ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସଚେତନତା ସତ୍ତ୍ଵେ ବଢ଼ୁଛି ଏଡ୍‌ସ ରୋଗୀ ସଂଖ୍ୟା : ଦୁଇ ଦଶନ୍ଧିରେ ୧୯୫୬

ବାଲେଶ୍ୱର, ୦୧/୧୨ : ସମ୍ପ୍ରତି ସମାଜରେ ଏଚ୍‌ଆଇଭି କାୟା ବଢ଼ାଇ ଚାଲିଛି । ଦାବାଗ୍ନି ଭଳି ମାଡ଼ି ଯାଉଛି ଏଡସ୍‌ । ଆବାଳ ବୃଦ୍ଧ ବନିତା କେହି ବି ଏଥିରୁ ବାଦ୍‌ ପଡ଼ୁନାହାନ୍ତି । ରାଜ୍ୟରେ ଏହାର ସ୍ଥିତି ଗମ୍ଭୀର ଥିବାବେଳେ ବାଲେଶ୍ୱର ଜିଲ୍ଲା ମଧ୍ୟ ବାଦ୍‌ ପଡ଼ିନି । ବାରମ୍ବାର ସଚେତନତା ସତ୍ତ୍ଵେ ଯୁବଗୋଷ୍ଠୀ ଏଥିରେ ଅଧିକ ଶିକାର ହେଉଛନ୍ତି । ମୁଖ୍ୟତଃ ପୁରୁଷଙ୍କ କ୍ଷେତ୍ରରେ ଏହା ଅଧିକ ଦେଖା ଦେଉଛି । 

ସରକାରୀ ସୂଚନା ଅନୁଯାୟୀ ୨୧ ବର୍ଷ ମଧ୍ୟରେ ଜିଲ୍ଲାରେ ଏଡ୍‌ସ କାରଣରୁ ୪୪୫ଜଣଙ୍କ ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲାର ସମସ୍ତ ବ୍ଲକରେ ଏଚ୍‌ଆଇଭି ଆକ୍ରାନ୍ତ ରୋଗୀ ଅଛନ୍ତି । ମିଳିଥିବା ତଥ୍ୟ ମୁତାବକ ୨୦୦୩ରୁ ଚଳିତ ବର୍ଷ ଅକ୍ଟୋବର ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ୍‌ ୧୦ଲକ୍ଷ ୩୮ ହଜାର ୮୯୧ ଜଣଙ୍କୁ ଏଚ୍‌ଆଇଭି ପରୀକ୍ଷା ପାଇଁ କାଉନସେଲିଂ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୯ଲକ୍ଷ ୯୦ ହଜାର ୯୧୦ଜଣ ଏଚ୍‌ଆଇଭି ପରୀକ୍ଷା କରିବାକୁ ସମ୍ମତି ପ୍ରକାଶ କରିଥିଲେ । ପରୀକ୍ଷା କରିଥିବା ରୋଗୀଙ୍କ ମଧ୍ୟରୁ ୧ ହଜାର ୯୫୬ଜଣଙ୍କଠାରେ ଏଚ୍‌ଆଇଭି ପଜିଟିଭ୍‌ ବାହାରିଛି । ସେମାନଙ୍କ ମଧ୍ୟରୁ ପୁରୁଷ ୧୦୫୦, ମହିଳା ୬୫୫, ୧୧୯ଜଣ ଶିଶୁ ଓ ୧୩୨ ଜଣ ଗର୍ଭବତୀ ମହିଳା ଅଛନ୍ତି । ଏହାଛଡ଼ା ୨୧ ବର୍ଷ ମଧ୍ୟରେ ୪୪୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମିଳିଥିବା ତଥ୍ୟ ମୁତାବକ³ ୨୦୦୩ରେ ଜିଲ୍ଲାରେ ୧୯ ଜଣ ଲୋକ ଏହି ରୋଗରେ ଆକ୍ରାନ୍ତ ଥିବାବେଳେ ୨୦୦୪ରେ ଏହି ସଂଖ୍ୟା ବଢ଼ି ୨୮ ହୋଇଯାଇଥିଲା । କ୍ରମଶଃ ଏହାର କାୟା ବଢ଼ିବା ସହିତ ସଂଖ୍ୟା ମଧ୍ୟ ବଢ଼ି ଚାଲିଲା । 

