ପ୍ରମୁଖ ଖବର
  • କେନ୍ଦୁଝର ପାଟଣା ଗଣିତ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ, ସୋସିଆଲ ମିଡିଆ​‌ରେ ଭାଇରାଲ
  • ||
  • କପି ଚେକିଂ ଆଳରେ ଅସଦାଚରଣ ଅଭିଯୋଗ, ଥାନାରେ ମାଟ୍ରିକ ପରୀକ୍ଷାର୍ଥୀ
  • ||
  • ଲୋକସେବା ଭବନ ଘେରିବ କଂଗ୍ରେସ, ବିଶାଳ ଶୋଭାଯାତ୍ରାରେ ସାମିଲ ହେବେ ହଜାର ହଜାର କଂଗ୍ରେସ କର୍ମୀ
  • ||
  • ଆଜି ଓଡ଼ିଶାର ୨୧ ଅମୃତ ଭାରତ ରେଳ ଷ୍ଟେସନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
  • ||
  • ଗର୍ଭବତୀଙ୍କ ପେଟକୁ ନର୍ସ ଖୁନ୍ଦା ମାରିଥିବା ଅଭିଯୋଗ, ଚାଲିଗଲା ମା ଓ ଛୁଆଙ୍କ ଜୀବନ
  • ||
  • ଓଡ଼ିଶା ଗଞ୍ଜେଇ ଚକୋଲେଟ୍‌ରେ ଝୁମୁଛି ହାଇଦ୍ରାବାଦ: ବାଲେଶ୍ୱରରେ ତିଆରି, ଦାଦନଙ୍କ ମାଧ୍ୟମରେ ହେଉଛି ଚାଲାଣ
  • ||
  • ଓସ୍ତପୁର ହଳଦିଢ଼ିଅ ନିକଟ ଗଛକୁ ପିଟିଲା ବୋଲେରୋ: ୩ ମୃତ, ୪ ଗୁରୁତର
  • ||
  • ଆଜି ୫-ଟି ଅଧ୍ୟକ୍ଷଙ୍କ ଅନୁଗୁଳ ଗସ୍ତ, ଛାତ୍ରବୃତ୍ତି ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ରାଜ୍ୟରେ ଆହୁରି ତିନି ଦିନ ବର୍ଷା: ଉପକୂଳରେ ଅଧିକ ବର୍ଷିବା ସମ୍ଭାବନା, ୨୮ ଯାଏ କୋହଲା ପାଗ
  • ||

କମ୍ ଶୋଉଥିବା ମହିଳାଙ୍କଠାରେ ମଧୁମେହ ବିପଦ ଆଶଙ୍କା ବେଶି, ସଦ୍ୟ ଅଧ୍ୟୟନରୁ ଖୁଲାସା

ନୂଆଦିଲ୍ଲୀ ୦୬/୧୨: ମହିଳା ଯଦି ପର୍ଯ୍ୟାପ୍ତ ମାତ୍ରାରେ ନ ଶୁଅନ୍ତି, ତେବେ ସେମାନଙ୍କଠାରେ ମଧୁମେହ ଆଶଙ୍କା ୧୬ ପ୍ରତିଶତ ବଢ଼ିଯାଏ । କୋଲମ୍ବିୟା ବିଶ୍ୱବିଦ୍ୟାଳୟରେ ହୋଇଥିବା ସଦ୍ୟ ଅଧ୍ୟୟନରୁ ଏହା ସାମ୍ନାକୁ ଆସିଛି । ଗବେଷକମାନେ ଜାଣିବାକୁ ପାଇଲେ, ଯଦି ମହିଳା ଲଗାତାର ୬ ସପ୍ତାହ ପର୍ଯ୍ୟନ୍ତ ନିଜ ନିଦରୁ ଦେଢ଼ ଘଣ୍ଟା ଅର୍ଥାତ୍‌ ୯୦ ମିନିଟ୍‌ କମାଇ ଦିଅନ୍ତି ତେବେ ସକାଳେ ଖାଲିପେଟରେ ସେମାନଙ୍କର ଇନ୍‌ସୁଲିନ୍‌ (ମର୍ନିଂ ଫାଷ୍ଟିଂ ଇନ୍‌ସୁଲିନ) ୧୨ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯାଏ । ମର୍ନିଂ ଫାଷ୍ଟିଂ ଇନ୍‌ସୁଲିନ୍‌ ଶରୀରରେ ରକ୍ତ ଶର୍କରା ସ୍ତର ଓ ଟାଇପ୍‌-୨ ମଧୁମେହ ମାପିବାର ଏକ ଆବଶ୍ୟକ ମାନକ । ଇନ୍‌ସୁଲିନ୍‌ର ମାତ୍ରା ରକ୍ତ ଶର୍କରା ସ୍ତରର ଅନୁପାତରେ ହିଁ ବଢ଼େ ।

