ପ୍ରମୁଖ ଖବର
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ଆଜି ଓୟୁଟିଆର୍‌ରେ ପ୍ରଥମ ସମାବର୍ତ୍ତନ ଉତ୍ସବ, ସଭାପତିତ୍ୱ କରିବେ ରାଜ୍ୟପାଳ
  • ||
  • ମଙ୍ଗଳବାର ୟୁପି ରାଜ୍ୟସଭା ନିର୍ବାଚନ, ବିଜେପିକୁ ସମର୍ଥନ କରିବେ ରାଜା ଭୈୟା
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||
  • ୨୯ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଉପସ୍ଥାପିତ ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ବିକେଟ୍ ବିଜୟୀ, ୟୁପି ୱାରିୟର୍ସର ଦ୍ୱିତୀୟ ପରାଜୟ
  • ||
  • ବୁଧବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଆଜି କାର୍‌କେଡ୍‌ ରିହର୍ସାଲ କରିବ ଓଡ଼ିଶା ପୁଲିସ୍‌
  • ||
  • ଶନିବାର ବାରବାଟୀ ଷ୍ଟାଡିୟମ୍‌ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ୪୧ଟି କ୍ରିକେଟ୍‌ ଏକାଡେମୀ ହେବ ଲୋକାର୍ପଣ
  • ||
  • ଆସନ୍ତା ୩ ତାରିଖ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ପାନୀୟ ଜଳ ସଙ୍କଟ; ଶୋଷ ମେଣ୍ଟାଉଛି ଚୁଆପାଣି, ପାଣି ଦିଅ ଭୋଟ ନିଅ କହିଲେ ଗ୍ରାମବାସୀ

ମାଲକାନଗିରି,୧୨/୨ : (ରତ୍ନାକର ଦାଶ) ଫେବୃଆରୀ ମାସରେ ତାତିଲାଣି ବଣପାହାଡ଼ ଘେରା ମାଲକାନଗିରି ଜିଲ୍ଲା। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ ଓ ପାନୀୟ ଜଳସଙ୍କଟ ଦେଖା ଦେଇଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଗ୍ରାମବାସୀ ପାଣି ପାଇଁ ଡହଳ ବିକଳ ହେବା ସହ ଲୋକେ ହନ୍ତସନ୍ତ ହେଉଛନ୍ତି । ମାଲକାନଗିରି ବ୍ଲକ ସ୍ଥ ବୁରୁଦି, ଟିଟିବିରି, ତଣ୍ଡିକି, ଚାଲାଣ ଗୁଡ଼ା, ଟିଟିଙ୍ଗ, ଚିଡ଼ିପାଲି ଗାଁରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି । ଅନେକ ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ନ ଥିବାରୁ ଶୋଷ ମେଣ୍ଟାଉଛନ୍ତି ଚୁଆର ଗୋଳିଆ ଅପରିଷ୍କାର ପାଣିରେ। ପ୍ରଶାସନକୁ ଗୁହାରି ପରେ ବି କେହି କର୍ଣ୍ଣପାତ ନ କରିବାରୁ ଦୂଷିତ ପାଣିକୁ ବାଧ୍ୟ ହୋଇ ବ୍ୟବହାର କରୁଛନ୍ତି ଜିଲ୍ଲାର ଅନେକ ଗ୍ରାମବାସୀ। 

ମାଲକାନଗିରି ଜିଲ୍ଲାରେ ବସୁଧା ଯୋଜନା ପ୍ରହସନ ପାଲଟିଛି । ବିଶେଷ କରି ଚିତ୍ରକୋଣ୍ଡା ବ୍ଲକସ୍ଥ କପାତୋଟି ପଞ୍ଚାୟତରେ ଏବେଠାରୁ ପାନୀୟ ଜଳର ଘୋର ସଙ୍କଟ ଦେଖାଦେଇଛି । ତୁରନ୍ତ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପାନୀୟ ଜଳ ବ୍ୟବସ୍ଥା କରାନଗଲେ ଆସନ୍ତା ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଗ୍ରାମବାସୀ କହିଛନ୍ତି। ପାଣି ଦିଅ ଭୋଟ ନିଅ, ଏହିଭଳି ଚେତାବନୀ ଦେଇଛନ୍ତି ଅଞ୍ଚଳ ବାସିନ୍ଦା । ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ କପାତୁଟି ପଞ୍ଚାୟତର ୨ଟି ଗାଁରେ ୭୦ରୁ ଊର୍ଦ୍ଧ୍ବ ପରିବାର ରୁହନ୍ତି । ଏମାନଙ୍କ  ପାଇଁ ପାନୀୟ ଜଳର ବ୍ୟବସ୍ଥା ଲାଗି ଗତ ୧୦ବର୍ଷ ପୂର୍ବରୁ ଗାଁରେ ନିର୍ମାଣ କରାଯାଇଥିଲା ୧କୂଅ । ସେହି କୂପ ଦୀର୍ଘ ବର୍ଷ ହେବ ସଂପୂର୍ଣ୍ଣ ଅଚଳ ଅବସ୍ଥାରେ ରହିଥିବାବେଳେ, ୨ ବର୍ଷ ପୂର୍ବରୁ ଦୁଇଟି ଗାଁ ଅରଗେଲ ଓ ମସ୍ତିପୁଟରେ ସୌର ଚାଳିତ ପାଣି ଟାଙ୍କି ନିର୍ମାଣ କରଯାଇଥିଲା । ଗାଁରେ ସୌର ଚାଳିତ ପାଣି ଟାଙ୍କି ଗୋଟିଏ ଦିନ ଚାଲିବା ପରଠାରୁ ଆଜି ପର୍ଯ୍ୟନ୍ତ   ପାଣି ଟୋପାଏ ପାଇ ନାହାନ୍ତି ଗାଁ ବସିନ୍ଦା । ଆଜି ପର୍ଯ୍ୟନ୍ତ ଲୋକେ ସେହି ଚୁଆ ଓ ନାଳ ପାଣିକୁ ବ୍ୟବହାର କରୁଥିବା କହନ୍ତି ।    

