ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିଜ ପିଲା ସାମ୍ନାରେ କରନ୍ତୁନି ଅନ୍ୟପିଲାର ପ୍ରଶଂସା, ପଡିପାରେ ନକାରାତ୍ମକ ପ୍ରଭାବ

ନୂଆଦିଲ୍ଲୀ ୦୭/୧୨: ଦୁନିଆର ସବୁ ବାପାମା’ ନିଜ ପିଲାକୁ ଖୁବ୍ ଭଲ ପାଇଥାନ୍ତି । ତଥାପି ଅନେକ ସମୟରେ ସେମାନେ ଅନ୍ୟ ପିଲା ସହ ନିଜ ପିଲାର ତୁଳନା କରିଥାନ୍ତି, ଯାହା ଆଦୌ ଠିକ୍ ନୁହେଁ । ଏପରି କରିବା ଦ୍ୱାରା ଲାଭ କମ୍ କ୍ଷତି ଅଧିକ ହୋଇଥାଏ । ପିଲାର ମାନସିକ ସ୍ୱାସ୍ଥ୍ୟାବସ୍ଥା ଉପରେ ଏହାର ନକାରାତ୍ମକ ପ୍ରଭାବ ପଡିଥାଏ । ଏପରିକି ପିଲାର ଆତ୍ମବିଶ୍ୱାସ ମଧ୍ୟ ଦୋହଲି ଯାଇଥାଏ । 

ଅନ୍ୟ ପିଲା ସହ ତୁଳନା ନୁହେଁ, ବରଂ କରନ୍ତୁ ଉତ୍ସାହିତ : ପିଲାଙ୍କୁ ମଣିଷ କରି ଗଢି ତୋଳିବା ଆଦୌ ସହଜ ନୁହେଁ । ପ୍ୟାରେଣ୍ଟିଂ ବିଶେଷଜ୍ଞଙ୍କ କହିବା କଥା ଆଜିକାଲିର ପିଲାଙ୍କୁ ଠିକ୍ ଭାବେ ଗଢି ତୋଳିବା ପାଇଁ ଅଭିଭାବକଙ୍କୁ ସଚେତନ ହେବାକୁ ପଡିବ । ଅତୀତ ଏବଂ ଏବେକାର ଅଭିଭାବିକପଣିଆରେ ବହୁ ପାର୍ଥକ୍ୟ ରହିଛି । ଅବଶ୍ୟ ଏଥିପାଇଁ ସମସ୍ତଙ୍କର ଦୃଷ୍ଟିକୋଣ ଭିନ୍ନ । ତଥାପି ପିଲାଙ୍କୁ ମଣିଷ କରିବା ସମୟରେ କେତେକ ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ଖୁବ୍ ଜରୁରି । ଯେପରିକି ନିଜ ପିଲାକୁ ଅନ୍ୟ ସହ ତୁଳନା କରିବା ଅନୁଚିତ୍ ।

ତୁଳନା କରିବା କାହିଁକି ଭୁଲ୍? : ନିଜ ପିଲାକୁ ଅନ୍ୟ ସହ ତୁଳନା କରିବା ଦ୍ୱାରା ତା' ଭିତରେ ନକାରାତ୍ମକ ଚିନ୍ତାଧାରା ବଢିଚାଲେ । କ୍ରମଶଃ ପିଲା ଏକା ପଡିଯାଇଥାଏ । କାରଣ ତୁଳନା କରିବା ଦ୍ୱାରା ତା' ଭିତରେ ଇର୍ଷା ଉତ୍ପନ୍ନ ହୋଇଥାଏ । ବାହାର ପିଲା ହୁଅନ୍ତୁ ଅବା ଭାଇଭଉଣୀ ତୁଳନା କରିବା ଦ୍ୱାରା ପରସ୍ପରଙ୍କ ଭିତରେ ଇର୍ଷା ସୃଷ୍ଟି ହେବା ସହ ଭଲ ପାଇବା କମିଯାଇଥାଏ ।

ଅଭିଭାବକଙ୍କଠାରୁ ଦୂରେଇ ଯାଏ ପିଲା : ଅଭିଭାବକ ପିଲାର ତୁଳନା କରିବା ଦ୍ୱାରା ସେ ବାପାମା’ ସହ ମନ ଖୋଲା ଭାବେ କଥା ହୋଇପାରେନା । ବରଂ ସବୁ କାମରେ ସେ ଅନ୍ୟ ସହ ନିଜର ତୁଳନ ହୋଇପାରେ ବୋଲି ଆଶା ରଖିଥାଏ । ଏହାଦ୍ୱାରା ସେ ଏକା ହୋଇପଡେ । ଆଉ ଅଭିଭାବକଙ୍କଠାରୁ ଦୂରେଇବା ଦ୍ୱାରା ସମସ୍ୟାକୁ ଦୃଢତାର ସହ ମୁକାବଲା କରିପାରେନା । ଫଳରେ ସେ ବଡ଼ ହେବା ପରେ ମଧ୍ୟ ସମସ୍ୟାକୁ ସାମ୍ନା କରିବାକୁ ଡରିଥାଏ ।

ପିଲା ଟ୍ୟାଲେଣ୍ଟ୍ ମରିଯାଏ : ଅନ୍ୟ ସହ ପିଲାର ତୁଳନା କରିବା ପରେ ସେ କୌଣସି କାମ ପ୍ରତି ଆଗ୍ରହୀ ହୋଇନଥାଏ । ବରଂ ଉଦାସୀନ ହୋଇପଡେ । ଫଳରେ ତା’ ଭିତରେ ଥିବା ଟ୍ୟାଲେଣ୍ଟ୍ ଦବି ଯାଇଥାଏ । ତେଣୁ ପିଲାର ଟ୍ୟାଲେଣ୍ଟ୍ ଆପେ ଆପେ ମରିଯାଏ ।

ପିଲା ଚିନ୍ତାରେ ରହେ : ତୁଳନା କରିବା ଦ୍ୱାରା ପିଲା ସବୁବେଳେ ଭଲ ପ୍ରଦର୍ଶନ କରିବାକୁ ନେଇ ଚିନ୍ତାରେ ରହିଥାଏ । ତେଣୁ ମୁକ୍ତ ଭାବେ କିଛି ଭାବି ପାରେନା । ଅଧିକ ଭଲ କରିବାକୁ ଯାଇ ସେ ଚାହୁଁଥିବା କାମକୁ ଭଲରେ କରିବା ପରିବର୍ତ୍ତେ ବିଗାଡି ଦେଇଥାଏ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.