ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍କୁଟିକୁ ପିଟିଲା କାର୍, ୨ ଗୁରୁତର
  • ||
  • ମୋହନା: ଘାଟିରେ ଓଲଟିଲା ମିନି ବସ୍, ୨୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଶ୍ୱକପ୍‌ ମହାକୁମ୍ଭକୁ ଆଉ ୩ ଦିନର ଅପେକ୍ଷା: ୧୦ ଦଳ, ୧୦ ଭେନ୍ୟୁ, ୪୮ ମ୍ୟାଚ୍‌ରେ ହେବ ମୁକାବିଲା
  • ||
  • ରାଉରକେଲା: ଝଗଡ଼ା ସମାଧାନ କରିବାକୁ ଯାଇଥିଲେ..ଠେଲାପେଲା ବେଳେ ତଳେ ପଡ଼ି ମହିଳା ଏଏସ୍‌ଆଇ ମୃତ
  • ||
  • ଭୁବନେଶ୍ୱର: ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: କିଲର୍‌ ଚାଳକର ପତ୍ତା ପାଉନି ପୁଲିସ, ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ବୁଲିଲା କ୍ୟାମେରା: ଭୋଗ ଆଟିକା ନିକଟରୁ ବନ୍ଧାହେଲା ଅଭିଯୁକ୍ତ, ସ୍ପାଏ ପେନ୍‌ କ୍ୟାମେରା ଜବତ
  • ||
  • ମାଦ୍ରିଦ: ସ୍ପେନ ନାଇଟ୍‌ କ୍ଲବରେ ଭୀଷଣ ଅଗ୍ନିକାଣ୍ଡରେ ଭୁଶୁଡିଲା ଛାତ: ୧୩ ମୃତ, ୪ ଆହତ
  • ||
  • ଭୁବନେଶ୍ୱର: ୟୁନିଟ୍‌-୧ ହାଟରେ ତାଲା, ୩ ଦିନି ସାଢେ ୭ କୋଟି ଘାଟା: ମଙ୍ଗଳବାର ବିଏମ୍‌ସି ସହ ହାଟ କମିଟିର ଆଲୋଚନା
  • ||
  • ଭୁବନେଶ୍ୱର: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ରାଜଧାନୀର ବଡ଼ଗଡ଼ରୁ ଶୁଭାରମ୍ଭ କରିବେ ନବୀନ
  • ||
  • ବିଶ୍ୱ ପାଇଁ ଆଶ୍ୱସ୍ତି: ସଟ୍‌ଡାଉନ୍‌ରୁ ବର୍ତ୍ତିଗଲା ଆମେରିକା, ଶେଷ ମୁହୂର୍ତ୍ତରେ ଫଣ୍ଡିଂ ବିଲ୍‌ ମଞ୍ଜୁର
  • ||
  • ଭୁବନେଶ୍ୱର; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ଲଗାଣ ବର୍ଷାରେ ଯୋଗାଯୋଗ ବିଚ୍ଛିନ୍ନ, ୫ କିଲୋମିଟର ଖଟିଆରେ ବୁହା ହେଲେ ରୋଗୀ

ଗୋଛାପଡା,  ୧୪/୯ ଫିରିଙ୍ଗିଆ ବ୍ଲକରେ ଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଯୋଗାଯୋଗ ବିଛିନ୍ନ ହେବା ସହ ଅନେକ ଗ୍ରାମ  ଜଳ ବନ୍ଦୀ ହୋଇ ରହିଛି। ଏଭଳି ପରିସ୍ଥିତିରେ ଜଣେ ଗୁରୁତର ଅସୁସ୍ଥ ବ୍ୟକ୍ତିଙ୍କୁ ୫ କିଲୋମିଟର ଘଞ୍ଚ ଜଙ୍ଗଲ ଓ ପାହାଡ଼ ଦେଇ ଖଟିଆରେ ବୋହିକି ଆଣିଥିଲେ। ପରେ ଡାକ୍ତରଖାନାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। 

