଭାବନା ନାହିଁ ବୋଲି ବିଭାଗ ଆଶଙ୍କା ପ୍ରକାଶ କରିଛି । ସାଧାରଣତଃ ପ୍ରତିବର୍ଷ ଡିସେମ୍ବର-ଜାନୁଆରୀ ମଧ୍ୟରେ ସ୍କୁଲଗୁଡ଼ିକରେ ଶୀତକାଳୀନ ଅବକାଶ ହେଉଥିଲା । ଏଥରକ ପ୍ରଦୂଷଣ ଯୋଗୁ ମାସକ ପୂର୍ବରୁ ନଭେମ୍ବରରେ ହିଁ ଛୁଟି ଦିଆଯାଇଛି ।  

ରାଜଧାନୀରେ ବୁଧବାର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୨୧ ରେକର୍ଡ କରାଯାଇଥିଲା । ଅନେକ ସ୍ଥାନରେ ୪୫୦ ଉପରେ ରହିଥିଲା ଏକ୍ୟୁଆଇ । ସେପଟେ ଦିଲ୍ଲୀ ସରକାର ପ୍ରଦୂଷଣ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ନଭେମ୍ବର ୧୩ରୁ ଗାଡ଼ିଗୁଡି଼କ ପାଇଁ ଯୁଗ୍ମ-ଅଯୁଗ୍ମ ଯୋଜନା ଲାଗୁ କରିବା ନିଷ୍ପତ୍ତିରୁ ହଟିଛନ୍ତି । ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି, ଯୁଗ୍ମ-ଅଯୁଗ୍ମ ଯୋଜନା କେତେ ଲାଭଦାୟକ ସୁପ୍ରିମକୋର୍ଟ ତାହା ସମୀକ୍ଷା କରିବେ । ସୁପ୍ରିମକୋର୍ଟଙ୍କ ଆଦେଶ ମିଳିବା ପରେ ଏହା ଲାଗୁ କରାଯିବ । ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଲାଗି ଦୀପାବଳି ପରଦିନ ଅର୍ଥାତ୍‌ ନଭେମ୍ବର ୧୩ରୁ ୨୦ ଯାଏ ଗାଡିଗୁଡି଼କ ପାଇଁ ଯୁଗ୍ମ-ଅଯୁଗ୍ମ ଯୋଜନା ଲାଗୁ କରିବାକୁ ଘୋଷଣା କରିଥିଲେ ଦିଲ୍ଲୀ ସରକାର । ପରିବେଶ ମନ୍ତ୍ରୀ ଗୋପାଳ ରାୟ ଆଜି ଏକ ଜରୁରୀକାଳୀନ ବୈଠକ ଡକାଇଥିଲେ । ବୈଠକରେ କନ୍ନଟ ପ୍ଲେସ୍‌ରେ ଥିବା ଏକ ସ୍ମଗ୍‌ ଟାୱାରକୁ ପୁଣି ଥରେ ଆରମ୍ଭ କରାଯାଇଥିବା ରାୟ ସୂଚନା ଦେଇଛନ୍ତି । 

ସେହିପରି କେଜରିୱାଲ ସରକାର ଆଇଆଇଟି କାନପୁର ସହାୟତାରେ ରାଜଧାନୀରେ ୨୦ ତାରିଖ ବେଳକୁ କୃତ୍ରିମ ବର୍ଷା କରାଇପାରନ୍ତି ବୋଲି ସୂଚନା ମିଳିଛି । ବୁଧବାର ଏନ୍‌ଜିଟିରେ ମଧ୍ୟ ଏହି ମାମଲାର ଶୁଣାଣି ହୋଇଥିଲା । ସେଠାରେ ଜଷ୍ଟିସ୍‌ ପ୍ରକାଶ ଶ୍ରୀବାସ୍ତବଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ପଞ୍ଜାବ, ହରିୟାଣା, ରାଜସ୍ଥାନ, ମଧ୍ୟପ୍ରଦେଶ, ଦିଲ୍ଲୀ, ଉତ୍ତରପ୍ରଦେଶ ଏହଂ ମହାରାଷ୍ଟ୍ରକୁ ଏ ସଂକ୍ରାନ୍ତରେ ନୋଟିସ୍‌ ଜାରି କରିଛନ୍ତି । ଏହି ସବୁ ରାଜ୍ୟକୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଲାଗି କଡ଼ା ପଦକ୍ଷେପ ଉଠାଇବାକୁ କହିଛନ୍ତି କୋର୍ଟ । ଏ ସଂକ୍ରାନ୍ତରେ ଗ୍ରହଣ କରାଯାଇଥିବା ପଦକ୍ଷେପ ନେଇ ଆସନ୍ତା ୧୦ ତାରିଖ ମଧ୍ୟରେ ରାଜ୍ୟଗୁଡି଼କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

  • prameyanews
  • PrameyaOdia
  • prameya
  • delhi polllution
  • Copyright © 2022 - Summa Real Media Private Limited. All Rights Reserved.