ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ପତ୍ନୀଙ୍କୁ ଇଡିର ସମନ୍‌, ମନି ଲଣ୍ଡରିଂ ମାମଲାରେ କରିବ ଜେରା

Image Courtesy: indiatvnews

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କଂଗ୍ରେସ ନେତା ସଲମାନ ଖୁର୍ସିଦଙ୍କ ପତ୍ନୀ ଲୁଇସ ଖୁର୍ସିଦଙ୍କୁ ସମନ ପଠାଇଛି । ମିଳିଥିବା ସୂଚନା ଅନୁସାରେ, ଫେବୃଆରୀ ୧୫ରେ ହାଜର ହେବାକୁ ଲୁଇସ ଖୁର୍ସିଦଙ୍କୁ ନିର୍ଦ୍ଦେଶ ଦେଇଛି ଇଡି । ଲୁଇସ ଖୁର୍ସିଦଙ୍କ ନେତୃତ୍ବାଧୀନ ଏକ ଟ୍ରଷ୍ଟ ଦ୍ବାରା କୃତ୍ରିମ ଅଙ୍ଗ ଏବଂ ଉପକରଣ ବିତରଣରେ ସରକାରୀ ଅର୍ଥର ଦୁରୂପଯୋଗ ହୋଇଥିବା ଅଭିଯୋଗ ଆଧାରରେ ଇଡି ମାମଲା ଦାୟର କରିଛି ।

 ଲୁଇସଙ୍କ ବିରୁଦ୍ଧରେ ଇଡି ପ୍ରିଭେନ୍ସନ ଅଫ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ଆଧାରରେ ମାମଲା ରୁଜୁ କରିଛି ।  ୨ ଦିନ ପୂର୍ବରୁ ଉତ୍ତର ପ୍ରଦେଶର ବରେଲିରେ ଥିବା ଏମପି-ଏମଏଲଏ କୋର୍ଟ ତାଙ୍କ ବିରୁଦ୍ଧରେ ଓ୍ବାରେଣ୍ଟ ଜାରି କରିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୧୬ରେ କରିବେ ବୋଲି କହିଛନ୍ତି । ତେବେ ସଲମାନ ଖୁର୍ସିଦ ୟୁପିଏ ସରକାରରେ କେନ୍ଦ୍ରମନ୍ତ୍ରୀ ରହିଥିଲେ । ତାଙ୍କ ପତ୍ନୀଙ୍କ ବିରୁଦ୍ଧରେ ଏହି ମନି ଲଣ୍ଡରିଂ ମାମଲା ୨୦୧୭ରେ ଆରମ୍ଭ ହୋଇଥିଲା।  

୨୦୦୯-୧୦ରେ ଲୁଇସ ଖୁର୍ସିଦଙ୍କ ନେତୃତ୍ବରେ ଜାକିର ହୁସୈନ ମେମୋରିୟଲ ଟ୍ରଷ୍ଟ ପକ୍ଷରୁ ଦିବ୍ୟାଙ୍ଗଙ୍କ ପାଇଁ କୃତ୍ରିମ ଅଙ୍ଗ ଏବଂ ଉପକରଣ ବିତରଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ହେଲେ ଏହି କାର୍ଯ୍ୟକ୍ରମରେ ନକଲି ମୋହର ଏବଂ ଦସ୍ତଖତର ବ୍ୟବହାର କରି ସରକାରୀ ଅର୍ଥକୁ ହଡ଼ପ କରାଯାଇଥିବା ନେଇ ଜଣାପଡ଼ିଥିଲା । 

ଏହି ମାମଲାରେ ଟ୍ରଷ୍ଟର ପ୍ରୋଜେକ୍ଟ ମ୍ୟାନେଜର ଲୁଇସ ଖୁର୍ସିଦ, ଟ୍ରଷ୍ଟର ପ୍ରତିନିଧି ପ୍ରତ୍ୟୁଷ ଶୁକ୍ଳା ଏବଂ ସଚିବ ମହମ୍ମଦ ଅତହର ଫାରୁକି ମୁଖ୍ୟ ଅଭିଯୁକ୍ତ ଥିଲେ । ସେମାନଙ୍କ ମଧ୍ୟରୁ ଶୁକ୍ଳାଙ୍କର ୨୦୨୩ ମୃତ୍ୟୁ ହୋଇସାରିଛି । ଇଡି ଶୁକ୍ଳାଙ୍କ ପତ୍ନୀ ଏବଂ ଅନ୍ୟ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରିଥିବା ବେଳେ ଏବେ ଲୁଇସ ଖୁର୍ସିଦଙ୍କୁ ପଚରା ଉଚରା କରିବାକୁ ସମନ ପଠାଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.