୨୦୦୫ରେ ୪୭, ୨୦୦୬ରେ ୫୬, ୨୦୦୭ରେ ୮୬ ଚିହ୍ନଟ ହେବା ପରେ ୨୦୦୮ରେ ୬୨କୁ ଖସି ଆସିଥିଲା । ଏହା ପରେ ୨୦୦୯ରେ ବଢ଼ି ୧୩୬ ହୋଇଥିଲା । ୨୦୧୦ରେ ୧୩୭, ୨୦୧୧ରେ ୧୪୧, ୨୦୧୨ରେ ୧୬୩ ହୋଇ ହୁ ହୁ ଭାବରେ ଏଚ୍‌ଆଇଭି ସଂକ୍ରମିତ ବଢ଼ିବା ପରେ ସଚେତନତା ଯୋଗୁଁ ଏହା କମିବାରେ ଲାଗିଛି । ୨୦୧୩ରେ ୧୨୪, ୨୦୧୪ରେ ୧୨୫, ୨୦୧୫ରେ ୧୦୧, ୨୦୧୬ରେ ୯୯, ୨୦୧୭ରେ ୯୫, ୨୦୧୮ରେ ୯୭, ୨୦୧୯ରେ ୧୧୪, ୨୦୨୦ରେ ୬୭, ୨୦୨୧ରେ ୭୧, ୨୦୨୨ରେ ୮୯, ୨୦୨୩ ଅକ୍ଟୋବର ସୁଦ୍ଧା ୯୯ ଜଣ ପଜିଟିଭ୍‌ ଜଣାପଡିଛି । ଚିକିତ୍ସା ଅବହେଳା ଯୋଗୁଁ ଏହି ରୋଗରେ ଯେପରି କେହି ମୃତ୍ୟୁବରଣ ନ କରନ୍ତି³ ସେଥିପ୍ରତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । 

ବାଲେଶ୍ୱର ଜିଲ୍ଲା ସୋର ବ୍ଲକରେ ସର୍ବାଧିକ ଏଚ୍‌ଆଇଭି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ବାହାନଗାରେ ୧୦୯, ବାଲିଆପାଳରେ ୭୪, ବସ୍ତାରେ ୧୦୬, ଭୋଗରାଇରେ ୧୫୫, ଜଲେଶ୍ୱରରେ ୧୯୩, ଖଇରାରେ ୨୩୪, ନୀଳଗିରିରେ ୭୪, ଔପଦାରେ ୬୩, ରେମୁଣାରେ ୧୨୭, ବାଲେଶ୍ୱର ସଦରରେ ୨୩୫, ସିମୁଳିଆରେ ୮୭, ସର୍ବାଧିକ ସୋରରେ ୨୪୦ ଥିବା ଜଣାପଡିଛି । ବାଲେଶ୍ୱରରେ ମୋଟ ୧୬୯୭ ଜଣ ଏଚଆଇଭି ଆକ୍ରାନ୍ତ ହୋଇଥିବା ବେଳେ ବାଲେଶ୍ୱରରେ ଥିବା ବାହାର ଜିଲ୍ଲାରୁ ୨୦୨ ଜଣ ଓ ବାହାର ରାଜ୍ୟରୁ ୫୭ ଜଣ ଚିହ୍ନଟ ହୋଇଛନ୍ତି । ମୋଟ ଉପରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ୧୯୫୬ ଜଣ ଚିହ୍ନଟ ହୋଇଛନ୍ତି । ଏହି ରୋଗ କେବଳ ଅସୁରକ୍ଷିତ ଯୌନ ସମ୍ପର୍କ ନୁହେଁ ଅନେକ କାରଣ ଦ୍ୱାରା ବ୍ୟପିଥାଏ । ଏଚ୍‌ଆଇଭି ଆକ୍ରାନ୍ତ ମା’ଠୁ ଜନ୍ମ ହୋଇଥିବା ଶିଶୁ, ଏଚ୍‌ଆଇଭି ସଂକ୍ରମିତଠୁ ରକ୍ତ ଗ୍ରହଣ କରିବା, ଆକ୍ରାନ୍ତ ଲୋକଙ୍କ ଛୁଞ୍ଚି, ବ୍ଲେଡ୍‌କୁ ସୁସ୍ଥ ଲୋକ ବ୍ୟବହାର କରିବା ଦ୍ୱାରା ଏହି ରୋଗ ବ୍ୟାପିବାର ସମ୍ଭାବନା ଥାଏ । 

ରୋଗର ମୁଖ୍ୟ ନିରାକରଣ ହେଉଛି ସଚେତନତା । ସରକାରଙ୍କ ତରଫରୁ ପ୍ରତ୍ୟେକ ବର୍ଷ ଡିସେମ୍ବର ୧ ତାରିଖ ବିଶ୍ୱ ଏଡ୍‌ସ ଦିବସ ପାଳନ କରାଯାଉଛି । ଏତେ ମାତ୍ରାରେ ସଚେତନତା ସତ୍ତେ୍ୱ ହୁ ହୁ ହୋଇ ରୋଗୀ ସଂଖ୍ୟା ବଢ଼ିବା ସହିତ ମୃତ୍ୟୁ ମଧ୍ୟ ବଢ଼ୁଛି । କିଛି ଲୋକ ଲଜ୍ଜା କାରଣରୁ ନିଜ ହକ୍‌ ହାସଲ ପାଇଁ ଆଗଭର ହେଉ ନାହାନ୍ତି । ଯନ୍ତ୍ରଣାରେ ଛଟପଟ ହୋଇ ମରିବାକୁ ଶ୍ରେୟ ମଣୁଛନ୍ତି ପଛେ ଔଷଧ ଖାଉନାହାନ୍ତି ।

Also Read:-

ଢେଙ୍କାନାଳ ଜିଲ୍ଲାରେ କମୁନି ଏଡ୍‌ସ, ୫ ବର୍ଷରେ ୧୫୪ ଆକ୍ରାନ୍ତ, ଗଲାଣି ୧୬ ଜୀବନ

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.