ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ଚୀନ୍ ଦେଲାନି ଏସିଆନ୍ ଗେମ୍ସରେ ଏଣ୍ଟ୍ରି
  • ||
  • କଟକ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଏବେ ସୁଦ୍ଧା ବାତ୍ୟା ସୂଚନା ନାହିଁଁ, ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା:IMD ଡିଜି
  • ||
  • ରିଆମାଳ: ସାତକିଆରୀ ଡ୍ୟାମ୍‌ର ହ୍ୟୁମ ପାଇପ୍‌ରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ, ପଚା ଶବ ଥିବା ସନ୍ଦେହ
  • ||
  • ଚଣ୍ଡୀଗଡ଼: ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
  • ||
  • ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲେ ଆଙ୍ଗନବାଡ଼ି ଦିନ, ୧୦ ଦଫା ଦାବି ନେଇ ଆନ୍ଦୋଳନ
  • ||
  • କଟକ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍ ଯଦୁମଣି ମାଝୀ, ୪ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍
  • ||
  • ପୁରୀ: ୨୪ରୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ, କଟକ ଦେଇ ଚାଲିବ ଟ୍ରେନ୍‌
  • ||
  • ଭୁବନେଶ୍ୱର; ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଲେ ପ୍ରମିଳା ମଲ୍ଲିକ
  • ||
  • ଭୁବନେଶ୍ୱର: ମାୟାବିନୀ ଇରାନୀର ହନିଟ୍ରାପ୍‌ ମାମଲା: ବାପିର ରିମାଣ୍ଡ ସରିଲା, ଏଥର ଇରାନୀ ପାଳି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଲା ପୁଲିସ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ୨୧୧ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା
  • ||
  • କଣାସ : ଡ଼ଙ୍ଗା ନେଇ ଚିଲିକାକୁ ଯିବାବେଳେ ଅଘଟଣ, ମତ୍ସ୍ୟଜୀବୀ ନିଖୋଜ
  • ||
  • ଚନ୍ଦ୍ରର ଦକ୍ଷିଣ ମେରୁରେ ଉଇଁଲା ସୂର୍ଯ୍ୟ: ଆଜି ବିକ୍ରମ, ପ୍ରଜ୍ଞାନର ନିଦ ଭାଙ୍ଗିବ !ଯୋଗାଯୋଗ ପାଇଁ ଚେଷ୍ଟା କରିବ ଇସ୍ରୋ
  • ||
  • ଭୁବନେଶ୍ୱର:ଆଜିଠୁ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
  • ||
  • ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା! ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ, ଆଣିପାରେ ପ୍ରବଳ ବର୍ଷା
  • ||

ଆଦିତ୍ୟ L1ର ପ୍ରଥମ କକ୍ଷପଥ ବଦଳାଇଲା ଇସ୍ରୋ, ୫ ତାରିଖ ଅପରାହ୍ଣରେ ପୁଣି ହେବ ପରିବର୍ତ୍ତନ

Aditya-L1 Mission

ବେଙ୍ଗଲୁରୁ, ୦୩/୦୯: ପୃଥିବୀ ଠାରୁ ଆଦିତ୍ୟ ଏଲ୍-୧ର ଦୂରତା ବଢ଼ୁଛି । ଆଜି ଇସ୍ରୋ ବୈଜ୍ଞାନିକ ଆଦିତ୍ୟ ଏଲ୍-୧ ମହାକାଶ ଯାନର କକ୍ଷପଥ ପରିବର୍ତ୍ତନ କରିଛନ୍ତି । ଏବେ ଆଦିତ୍ୟ ଏଲ୍-୧ ପୃଥିବୀ ଠାରୁ ସର୍ବନିମ୍ନ ୨୪୫ କିଲୋମିଟର ଏବଂ ସର୍ବାଧିକ ୨୨୪୫୯ କିଲୋମିଟର କକ୍ଷରେ ରହିଛି । 

ସେପ୍ଟେମ୍ବର ୫ ତାରିଖ ଅପରାହ୍ଣ ୩ଟାରେ ପୁଣି ଥରେ କକ୍ଷପଥ ପରିବର୍ତ୍ତନ କରାଯିବ ବୋଲି ସୂଚନା ଦେଇଛି ଇସ୍ରୋ । ଏଥିପାଇଁ କିଛି ସମୟ ଇଞ୍ଜିନ୍ ଥ୍ରଷ୍ଟର୍ସ ଅନ୍ କରାଯିବ । ଶନିବାର ପିଏସଏଲଭି-ସି୫୭ ରକେଟରେ ଶ୍ରୀହରିକୋଟାର ଶତୀଶ ଧାୱନ ମହାକାଶ କେନ୍ଦ୍ରରୁ ଆଦିତ୍ୟ ଏଲ୍-୧ର ଉତକ୍ଷେପଣ କରାଯାଇଥିଲା । ଉତକ୍ଷେପଣର ୬୩ ମିନିଟ୍ ୧୯ ସେକେଣ୍ଡରେ ଆଦିତ୍ୟ ଏଲ୍-୧କୁ ପୃଥିବୀର ୨୩୫ କିଲୋମିଟର X ୧୯୫୦୦ କିଲୋମିଟର କକ୍ଷରେ ରଖା ଯାଇଥିଲା ।

ଇସ୍ରୋ ସୂର୍ଯ୍ୟ ମିଶନ୍‌ର ଉଦ୍ଦେଶ୍ୟ କ’ଣ ? ଜାଣନ୍ତୁ...

