କୃଷ୍ଣପ୍ରସାଦ,୧୯/୧୧ : ସାତପଡ଼ା ଚିଲିକାରେ ପୁଣି ଏକ ଡଲଫିନର ମୃତ୍ୟୁ ଘଟିଛି । ରବିବାର ସକାଳୁ ମଏଁସା ଚ୍ୟାନେଲ ନିକଟରେ ମୃତ ଅବସ୍ଥାରେ ଭାସୁଥିବା ସ୍ଥାନୀୟ ମତ୍ସ୍ୟଜୀବୀମାନେ ଦେଖି ବନବିଭାଗକୁ ଖବର ଦେଇଥିଲେ। ଖବରପାଇ ସାତପଡ଼ା ବନବିଭାଗ କର୍ମଚାରୀମାନେ ପହଞ୍ଚି ମୃତ ଡ଼ଲଫିନକୁ ଉଦ୍ଧାର କରିଥିଲେ। ଡ଼ଲଫିନର ଲମ୍ବ ୫ଫୁଟ୍ ଓ ଗୋଲେଇ ୨ଫୁଟ ୬ଇଞ୍ଚ ବୋଲି ସୂଚନା ମିଳିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଶବ ବ୍ୟବଚ୍ଛେଦ ପରେ ରିପୋର୍ଟ୍ ମିଳିବ ବୋଲି ସାତପଡ଼ା ବନାଞ୍ଚଳ ଅଧିକାରୀ ଶରତ ଜାନି କହିଛନ୍ତି। ପ୍ରକାଶ ଯେ, ଚଳିତ ଅକ୍ଟୋବର ମାସ ୫ ତାରିଖରେ ମଏଁସା ନାଳୀ ନିକଟରେ ଏକ ଶିଶୁ ଡ଼ଲଫିନ ମୃତ୍ୟୁ ହୋଇଥିବା ବେଳେ ବନବିଭାଗର ଅବହେଳା ଯୋଗୁଁ ଚିଲିକାରେ ଡଲଫିନ ମୃତ୍ୟୁକୁ ନେଇ ପରିବେଶବିତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଛତିଶଗଡ଼ରେ ରହିବେ ଦୁଇ ଉପମୁଖ୍ୟମନ୍ତ୍ରୀ, ରମଣ ସିଂହ ହ...