ଏବେ ନୂଆ ସିମ୍ କାର୍ଡ ନେବା ଆଉ ସହଜ ହେବ ନାହିଁ, ସରକାର ତିଆରି କଲେ ନୂଆ ନିୟମ

ନୂଆଦିଲ୍ଲୀ : ଦୂର ସଞ୍ଚାର ବିଭାଗ ( DoT ) ସିମ୍ କାର୍ଡ ବିକ୍ରି ନେଇ ନୂଆ ନିୟମ ଘୋଷଣା କରିଛି। ଏହି ନିୟମ ଫ୍ରଡ୍ ଫୋନ କଲ୍ ସହ ଏସଏମଏସ୍ ଓ ଅନେକ ଦୂରସଞ୍ଚାର ଠକେଇ (ଫ୍ରଡ୍) ସମ୍ୱନ୍ଧୀୟ ରିପୋର୍ଟ ପରେ ଆସିଛି। ବାସ୍ତବରେ ଜଣେ ହିଁ ବ୍ୟକ୍ତିଙ୍କ ନାମ ଓ ପରିଚୟ ପତ୍ରର ବ୍ୟବହାର କରି ହଜାର ହଜାରରୁ ଅଧିକ ସିମ୍ କାର୍ଡ ଜାରି କରାଯିବାର ବି ଖବର ଆସିଛି।
ଠକେଇ ବଢ଼ିବା ମାମଲା କାରଣରୁ ସରକାର ମଧ୍ୟ ବଡ଼ ସ୍ତରରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଦେଇଛନ୍ତି। ଦୂରସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅନୁସାରେ , ସରକାର ୬୬,୦୦୦ଟି ଠକେଇ ବା ଫ୍ରଡ୍ ହୋଇଥିବା ହ୍ୱାଟ୍ସଆପ୍ ଆକାଉଣ୍ଟକୁ ବ୍ଲକ୍ କରି ଦେଇଛନ୍ତି। ୬୭,୦୦୦ ସିମ୍ କାର୍ଡ ଡିଲରଙ୍କୁ ବ୍ଲାକ୍ଲିଷ୍ଟ କରି ଦେଇଛି, ଠକେଇରେ ସଂପୃକ୍ତି ବ୍ୟକ୍ତିଙ୍କ ବିରୋଧରେ ୩୦୦ଟି ଏଫଆଇଆର ରୁଜୁ କରାଯାଇଛି ଏବଂ ୫୨ ଲକ୍ଷ ଫୋନ୍ କନେକ୍ସନ ଡିଆକ୍ଟିଭେଟ୍ କରି ଦିଆ ଯାଇଛି। ଏହା ବ୍ୟତୀତ , ଠକେଇ ଦ୍ୱାରା ବ୍ୟବହାର କରାଯାଇଥିବା ପାଖାପାଖି ୮ ଲକ୍ଷ ବ୍ୟାଙ୍କ୍ ବାଲେଟ୍ ଆକାଉଣ୍ଟକୁ ଫ୍ରିଜ୍ କରି ଦିଆ ଯାଇଛି ।
ନୂଆ ସିମ୍ କାର୍ଡ ନିୟମ –
୧- ନୂଆ ନିୟମର ଉଦ୍ଦେଶ୍ୟ ସିମ୍ କାର୍ଡର ଫ୍ରଡ୍ ହେଉଥିବା ସେଲ୍କୁ ରୋକିବା। ସର୍କୁଲରରେ କୁହାଯାଇଛି କି ଏହି ନିୟମ ୧ ଅକ୍ଟୋବରରୁ ଲାଗୁ ହେବ ଏବଂ ଟେଲିକମ୍ ଅପରେଟରଙ୍କୁ ୩୦ ସେପ୍ଟେମ୍ୱରର ପୂର୍ବରୁ ସବୁ ପଏଣ୍ଟ ଅଫ୍ ସେଲ୍ ( ପିଓଏସ)କୁ ପଞ୍ଜୀକୃତ କରିବାକୁ ହେବ।
୨- DoT ଟେଲିକମ୍ ଅପରେଟରଙ୍କ ପାଖରେ ଅଣପଞ୍ଜୀକୃତ ଡିଲରଙ୍କ ମାଧ୍ୟମରେ ସିମ୍ କାର୍ଡର ସେଲ ପାଇଁ ୧୦ ଲକ୍ଷ ଟଙ୍କାର ଜୋରିମନା ଲଗେଇବାକୁ ମଧ୍ୟ ଘୋଷଣା କରିଛି।
୩-ଏଥିରେ ଆଗକୁ କୁହାଯାଇଛି କି ସବୁ ପିଓଏସ ବିକ୍ରେତାଙ୍କୁ ସେପ୍ଟେମ୍ୱରର ଶେଷ ସୁଦ୍ଧା କାଗଜପପତ୍ର ଜମା କରିବା ଓ ପଞ୍ଜୀକୃତ କରିବାର ଆବଶ୍ୟକତା ଅଛି।
୪-ପିଓଏସ ବା ଖୁଚୁରା ବିକ୍ରେତାଙ୍କୁ ପଞ୍ଜୀକରଣ ପାଇଁ କର୍ପୋରେଟ୍ ଚିହ୍ନଟ ସଂଖ୍ୟା (ସିଆଇଏନ), ବା ବ୍ୟବସାୟ ଲାଇସେନ୍ସ , ଆଧାର ବା ପାସପୋର୍ଟ, ପ୍ୟାନ , ମାଲ ଓ ସେବା କର ପଞ୍ଜୀକରଣ ପ୍ରମାଣପତ୍ର ଆଦି ପ୍ରଦାନ କରିବାକୁ ହେବ।
୫-ଯଦି PoSରେ CIN ,LLPIN , ଏଣ୍ଟ୍ରି ପ୍ରମାଣପତ୍ର, ପ୍ୟାନ ଓ ଜିଓସଟି ପ୍ରମାଣପତ୍ର ନାହିଁ , ତ ଏହାକୁ ଉପଲବ୍ଧ ହେବାର ତୁରନ୍ତ ପରେ ଏକ ଆଫିଡେଭିଟ ଏବଂ ଏହି କାଗଜପତ୍ର ଜମା କରିବାକୁ ହେବ।
୬- ଯଦି କୌଣସି ପିଓଏସ ଜାଲ୍ କାଗଜପତ୍ର ଜମା କରେ ତ ଟେଲିକମ୍ ଅପରେଟରଙ୍କୁ ଏହାର ଆଇଡିକୁ ବ୍ଲକ୍ କରିବାକୁ ହେବ ଏବଂ ଏହି ପିଓଏସ ଦ୍ୱାରା ନାମାଙ୍କିତ ସବୁ ଗ୍ରାହକଙ୍କୁ ପୁଣି ଥରେ ଯାଞ୍ଚ କରାଇବାକୁ ହେବ ।