ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଶ୍ରୀଲଙ୍କାଠୁ ହାରିବା ପରେ ପାକ୍‌ ଡ୍ରେସିଂ ରୁମ୍‌ରେ ବାବାର-ସହିନ ବାକ୍ ଯୁଦ୍ଧ, ଅଟକାଇଲେ ରିଜୱାନ୍

କଲମ୍ବୋ,୧୭/୦୯: ଚଳିତ ଏସିଆ କପ୍‌ରେ  ଫାଇନାଲକୁ ଯୋଗ୍ୟତା ଅର୍ଜନ କରିପାରି ନଥିବା  ପାକିସ୍ତାନ ଦଳରେ ବିବାଦ ଆରମ୍ଭ ହୋଇଯାଇଥିବା ଖବର ସମ୍ପ୍ରତି ଚର୍ଚ୍ଚାର ବିଷୟ ହୋଇଛି । ଶ୍ରୀଲଙ୍କା ବିପକ୍ଷ  ସୁପର-୪ ରାଉଣ୍ଡ୍‌ର ଏକ ମ୍ୟାଚ୍‌ରେ ପରାଜିତ ହେବା  ପରେ ପାକିସ୍ତାନ ଦଳର ଖେଳାଳିମାନଙ୍କ ମଧ୍ୟରେ ଯୁକ୍ତି ତର୍କ ଓ ବାକ୍ୟ ବିନିମୟ ହୋଇଥିବା ଜଣାପଡ଼ିଛି । ଡ୍ରେସିଂ ରୁମ୍‌ ଭିତରେ ଅଧିନାୟକ ବାବାର ଆଜମ ଓ  ପେସ୍‌ ବୋଲର ସହିନ ଆଫ୍ରିଦିଙ୍କ ମଧ୍ୟରେ ଯୁକ୍ତି ତର୍କ  ହୋଇଥିଲା । ଖେଳାଳିମାନେ ଦାୟିତ୍ୱ ତୁଲାଇବାରେ  ଅବହେଳା କରିଥିଲେ ବୋଲି ବାବର ଅଭିଯୋଗ  କରିଥିଲେ । 

ଏହାର ବିରୋଧ କରି ସହିନ କହିଥିଲେ,  ଅତି କମ୍‌ରେ ଭଲ ବୋଲିଂ କିମ୍ବା ବ୍ୟାଟିଂ କରିଥିବା ଖେଳାଳିଙ୍କୁ ପ୍ରଶଂସା କରିବା ଆବଶ୍ୟକ । ସହିନଙ୍କ ପ୍ରତ୍ୟୁତ୍ତରରେ ଖପ୍ପା ବାବର କହିଥିଲେ, ତୁମେ ଚୁପ୍‌  ରୁହ, କିଏ କେତେ ଭଲ ଖେଳିଛି ମୁଁ ତାହା ଯାଣିଛି । ମାହୋଲ ଗରମ ହେବା ଦେଖି ମହମ୍ମଦ ରିଜୱାନ ହସ୍ତକ୍ଷେପ କରିଥିଲେ ଓ ଉଭୟଙ୍କୁ ବାକ ଯୁଦ୍ଧରୁ ବିରତ ରଖିଥିଲେ । 

ସୂଚନାଯୋଗ୍ୟ, ଉକ୍ତ ମ୍ୟାଚ୍‌ରେ  ପାକିସ୍ତାନ ୨ ୱିକେଟ୍‌ରେ ଶ୍ରୀଲଙ୍କା ଠାରୁ ପରାଜିତ ହୋଇ ଫାଇନାଲ୍‌ରୁ ବଞ୍ଚିତ ହୋଇଥିଲା ।

Copyright © 2022 - Summa Real Media Private Limited. All Rights Reserved.