ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ଛାତ୍ରୀଙ୍କୁ ସାନିଟାରୀ ପ୍ୟାଡ୍‌ ବଣ୍ଟାଯିବା ନୀତି ପ୍ରସ୍ତୁତି: ସୁପ୍ରିମକୋର୍ଟଙ୍କୁ ଜଣାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୦୭/୧୧: ସ୍କୁଲ ଛାତ୍ରୀମାନଙ୍କୁ ମାଗଣାରେ ସାନିଟାରୀ ପ୍ୟାଡ୍‌ ବଣ୍ଟାଯିବା ଯୋଜନା ସଂପର୍କରେ ଜାତୀୟ ନୀତି ପ୍ରସ୍ତୁତ ହୋଇସାରିଛି । କେନ୍ଦ୍ର ସରକାର ସୋମବାର ସୁପ୍ରିମକୋର୍ଟଙ୍କୁ ଏହା ସୂଚୀତ କରିଛନ୍ତି । ଏଥିସହ ସାଧାରଣ ଲୋକଙ୍କ ରାୟ ନେବାକୁ କୋର୍ଟଙ୍କୁ ୪ ସପ୍ତାହ  ସମୟ ମାଗିଛନ୍ତି । 

ସୋମବାର ମାମଲାର ଶୁଣାଣି ସମୟରେ ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ  ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ,  ଛାତ୍ରୀମାନଙ୍କୁ ସାନିଟାରୀ ନାପକିନ୍‌ ବଣ୍ଟନ  କରିବାର ପ୍ରକ୍ରିୟା ଏକାଭଳି ହେବା ଆବଶ୍ୟକ ।ସେହିପରି ଦେଶର ସମସ୍ତ ସରକାରୀ ଏବଂ  ଆବାସିକ ସ୍କୁଲରେ ଝିଅଙ୍କ ସଂଖ୍ୟା ଅନୁପାତରେ  ଟଏଲେଟ ନିର୍ମାଣ ଲାଗି ଜାତୀୟ ମଡେଲ୍‌ ପ୍ରସ୍ତୁତ  କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।  

ସାମାଜିକ କର୍ମୀ ଜୟାଠାକୁରଙ୍କ ଏକ ପିଟିସନ୍‌  ଉପରେ ଶୁଣାଣି କରି କୋର୍ଟ ଏହି ଟିପ୍‌ପଣୀ  ଦେଇଛନ୍ତି । ସୁପ୍ରିମକୋର୍ଟରେ ଏକ ଜନହିତ ଆବେଦନ ଦାଖଲ କରି ଠାକୁର ଝିଅଙ୍କ ସ୍ୱାସ୍ଥ୍ୟ  ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଥିଲେ ।  ଆବେଦନରେ କହିଥିଲେ ଯେ, ଋତୁସ୍ରାବ ସମୟରେ ହେଉଥିବା ସମସ୍ୟା ଯୋଗୁ ଅନେକ  ଝିଅ ସ୍କୁଲ ଛାଡ଼ି ଦେଉଛନ୍ତି କାରଣ ସେମାନଙ୍କ  ପରିବାର ନିକଟରେ ପ୍ୟାଡ୍‌ ଲାଗି ଖର୍ଚ୍ଚ କରିବାକୁ  ଟଙ୍କା ନଥାଏ । ସ୍କୁଲରେ ମଧ୍ୟ ଝିଅଙ୍କ ଲାଗି  ମାଗଣା ପ୍ୟାଡ୍‌ ବଣ୍ଟନର ସୁବିଧା ନାହିଁ ।  ଏହାଯୋଗୁ ଝିଅମାନଙ୍କର ପାଠପଢ଼ା ପ୍ରଭାବିତ  ହେଉଛି । କେବଳ ସେତିକି ନୁହେଁ, ସ୍କୁଲରେ  ବ୍ୟବହୃତ ପ୍ୟାଡ୍‌କୁ ଫିଙ୍ଗିବାର ସୁବିଧା ନାହିଁ ।  ସେଥିଯୋଗୁ ଝିଅମାନେ ଋତୁସ୍ରାବସମୟରେ  ସ୍କୁଲ ଯାଇପାରୁନଥିବା ସେ ଦର୍ଶାଇଥିଲେ ।  

ଏହି ମାମଲାରେ ଏପ୍ରିଲ ୧୦ରେ ହୋଇଥିବା  ଶୁଣାଣି ସମୟରେ ସୁପ୍ରିମକୋର୍ଟ ସବୁ ରାଜ୍ୟ  ଏବଂ କେନ୍ଦ୍ରଶାସିତ ପ୍ରଦେଶକୁ ଏକ ସମାନ  ନୀତି ପ୍ରସ୍ତୁତ କରି ଆଗତ କରିବାକୁ କହିଥିଲେ । ଏଥିଲାଗି କୋର୍ଟ ୪ ସପ୍ତାହ ସମୟ ଦେଇଥିଲେ । ଅବଶ୍ୟ କେନ୍ଦ୍ର ଏହି ନୀତି ପ୍ରାୟ ୭ ମାସ  ପରେ ଡ୍ରାଫ୍ଟ କରିଛି । ସେହିପରି ଏପ୍ରିଲ ୧୦  ତାରିଖରେ ହୋଇଥିବା ଶୁଣାଣି ସମୟରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ୍‌ ପିଏମ୍‌ ନରସିହ୍ମା ଏବଂ ଜଷ୍ଟିସ୍‌ ଜେବି  ପାରଦିୱାଲାଙ୍କ ଖଣ୍ଡପୀଠ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡି଼କୁ ସ୍କୁଲଗୁଡି଼କରେ ଝିଅମାନଙ୍କର  ଟଏଲେଟ୍‌ର ଉପଲବ୍‌ତା ଓ ସାନିଟାରୀ ନାପକିନ୍‌ର  ଯୋଗାଣକୁ ନେଇ ତଥ୍ୟ ମାଗିଥିଲେ ।  

ଏହାପରେ ଜୁଲାଇ ୨୪ରେ ହୋଇଥିବା ଶୁଣାଣି  ସମୟରେ କୋର୍ଟ ମାଗଣା ନାପକିନ୍‌ ବଣ୍ଟନ ଲାଗି  ଏକ ସମାନ ଜାତୀୟ ନୀତି ପ୍ରସ୍ତୁତ କରିବା  ପ୍ରସଙ୍ଗରେ ଯେଉଁ ରାଜ୍ୟଗୁଡି଼କ ସେବେଯାଏ  କେନ୍ଦ୍ରକୁ ନିଜର ଜବାବ ଦେଇନଥିଲେ ସେଗୁଡ଼ିକୁ  ଚେତାବନୀ ଦେଇଥିଲେ । ଅଗଷ୍ଟ ୩୧ ତାରିଖ  ମଧ୍ୟରେ ଜବାବ ନ ଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରାଯିବ ବୋଲି କହିଥିଲେ ।

Copyright © 2022 - Summa Real Media Private Limited. All Rights Reserved.