ଗଞ୍ଜାମ, ୧୧।୯ କୋଭିଡ କଟକଣା ହଟିବା ପରେ ଗଞ୍ଜାମ ସହର ସ୍ଥିତ ରେଳ ଷ୍ଟେସନ ଠାରେ ପୂର୍ବରୁ ରହିଆସୁଥିବା ଦ୍ରୁତଗାମୀ ଟ୍ରେନ ହୀରାଖଣ୍ଡ ଓ ତିରୁପତି ଏକ୍ସପ୍ରେସ ପୁନଃ ରହଣୀ ଦାବି କରାଯାଇଛି। ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ଷ୍ଟେସନ ଠାରେ ପ୍ରତୀକ ଧାରଣା ଦିଆଯିବ ବୋଲି ଗଞ୍ଜମ ପୋୖରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଲିଖିତ ଭାବେ ଚେତାବନୀ ଦିଆଯାଇଛି। ଏନେଇ ଆଜି ପରିଷଦ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପରିଷଦର ସଭାପତି ଲିଙ୍ଗରାଜ ପଟ୍ଟନାୟକ, ଓ ସମ୍ପାଦକ ଗୌରୀଶଙ୍କର ପାଢ଼ୀ ଏନେଇ ସୂଚନା ଦେଇଛନ୍ତି।
କୋଭିଡ଼ି ପୂର୍ବରୁ ହୀରାଖଣ୍ଡ ଓ ତିରୁପତି ଏକ୍ସପ୍ରେସ ଟ୍ରେନ ରହଣି କରୁଥିବା ବେଳେ ବେଳେ ବର୍ତ୍ତମାନ ରହଣୀ କରୁନାହିଁ। ଏନେଇ ଗତ ବର୍ଷ ମେ ମାସ ୧୭ ତାରିଖରେ ଗଞ୍ଜାମ ଷ୍ଟେସନରେ ରେଳ ରୋକ କରାଯାଇଥିବା ବେଳେ ରେଳବାଇ ପକ୍ଷରୁ ପୂର୍ବ ସମୟ ଅନୁସାରେ ଟ୍ରେନ ରହିବ ବୋଲି ପ୍ରତିଶ୍ରୁତି ଦେଇ ମଧ୍ୟ କାର୍ଯ୍ୟକାରୀ କରିନଥିଲେ। ପରବର୍ତ୍ତୀ ସମୟରେ ପୁର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ଗତବର୍ଷ ଜୁଲାଇ ୯ ତାରିଖରେ ଭୁବନେଶ୍ୱର ଠାରେ ଜିଏମଙ୍କୁ ଭେଟି ଆଲୋଚନା କରିଥିଲେ। ବର୍ତ୍ତମାନ ସୁଦ୍ଧା କୌଣସି ପଦେକ୍ଷେପ ନେଇନାହାନ୍ତି ରେଳବାଇ କର୍ତ୍ତୃପକ୍ଷ । ଯାହା ଫଳରେ ଅକ୍ଟୋବର ଦୁଇ ତାରିଖ ଠାରୁ ଷ୍ଟେସନ ଠାରେ ପ୍ରତୀକ ଧାରଣା ଦିଆଯିବ। ଏ ନେଇ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଗତ ୧ ତାରିଖ ରେ ଇଷ୍ଟକୋଷ୍ଟରେଳବାଇ ମହାପ୍ରବନ୍ଧକ ଙ୍କୁ ଜଣାଇ ଦିଆଯିବା ସହ ଡି ଆର ଏମ ଖୋର୍ଦ୍ଧା, ମୁଖ୍ୟମନ୍ତ୍ରୀ, ଜ଼ିଲ୍ଲାପାଳ ଏବଂ ଗଞ୍ଜାମ ଏସ ପି ଙ୍କୁ ଲିଖିତ ଭାବେ ଜଣାଇଦିଆଯାଇଥିବା କହିଛନ୍ତି l ଏହି ସାମ୍ବାଦିକ ସମ୍ମିଳନୀରେ ,ଉପସଭାପତି ରବିନ୍ଦ୍ର କୁମାର ପଣ୍ଡା, ସଦସ୍ୟ ପତିତପାବନ ମହାପାତ୍ର, ତ୍ରିନାଥ ପାଣିଗ୍ରାହୀ, ଵିନୋଦ ମହାପାତ୍ର, କିଶୋର ଚନ୍ଦ୍ର ମହାପାତ୍ର, ପଦ୍ମ ଚରଣ ପାଢ଼ୀ, ଅରୁଣ ପଣ୍ଡା ଏବଂ ଗୋପାଳ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l
ଆହୁରି ପଢନ୍ତୁ : ଓଟିଇଟି ପରୀକ୍ଷା କରିବାକୁ ଦାବି, ମାଧ୍ୟମିକ ଶିକ୍ଷା ପରିଷଦ ସମ୍ମୁଖରେ ପରୀକ୍ଷାର୍ଥୀଙ୍କ ବିକ୍ଷୋଭ