ନୂଆଦିଲ୍ଲୀ, ୦୧/୦୯: ଭାରତୀୟ ବାୟୁ ସେନା ଶୀଘ୍ର ‘ତ୍ରିଶୁଲ’ ଯୁଦ୍ଧାଭ୍ୟାସ କରିବାକୁ ଯାଉଛି । ଦିଲ୍ଲୀରେ ଜି୨୦ ସମ୍ମିଳନୀ ପାଇଁ ବିଶ୍ୱର ବଡ଼ ବଡ଼ ନେତା ଭାଗ ନେବେ । ଆଉ ସେହି ସମୟରେ ଭାରତୀୟ ବାୟୁସେନା ଲଦାଖ, ହିମାଚଳ ପ୍ରଦେଶ, ଜମ୍ମୁକାଶ୍ମୀର ଓ ପଞ୍ଜାବକୁ ଲାଗି ରହିଥିବା ଚୀନ ଓ ପାକିସ୍ତାନ ସୀମାରେ ଯୁଦ୍ଧାଭ୍ୟାସ କରିବ ।
‘ତ୍ରିଶୁଲ’ରେ ରାଫେଲ୍, ମିରାଜ, ସୁଖୋଇ ୩୦ଏମକେଆଇ ସହ ଅନ୍ୟ ଯୁଦ୍ଧ ବିମାନ ଯୁଦ୍ଧାଭ୍ୟାସରେ ସାମିଲ୍ ହେବ । ଏଥିସହ ଯୁଦ୍ଧାଭ୍ୟାସରେ ପରାକ୍ରମ ଦେଖାଇବ ଚିନୁକ ଓ ଅପାଚେ ସମେତ ଅନ୍ୟ ହେଲିକପ୍ଟର । ବାୟୁସେନାର ଏହି ଶକ୍ତି ପ୍ରଦର୍ଶନରେ ଗରୁଡ଼ ବିଶେଷ ବଳ ଭାଗ ନେବ । ସେପ୍ଟେମ୍ବର ୪ ତାରିଖରୁ ୧୪ ତାରିଖ ଯାଏ ‘ତ୍ରିଶୁଲ’ ଯୁଦ୍ଧାଭ୍ୟାସ୍ ଜାରି ରହିବ ।
ଚୀନର ମ୍ୟାପକୁ ଭାରତ ସହ ୪ ଦେଶର ବିରୋଧ, ଫିଲିପାଇନ୍ସ କହିଲା ‘ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ’
ଜି୨୦ ଶିଖର ସମ୍ମିଳନୀ ଲାଗି ଭାରତୀୟ ବାୟୁସେନା ସେପ୍ଟେମ୍ବର ୯ ଓ ୧୦ ତାରିଖରେ ସମସ୍ତ ଅସ୍ତ୍ରଶସ୍ତ୍ରକୁ ହାଇଆଲର୍ଟରେ ରଖିଛି । ଏହି ସମ୍ମିଳନୀରେ ବିଶ୍ୱର ବଡ଼ ବଡ଼ ନେତା ଯୋଗ ଦେଉଛନ୍ତି । ଏହି ସମୟରେ ଆକାଶ ମାର୍ଗରୁ ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ଭାରତୀୟ ବାୟୁସେନା ଆକାଶ ଡିଫେନ୍ସ ମିସାଇଲ୍ ସହ ଅନ୍ୟ ଡିଫେନ୍ସ ପ୍ରଣାଳୀକୁ ସକ୍ରିୟ କରିବା ଆରମ୍ଭ କରିଛି ।
ସୁରକ୍ଷା ଏଜେନ୍ସି ମଧ୍ୟ କାଉଣ୍ଟର ଡ୍ରୋନ୍ ସିଷ୍ଟମକୁ ସକ୍ରିୟ କରୁଛି । ଯାହା କୌଣସି ଛୋଟ ଡ୍ରୋନକୁ ଜାମ କରିବା ସହ ଆବଶ୍ୟକ ସ୍ଥଳେ ଧ୍ୱଂସ କରି ପାରିବ । ଜି୨୦ ସମ୍ମିଳନୀ ପୂର୍ବରୁ ଦିଲ୍ଲୀ ପୋଲିସ ସୁରକ୍ଷା କାରଣରୁ ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୧୨ ଯାଏ ରାଷ୍ଟ୍ରୀୟ ରାଜଧାନୀରେ ପାରାଗ୍ଲାଇଡର, ହ୍ୟାଙ୍ଗଗ୍ଲାଇଡର ଓ ହଟ୍ ଏୟାର ବେଲୁନ୍ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛି ।
ବିଧାୟକଙ୍କ କ୍ୟାମ୍ପ ସମ୍ମୁଖରୁ ବୋମା ଉଦ୍ଧାର
ଜି୨୦ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସାମିଲ୍ ହେବ । ତେବେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଆସିବାର ସମ୍ଭାବନା ନଥିବା ବେଳେ ଚୀନ ପ୍ରଧାନମନ୍ତ୍ରୀ ଆସିବେ । ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ବଦଳରେ ସମ୍ମିଳନୀରେ ସାମିଲ୍ ହେବେ ଋଷ ବିଦେଶ ମନ୍ତ୍ରୀ ।