ରାୟପୁର,୨୫/୦୨: ଜଣେ ସମ୍ପର୍କୀୟ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୀର୍ଘ ୧୩ ବର୍ଷ ଧରି ଦୁଷ୍କର୍ମ କରିବା ଅଭିଯୋଗରେ ଛତିଶଗଡର ଅଭିନେତା- ନିର୍ଦ୍ଦେଶକ ଓ ପ୍ରଯୋଜକ ମନୋଜ ରାଜପୁତଙ୍କୁ ଗିରଫ କରାଯାଇଛି ।
୨୯ ବର୍ଷୀୟ ପୀଡିତାଙ୍କ ଅଭିଯୋଗ ପରେ ଦୁର୍ଗ ପୁଲିସ ମନୋଜଙ୍କୁ ତାଙ୍କ ଅଫିସରୁ ଉଠାଇ ଆଣିଛି । ପୀଡିତା ଗତ ୨୨ ତାରିଖରେ ପୁରୁଣା ଭିଲାଇ ରେଲୱେ ପୁଲିସ ଥାନାରେ ମନୋଜଙ୍କ ବିରୋଧରେ ଦୁଷ୍କର୍ମ ଓ ଯୌନ ନିର୍ଯାତନା ଅଭିଯୋଗ ଦାଖଲ କରିଥିଲେ । ବିବାହର ପ୍ରତିଶ୍ରୁତି ଦେଇ ମନୋଜ ୨୦୧୧ରୁ ତାଙ୍କୁ ଦୁଷ୍କର୍ମ କରିଆସୁଥିବା ସେ ଦର୍ଶାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ବିବାହ ପ୍ରତିଶ୍ରୁତିରୁ ଓହରିଯିବାରୁ ପୀଡିତା ପୁଲିସର ଦ୍ୱାରସ୍ଥ ହୋଇଥିବା ଷ୍ଟେସନ ହାଉସ୍ ଅଫିସର ରାଜକୁମାର ବୋର୍ଝା କହିଛନ୍ତି । ଘଟଣା ଘଟିବା ସମୟରେ ପୀଡିତା ନାବାଳିକା ଥିବାରୁ ମନୋଜଙ୍କ ବିରୋଧରେ ଆଇପିସିର ବିଭିନ୍ନ ଦଫା ସମେତ ପୋକ୍ସୋ ଆଇନରେ ମାମଲା ରୁଜୁ କରାଯାଇଛି।