ଆଦିତ୍ୟ ଏଲ୍‌-୧ ମହକାଶଯାନ ୧୬ ଦିନ ପର୍ଯ୍ୟନ୍ତ ପୃଥିବୀର କକ୍ଷପଥରେ ପରିକ୍ରମା କରିବ । ଏହି ସମୟରେ ୫ଥର ତାର କକ୍ଷପଥ ବଦଳାଯିବ । ଏହା ପରେ ମହାକାଶଯାନରେ ଥିବା ଥ୍ରଷ୍ଟରକୁ ଚାଲୁ କରାଯିବ ଏବଂ ଏହାକୁ ସୂର୍ଯ୍ୟ ଅଭିମୁଖେ ପଠାଯିବ । ସେଠାରୁ ୧୧୦ ଦିନର ଯାତ୍ରା କରିବା ପରେ ଅର୍ଥାତ ଆସନ୍ତା ୨୦୨୪ ଜାନୁଆରୀ ୬ ତାରିଖ ବେଳକୁ ଏହା ପୃଥିବୀ ଠାରୁ ୧୫ ଲକ୍ଷ କି.ମି ଦୂରରେ ଅବସ୍ଥିତ ଲଗରେଞ୍ଜ ପଏଣ୍ଟ-୧ରେ ପହଞ୍ଚିବ । 

ସେଠାରେ ହେଲୋ ଅର୍ବିଟରେ ଏହାକୁ ଅବସ୍ଥାପିତ କରାଯିବ । ସେହି ପଏଣ୍ଟରେ ସୂର୍ଯ୍ୟ ଗ୍ରହଣର ପ୍ରଭାବ ପଡେ ନାହିଁ । ଯାହାଫଳରେ ସେଠାରେ ରହି ଏହି ମହାକାଶଯାନ ସୂର୍ଯ୍ୟ ଉପରେ ଗବେଷଣା କରିବା ସହଜ ହେବ । ପୃଥିବୀ ଠାରୁ ସୂର୍ଯ୍ୟ ମଧ୍ୟରେ ଏଭଳି ୫ଟି ଲଗରେଞ୍ଜ ପଏଣ୍ଟ ରହିଛି । 

ଚନ୍ଦ୍ରପୃଷ୍ଠରେ ବିଯୁକ୍ତ ୨୩୮ ଡିଗ୍ରୀ ତାପମାତ୍ରା କେମିତି ସହିବ ରୋଭର ‘ପ୍ରଜ୍ଞାନ’ ?

ପ୍ରଥମ ଲଗରେଞ୍ଜ ପଏଣ୍ଟ ପୃଥିବୀ ଠାରୁ ୧୫ ଲକ୍ଷ କିମି. ଦୂରରେ ଅବସ୍ଥିତ । ସେଠାରେ ଯଦି କୌଣସି ବସ୍ତୁ ରଖାଯାଏ ତାହା ସେହି ପଏଣ୍ଟକୁ ଚକ୍କର କାଟିବା ଆରମ୍ଭ କରିବ । ସୂର୍ଯ୍ୟର ବିଭିନ୍ନ ଗତିବିଧି, ସୌରଝଡ ଓ ମହାକାଶର ପାଣିପାଗ ସମ୍ପର୍କରେ ଆଦିତ୍ୟ ଏଲ୍‌-୧ ଅଧ୍ୟୟନ କରିବ । ସେହିଭଳି ସୂର୍ଯ୍ୟ ପୃଷ୍ଠରେ ହେଉଥିବା ଉତ୍ତପ୍ତ, ସୌରଝଡ଼ ବା କମ୍ପନ ଓ ତାର ତାପମାତ୍ରା, ସୂର୍ଯ୍ୟ ବାୟୁମଣ୍ଡଳ, ସୂର୍ଯ୍ୟଠାରୁ ପୃଥିବୀକୁ ଆସୁଥିବା କିରଣ ଯୋଗୁ ପରିବେଶ ଉପରେ ପଡୁଥିବା ପ୍ରଭାବ ଆଦି ସମ୍ପର୍କରେ ଏହି ମହକାଶ ଯାନ ଅଧ୍ୟୟନ କରିବ ।

ଯେଉଁ ସୌରଜଗତରେ ଆମର ପୃଥିବୀ ରହିଛି ତାର କେନ୍ଦ୍ର ହେଉଛି ସୂର୍ଯ୍ୟ । ସେଥିପାଇଁ କୁହାଯାଏ ସୂର୍ଯ୍ୟ ହିଁ ସକଳ ଶକ୍ତିର ଆଧାର । ପୃଥିବୀ ସମେତ ସମସ୍ତ ୮ଟି ଯାକ ଗ୍ରହ ସୂର୍ଯ୍ୟକୁ ପରିକ୍ରମା କରୁଛନ୍ତି। ସୂର୍ଯ୍ୟ ଯୋଗୁ ହିଁ ପୃଥିବୀରେ ଜୀବଜଗତ ସମ୍ଭବ ହୋଇପାରିଛି । 

ଗଞ୍ଜାମ ରାଜନୀତି କ୍ରାଇସିସ୍ ମ୍ୟାନେଜର, ପ୍ରଥମ ଇନିଂସ କରିଥିଲେ ଓମ୍‌ଫେଡ୍‌ ଷ୍ଟଲ୍‌ ପ୍ରତିଷ୍ଠା

Aditya L1

Copyright © 2022 - Summa Real Media Private Limited. All Rights Reserved.