ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଡକ୍ଟର ସସ୍ମିତ ପାତ୍ର ଏବଂ ଶଶି ଥରୁରଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର

ଭୁବନେଶ୍ଵର, ୦୭/୦୨ : ବିଜେଡିର ବରିଷ୍ଠ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଏବଂ କଂଗ୍ରେସ ଲୋକସଭା ସାଂସଦ ଶଶି ଥରୁରଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର। ଏତଦ୍ ବ୍ୟତୀତ ଗୃହର ଅନ୍ୟ ୬ ଜଣ ସାସଂଦଙ୍କୁ ବିଭିନ୍ନ ବର୍ଗରେ ପୁରସ୍କୃତ କରାଯାଇଛି। ଲୋକସଭା ସାଂସଦ ତଥା ବହୁଜନ ସମାଜ ପାର୍ଟି ସାଂସଦ ଡାନିସ ଅଲ୍ଲୀ ଓ ସିପିଏମର ରାଜ୍ୟସଭା ଏମପି ଜନ ବ୍ରିଟ୍ଟାସ ବେଷ୍ଟ ଡେବ୍ଯୁଟାଣ୍ଟ ଭାବେ ପୁରସ୍କୃତ ହୋଇଛନ୍ତି। ସମାଜବାଦୀ ପାର୍ଟି ରାଜ୍ୟସଭା ସାଂସଦ ରାମ ଗୋପାଳ ଯାଦବ ଓ ବିଜେପି ଲୋକସଭା ସାଂସଦ ମାନେକା ସଞ୍ଜୟ ଗାନ୍ଧୀଙ୍କୁ ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାର ମିଳିଛି। ଲୋକସଭାର ଶିରୋମଣି ଅକାଳୀ ଦଳର ସାଂସଦ ହରସିମରତ କୌର ବାଦଲ ଏବଂ ବିଜେପିର ରାଜ୍ୟସଭା ସାଂସଦ ସରୋଜ ପାଣ୍ଡେଙ୍କୁ ସମ୍ପୃକ୍ତ ଗୃହରେ ଶ୍ରେଷ୍ଠ ମହିଳା ସାଂସଦ ଭାବରେ ପୁରସ୍କୃତ କରାଯାଇଛି। 

ପ୍ରତିବର୍ଷ ଲୋକସଭାରୁ ୪ଜଣ, ରାଜ୍ୟସଭାରୁ ୨ ଜଣଙ୍କୁ ଲୋକମତ ସଂସଦୀୟ ପୁରସ୍କାର ମିଳିଥାଏ। ପୁରସ୍କାର ବିତରଣ ଉତ୍ସବରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ମୁଖ୍ୟ ଅତିଥି ଭାବେ ଏବଂ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଆଠାୱଲେ ଯୋଗ ଦେଇଥିଲେ।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.