ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶୋଇବା ପୂର୍ବରୁ କରନ୍ତୁ ଏହି ସବୁ ଯୋଗାସନ, ଅବସାଦ ଦୂର ହେବା ସହ ଅନେକ ସମସ୍ୟାରୁ ମିଳେ ମୁକ୍ତି

ଭୁବନେଶ୍ୱର ୦୯/୦୨:  ଆଜିର ପରିବର୍ତ୍ତିତ ଜୀବନଶୈଳୀ ପ୍ରାୟ ଲୋକଙ୍କ ଜୀବନରେ ଚିନ୍ତା ଓ ଅବସାଦ ଭରିଚାଲିଛି । ଏସବୁର ମୁକ୍ତି ପାଇବା ପାଇଁ କେବଳ ଯୋଗ ଓ ବ୍ୟାୟାମର ସାହାଯ୍ୟ ନିଆଯାଇପାରିବ । ଯଦି ଆପଣ ସବୁବେଳେ ଥକ୍କା ଅନୁଭବ କରୁଥାନ୍ତି, ତେବେ ଶୋଇବା ପୂର୍ବରୁ ଶାରିରୀକ ଓ ମାନସିକ ଭାବେ ରିଲାକ୍ସ ହେବା ଖୁବ୍‌ ଜରୁରି । ଶରୀରକୁ ଆରାମ ଦେବା ପାଇଁ ଯୋଗଠାରୁ ଶ୍ରେଷ୍ଠ ବିକଳ୍ପ ଆଉ କିଛି ନାହିଁ ।

ବିପରୀତ କରନୀ ଆସନ :

ଏହି ଆସନ ବହୁ ସମସ୍ୟାର ସମାଧାନ କରିଥାଏ । ଏହି ଆସନକୁ ସକାଳେ ଖାଲି ପେଟରେ କରିବା ଦ୍ୱାରା ଅଧିକ ସୁଫଳ ମିଳିଥାଏ । ୫ରୁ ୧୦ ମିନିଟ୍‌ ଯାଏ ଏହି ଆସନ କରିବା ଆବଶ୍ୟକ । ଏହା ରକ୍ତ ସଞ୍ଚାଳନକୁ ନିୟମିତ କରିବା ସହ ଇନ୍‌ସୋମନିଆ ବା ଅନିଦ୍ରା ପରି ସମସ୍ୟାର ସମାଧାନ କରିଥାଏ । ସେହିପରି ଅବସାଦରୁ ମଧ୍ୟ ମୁକ୍ତି ଦେଇଥାଏ । 

ସୁପ୍ତ ମତ୍ସେନ୍ଦ୍ରାସନ :

ଏହି ଯୋଗ ଶିବଙ୍କ ଜଣେ ଉପାସକଙ୍କ ନାମ ଅନୁସାରେ ହୋଇଛି । ଏହି ଯୋଗ କରିବା ସମୟରେ ବିଭିନ୍ନ ପୋଜ୍‌ରେ ୨/୩ ମିନିଟ୍‌ ରହିବା ବହୁତ ଜରୁରି । ଏହି ଯୋଗ କରିବା ଦ୍ୱାରା ଶରୀରର ନିତମ୍ବ ଓ ଅଣ୍ଟାକୁ ମସାଜ୍‌ ମିଳିଥାଏ । ଏହା ଶରୀରରେ ଥିବା ସମସ୍ତ ବିଷାକ୍ତ ପଦାର୍ଥକୁ ବାହାର କରିବା ସହ ପାଚନ ତନ୍ତ୍ରକୁ ରକ୍ତ ସଞ୍ଚାଳନ ତୀବ୍ର କରାଇଥାଏ । ଫଳରେ ଶରୀରର ନମନୀୟତା ବଢିଥାଏ । 

ଶବାସନ :

ଏହା ସବୁଠାରୁ ଆରାମଦାୟକ ଆସନ । ଏହି ଆସନ ପାଇଁ ଭୂଇଁ ଉପରେ ପିଠି ମାଡି ସିଧା ହୋଇ ଶୋଇପଡନ୍ତୁ । ଏବେ କିଛି ନ କରି ଶାନ୍ତିରେ ସିଧା ହୋଇ ଶବ ପରି ଶୋଇ ରୁହନ୍ତୁ । ଏହି ଆସନକୁ ଦିନର କୌଣସି ସମୟ କରିପାରିବେ । ୫ରୁ ୧୦ ମିନିଟ୍‌ ଯାଏ ଶବାସନ କରିବା ବିଧେୟ । ଏହି ଆସନ କରିବା ଦ୍ୱାରା ରକ୍ତ ସଞ୍ଚାଳନ ଓ ସ୍ନାୟୁବିକ ସମସ୍ୟାରୁ ମୁକ୍ତି ମିଳିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.