ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କହିଲେ ରତ୍ନଭଣ୍ଡାର ଖୋଲିବା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ପୁରାତନ କୀର୍ତ୍ତିରାଜିକୁ ସ୍ଥାନ ଦିଆଯାଉ

ପୁରୀ, ୧୮/୧୧ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଭୋରରୁ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ସକାଳ ମଙ୍ଗଳ ଆଳତି ଦେଖିବାର ସୌଭାଗ୍ୟ ଲାଭ କରିଛନ୍ତି । ଏହି ଅବସରରେ ରତ୍ନଭଣ୍ଡାର ଶୀଘ୍ର ଖୋଲାଯିବା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ପୁରାତନ କୀର୍ତ୍ତିରାଜିକୁ ସ୍ଥାନ ଦେବା ପାଇଁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଶା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । 

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଶ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରଧାନ କହିଛନ୍ତି, ଯେତେ ଶୀଘ୍ର ପରିକ୍ରମା ପ୍ରକଳ୍ପ ସରିବ ଭଲ । କିନ୍ତୁ ଏହି ପ୍ରକଳ୍ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସବୁ ପୁରୁଣା ମଠ, ମନ୍ଦିର ତଥା ପଣ୍ଡିତ ଗୋପବନ୍ଧୁ ଦାସଙ୍କର ମୂର୍ତ୍ତି ଓ ମଙ୍ଗୁ ମଠ, ବିଭିନ୍ନ ସମ୍ପ୍ରଦାୟର ପୁରାତନ କୀର୍ତ୍ତିରାଜି ଭଳି ଜଡିତ ବସ୍ତୁ ଗୁଡିକର ନବକଳେବର ସହ ନୂଆ କାମ ଗୁଡ଼ିକ ସ୍ଥାନ ପାଇବା ଦରକାର । 

ଶ୍ରୀମନ୍ଦିର ପ୍ରସଙ୍ଗରେ ମାନ୍ୟବର ହାଇକୋର୍ଟ ରତ୍ନଭଣ୍ଡାରକୁ ନେଇ ଦେଇଥିବା ବିଷୟ ଗୁଡିକ ଉପରେ କେନ୍ଦ୍ରମନ୍ତ୍ରୀ  ଏଏସଆଇ ଏବଂ ଶ୍ରୀମନ୍ଦିର ପ୍ରଶାସନର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ ଏଏସଆଇ ମରାମତି କରୁଥିବା ନାଟ ମଣ୍ଡପ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ସେ କହିଛନ୍ତି ଯେ ଶ୍ରୀମନ୍ଦିର ଓ ରତ୍ନଭଣ୍ଡାରକୁ ନେଇ ଓଡ଼ିଆ ଲୋକ ଏବଂ ହିନ୍ଦୁ ସନାତନୀ ମାନଙ୍କର ଭାବାବେଗ ଅଛି । ସମସ୍ତଙ୍କ ରତ୍ନ ଭଣ୍ଡାର ଖୋଲାଯିବା ନେଇ ଦାବି ରହିଥିବା ବେଳେ ଏହା ଶୀଘ୍ର ଖୋଲାଯିବା ଦରକାର । ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ସହ ଏ ଗୁଡ଼ିକ ଉପରେ ମଧ୍ୟ ରାଜ୍ୟ ଏବଂ କେନ୍ଦ୍ର ଉଭୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି । 

ମହାପ୍ରଭୁଙ୍କର ଆଶୀର୍ବାଦରୁ ଏଏସଆଇ ନିଜର କାମକୁ ନିଶ୍ଚିତ ଭାବରେ ସୂଚାରୁ ରୂପେ କରିବ । ଗର୍ଭ ଗୃହ ଯେମିତି କାମ ହୋଇଛି, ସେମିତି ନାଟ୍ୟ ମଣ୍ଡପର କାମ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହଯୋଗରେ ସବୁ କାମ ଠିକ୍ ହେବ । ଅପରପକ୍ଷରେ ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିବା କଥା ଭକ୍ତ ମାନେ ବହୁବାର କହିଲେଣି । ଯେତେ ସୁବିଧାରେ ଦର୍ଶନ ହେବ, ସେତେ ଭଲ ବୋଲି ଶ୍ରୀ ପ୍ରଧାନ ମତ ରଖିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଜଗନ୍ନାଥ ସଂସ୍କୃତି କେବଳ ଧାର୍ମିକ ଶ୍ରଦ୍ଧାର ପ୍ରସଙ୍ଗ ନୁହେଁ ବରଂ ଏକ ସାମାଜିକ ସଂସ୍କାର, ସାମାଜିକ ଦିଗଦର୍ଶନ, ସାମାଜିକ ପ୍ରଥା ବା ପ୍ରଗତିଶୀଳ ସମାଜର ପ୍ରତୀକ ।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.