ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ରାମଲଲାଙ୍କ ଦର୍ଶନ ପାଇଁ ପହଞ୍ଚିଲେ ୨୫ ଲକ୍ଷ ଶ୍ରଦ୍ଧାଳୁ , ଦାନରେ ମିଳିଲା ଏତେ କୋଟି ଟଙ୍କା

ଅଯୋଧ୍ୟା : ଅଯୋଧ୍ୟାର ରାମ ମନ୍ଦିରରେ ରାମଲଲାଙ୍କ ବିରାଜମାନକୁ ୧୧ ଦିନ ହୋଇଛି। ଏହି ୧୧ ଦିନରେ ୨୫ ଲକ୍ଷ ଶ୍ରଦ୍ଧାଳୁ ରାମଲଲାଙ୍କ ଦର୍ଶନ କରି ସାରିଛନ୍ତି। ଏହା ବ୍ୟତୀତ ପ୍ରତିଦିନ ହାରାହାରି କୋଟିଏ ଟଙ୍କା ରାମଲଲାଙ୍କୁ ଦାନ ରୂପେ ମିଳୁଛି। ଏହି ୧୧ଦିନରେ ରାମଲଲାଙ୍କୁ ଯେଉଁ ଦାନ ପ୍ରଦାନ କରାଯାଉଛି ଏହାର ମୂଲ୍ୟ ୧୧କୋଟି ଟଙ୍କା ରହିଛି। ରାମ ଜନ୍ମଭୂମିର ତୀର୍ଥ କ୍ଷେତ୍ର ମୁତାବିକ , ଗତ ୧୦ ଦିନରେ ହୁଣ୍ଡିରେ ପାଖାପାଖି ୮ କୋଟି ଟଙ୍କା ଜମା ହୋଇଛି ଏବଂ ପାଖାପାଖି ୩.୫୦ କୋଟି ଟଙ୍କା ଅନଲାଇନ୍‌ ପ୍ରାପ୍ତ ହୋଇଛି। 

ଟ୍ରଷ୍ଟର କାର୍ଯ୍ୟାଳୟ ପ୍ରଭାରୀ ପ୍ରକାଶ ଗୁପ୍ତାଙ୍କ ମୁତାବିକ, ଗର୍ଭଗୃହ ସାମନାରେ ଦର୍ଶନ ପଥ ପାଖରେ ୪ଟି ବଡ଼ ବଡ଼ ଆକାରର ଦାନ ପେଟି ରଖାଯାଇଛି, ଯେଉଁଥିରେ ଶ୍ରଦ୍ଧାଳୁ ଦାନ କରୁଛନ୍ତି। ଏହା ବ୍ୟତୀତ ୧୦ଟି କମ୍ପ୍ୟୁଟରୀକରଣ କାଉଁଟର ଉପରେ ମଧ୍ୟ ଲୋକେ ଦାନ କରୁଛନ୍ତି। ଏହି ଦାନ କାଉଁଣ୍ଟର ଉପରେ ମନ୍ଦିର ଟ୍ରଷ୍ଟର କର୍ମଚାରୀଙ୍କୁ ନିଯୁକ୍ତ କରାଯାଇ ଯାଇଛି, ଯିଏ ସନ୍ଧ୍ୟାକୁ କାଉଣ୍ଟର ବନ୍ଦ ହେବା ପରେ ପ୍ରାପ୍ତ ଦାନ ରାଶିର ହିସାବ ଟ୍ରଷ୍ଟ କାର୍ଯ୍ୟାଳୟରେ ଜମା କରିଥାନ୍ତି। 

ଉଲ୍ଲେଖନୀୟ ଯେ , ୧୪ ଜଣ କର୍ମଚାରୀଙ୍କୁ ନେଇ ଏକ ଟିମ୍‌ ୪ଟି ଦାନ ପେଟିରେ ଆସିଥିବା ଅର୍ଥ ରାଶିକୁ ଗଣତି କରିଥାନ୍ତି , ଯେଉଁଥିରେ ୧୧ଟି ବ୍ୟାଙ୍କ୍‌ କର୍ମଚାରୀ ଓ ୩ଟି ମନ୍ଦିର ଟ୍ରଷ୍ଟର କର୍ମଚାରୀ ସାମିଲ ଅଛନ୍ତି। ଗୁପ୍ତା କହିଛନ୍ତି କି, ଦାନ ରାଶି ଗଣତି ଠାରୁ ନେଇ ଜମା କରିବା ଯାଏ ସବୁ କାମ ସିସିଟିଭି କ୍ୟାମେରା ଆଗରେ କରାଯାଏ।

ସୂଚନା ଯେ, ଏହି ସମୟରେ ଉତ୍ତର ପ୍ରଦେଶରେ ଥଣ୍ଡା ଖୁବ୍‌ ଜୋରରେ ପଡ଼ୁଛି। ହେଲେ , ଶ୍ରଦ୍ଧାଳୁଙ୍କ ସଂଖ୍ୟାରେ କୌଣସି ହ୍ରାସ ଘଟି ନାହିଁ। ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବିକ, ଆଗାମୀ ବୁଧବାର ଯାଏ ଉତ୍ତର ପ୍ରଦେଶର ବଡ଼ ଅଞ୍ଚଳରେ ଘନ କୁହୁଡ଼ିରେ ଢାଙ୍କି ହୋଇ ରହିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.