ସେହି ପାଣିରେ ଲୁଗା ସଫା କରିବା ସହ ସେହି ପାଣିକୁ ରୋଷେଇ ପାଇଁ ବ୍ୟବହାର କରିବାକୁ ପଡୁଛି । ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଅଧିକାରୀଙ୍କୁ ଅଭିଯୋଗ ପରେ ବି ଆଜି ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ହୋଇପାରି ନାହିଁ । ଶେଷରେ ବାଧ୍ୟ ହୋଇ ଗାଁ ଲୋକେ ଦୂଷିତ ପାଣିକୁ ବ୍ୟବହାର କରୁଛନ୍ତି । ହାଣ୍ଡିଏ ପାଣି ପାଇଁ  ଗାଁ ମୁଣ୍ଡ ଜଙ୍ଗଲ ନିକଟକୁ ଯିବାକୁ ପଡୁଛି ମହିଳାଙ୍କୁ । ୧୨ମାସ ଏହି ଦୂଷିତ ପାଣିକୁ ପିଇବା ପାଣି ରୂପେ ବ୍ୟବହାର କରୁଛନ୍ତି ଗାଁ ଲୋକେ । ପିଲାଠାରୁ ବୁଢା ସମସ୍ତେ ଲାଗିପଡିଛନ୍ତି ଜଙ୍ଗଲି ରାସ୍ତାରେ ପାଣି ବୋହିବାରେ । ୭୦ରୁ ଊର୍ଦ୍ଧ୍ବ ପରିବାର ଗୋଟିଏ ସ୍ଥାନରୁ ପାଣି ସଂଗ୍ରହ କରୁଥିବାରୁ ସେଠାରେ ବେଳେ ବେଳେ ଅପ୍ରତିକର ପରିସ୍ଥିତି ସୃଷ୍ଟି ହେଉଛି । କେବଳ ସେତିକି ନୁହେ, ପଣି ଭର୍ତି ହାଣ୍ଡି ମୁଣ୍ଡରେ ବୋହି ବହୁ କଷ୍ଟରେ ଚଢିବାକୁ ପଡୁଛି ରାସ୍ତା ଉପରକୁ । ପାଣି ଅଣୁଥିବା ଥିବା ସ୍ଥାନ ବି ପୁରାପୂରି ଅପରିଷ୍କାର । ୨ ଗୋଟି ଗାଁର ଜଳ ସମସ୍ୟାର ସମାଧାନ ପାଇଁ ବସୁଧା ଯୋଜନାରେ ମସ୍ତିପୁଟ ଗାଁରେ ପାଣିଟାଙ୍କି ନିର୍ମାଣ କରାଯାଇଛି ସତ । ହେଲେ ପମ୍ପ ଗୃହରେ ଆଜି ପର୍ଯ୍ୟନ୍ତ ତାଲା ପଡିରହିଛି । ଗୋଟିଏ ନଳକୂପ ୪୦ ପରିବାର ପାଇଁ ପାଣି ଯୋଗେଇ ପାରୁନାହିଁ । ସକାଳ ୬ ଟାରୁ ଆରମ୍ଭ କରି ରାତି ୮ ପର୍ଯ୍ୟନ୍ତ ଲୋକେ ନଳକୂପରୁ ପାଣି ସଂଗ୍ରହ କରୁଛନ୍ତି । ଦୂଷିତ ଚୁଆ ପାଣି ଉପରେ ନିର୍ଭରଶୀଳ ହେଇ ପଡ଼ିଛନ୍ତି ସ୍ଥାନୀୟ ବାସିନ୍ଦା । ଅଂଚଳର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଚେଷ୍ଟା ପରେ ଚେଷ୍ଟା ଜାରି ରହିଛି ସତ, କିନ୍ତୁ କାର୍ଯ୍ୟର ତଦାରଖ ଠିକ ରୂପେ ହୋଇପାରି ନ ଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଲୋକେ । ବାରମ୍ବାର ଅଭିଯୋଗ ପରେ ବି କେହି ମଧ୍ୟ କର୍ଣ୍ଣପାତ କରିନଥିବାରୁ ବିତୃଷ୍ଣା ଭାବ ଆସିଯାଇଛି ଗାଁ ବାସୀଙ୍କ ମନରେ । ଆଗାମୀ ଦିନରେ ଯଦି ପାଣି ସମସ୍ୟାର ସମାଧାନ ନ କରାଯାଏ, ଭୋଟ ବର୍ଜନ କରି  ଉଚିତ ଜବାବ ଦେବେ ବୋଲି କଡା ଚେତାବନି ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.