 ଫିରିଙ୍ଗିଆ ବ୍ଲକ ଉପାନ୍ତ ଅଞ୍ଚଳ ଲୁଇସିଂ ପଞ୍ଚାୟତ ଡାଙ୍ଗାଣାମ ଗାଁ ବୁଗେରମାସ୍କା ସାହିର ସଂକୀର୍ତନ ଭୋଇ ହଠାତ ଛାତିରେ ଯନ୍ତ୍ରଣା ସହ ଗୁରୁତର ଅସୁସ୍ଥ ହୋଇ ପଡିଥିଲେ। ଏପଟେ ଲଗାଣ ବର୍ଷା ଯୋଗୁ ଗାଁ କୁ ଯାଇଥିବା ରାସ୍ତାରେ ଥିବା କେଡ଼ିଯୋଡି ନାଳ ଜଳ ମଗ୍ନ ହୋଇ ଯୋଗାଯୋଗ ବିଛିନ୍ନ ହୋଇ ଯାଇଛି। ବିଦ୍ୟୁତ କିମ୍ବା ନେଟୱାର୍କ ସୁବିଧା ବି ନାହିଁ। ଏଭଳି ସ୍ଥିତିରେ ବାଧ୍ୟ ହୋଇ ପରିବାର ଲୋକେ ଅସୁସ୍ଥ ସଂକୀର୍ତ୍ତନଙ୍କୁ ଫିରିଙ୍ଗିଆ କିମ୍ବା ଫୁଲବାଣୀ ଜିଲ୍ଲା ମେଡ଼ିକାଲକୁ  ଆଣି ନ ପାରି ସୋନପୁର ମେଡ଼ିକାଲକୁ ନେବା ପାଇଁ ସ୍ଥିର କରିଥିଲେ l

   ପରିବାର ସଦସ୍ୟ ଏବଂ କିଛି ଗ୍ରାମବାସୀଙ୍କ ସହାୟତାରେ ସାନ ଭାଟୁଲି ଗ୍ରାମ ଦେଇ ଜଙ୍ଗଲ ପାହାଡ଼ ଭିତରେ ବଡ଼ ଭାଟୁଲି ଗାଁକୁ ୫ କିଲୋମିଟର ଖଟିଆରେ ବୋହି ଆଣିଥିଲେ। ପରେ ସେଠାରୁ ଗୋଟିଏ ଗାଡି ଭଡା କରି ସୋନପୁର ମେଡ଼ିକାଲକୁ ନେଇଥିଲେ। ଅବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ସଂକୀର୍ତ୍ତନଙ୍କ ମୃତ୍ୟୁ ହୋଇ ଯାଇଥିବା ଜଣାପଡିଛି। ଅନ୍ୟ ପଟେ ଏହି ଘଟଣା ଫିରିଙ୍ଗିଆ ବ୍ଲକର ଉପାନ୍ତ ଅଞ୍ଚଳରେ ରାସ୍ତାଘାଟ ଓ ଯୋଗାଯୋଗ ବ୍ୟବସ୍ଥା ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଅଞ୍ଚଳରେ ବାରମ୍ବାର  ଖଟିଆରେ ଓ ଦୋଳାରେ ଗର୍ଭବତୀଙ୍କୁ ବୋହିନେବା,ହଣ୍ଡାରେ ପୂରାଇ   ନଦୀ ପାର କରିବା ଭଳି ଘଟଣା ଘଟୁଥିବା ବେଳେ ପ୍ରଶାସନ ଏହାକୁ ଗୁରୁତ୍ୱ ଦେଉ ନ ଥିବାରୁ ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ଦେଖା ଦେଉଛି l ରାସ୍ତା ଥିଲେ ସଂକୀର୍ତ୍ତନଙ୍କ ଜୀବନ ରକ୍ଷା କରାଯାଇ ପାରି ଥାଆନ୍ତା ବୋଲି ଗାଁ ଲୋକେ କହିଛନ୍ତି।


Copyright © 2022 - Summa Real Media Private Limited. All Rights Reserved.