ନିଦର ପ୍ରଭାବ ଆମ ପ୍ରତିରକ୍ଷା ପ୍ରଣାଳୀ, ଶରୀର ଓଜନ, ମସ୍ତିଷ୍କ କାର୍ଯ୍ୟକ୍ଷମତା ଉପରେ, ଏପରିକି ରକ୍ତ ଶର୍କରା ଓ ରକ୍ତଚାପ ଉପରେ ମଧ୍ୟ ପଡ଼େ । ଅତ୍ୟନ୍ତ ସୂକ୍ଷ୍ମ ଭାବେ ଯାଞ୍ଚ୍‌ କଲେ ଜଣାପଡ଼େ ଯେ ଶରୀର ଭିତରେ ଏମିତି କୌଣସି ଗତିବିଧି ନାହିଁ, ଯାହା ନିଦର ଗୁଣବତ୍ତା ଦ୍ୱାରା ପ୍ରଭାବିତ ହୁଏ ନାହିଁ ଡାଇବେଟିସ୍‌ କେୟାର ପତ୍ରିକାରେ ପ୍ରକାଶିତ ସଦ୍ୟ ଅଧ୍ୟୟନ ଅନୁସାରେ, ନିଦ୍ରାଭାବ ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ, ଖାସ୍‌କରି ଋତୁବିରତି ପରେ ମହିଳାଙ୍କ ରକ୍ତଚାପ ସ୍ତରକୁ ଅଧିକ ପ୍ରଭାବିତ କରେ । ବୈଜ୍ଞାନିକଙ୍କ କହିବା ଅନୁସାରେ, ମହିଳାଙ୍କ ଶରୀରର ହରମୋନ କମ୍‌-ବେଶି ହିସାବରେ ନିଦ ପ୍ରତି ଅବହେଳା ଅଧିକ ହାନିକାରକ ହୋଇପାରେ ।

ଅଧ୍ୟୟନରେ ସାମିଲ ମହିଳାଙ୍କ ମଧ୍ୟରେ ଏକ ତୃତୀୟାଂଶ ମହିଳା ଋତୁବିରତି ଅବଧି ଅତିକ୍ରମ କରିସାରିଥିଲେ । କୌଣସି ମହିଳାଙ୍କୁ ମଧୁମେହ ନ ଥିଲା । ସେମାନଙ୍କ ରକ୍ତଚାପ ମଧ୍ୟ ସ୍ୱାଭାବିକ ଥିଲା । ସେମାନେ ନିୟମିତ ୭-୮ ଘଣ୍ଟା ଶୋଉଥିଲେ । ଅଧ୍ୟୟନରେ ସେମାନଙ୍କ ନିଦକୁ ଦୁଇ ଭାଗରେ ବଣ୍ଟାଗଲା । ପ୍ରଥମ ଭାଗରେ ସେମାନେ ନିୟମିତ ୭-୮ ଘଣ୍ଟା ଶୋଇଲେ । ୨ୟ ଭାଗରେ ଦେଢ଼ ଘଣ୍ଟା ନିଦ କମାଇ ଦିଆଗଲା । ଇତିମଧ୍ୟରେ ରକ୍ତ ଶର୍କରା ସ୍ତର ଓ ସକାଳେ ଖାଲିପେଟରେ ଇନ୍‌ସୁଲିନ୍‌ ସ୍ତର ଉପରେ ନଜର ରଖାଗଲା । ମାତ୍ର ୯୦ ମିନିଟ୍‌ ନିଦ ଅଭାବ ଫଳରେ ସାଧାରଣ ମହିଳାଙ୍କ ମର୍ନିଂ ଫାଷ୍ଟିଂ ଇନ୍‌ସୁଲିନ୍‌ ୧୫ ପ୍ରତିଶତ ଏବଂ ଋତୁବିରତି ପରବର୍ତ୍ତୀ ମହିଳାଙ୍କ ମର୍ନିଂ ଫାଷ୍ଟିଂ ଇନ୍‌ସୁଲିନ୍‌ ୨୦ ପ୍ରତିଶତ ବଢ଼ିଥିବା ଗବେଷକମାନେ ଜାଣିବାକୁ ପାଇଲେ । ତେବେ ସେମାନଙ୍କର ରକ୍ତ ଶର୍କରା ସ୍ତର ସ୍ୱାଭାବିକ ଥିଲା । ଏହାର ଅର୍ଥ ସେମାନଙ୍କୁ ଟାଇପ୍‌-୨ ମଧୁମେହ ଆଶଙ୍କା ବେଶି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.