ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଟାଟାଏସି ଗାଡିରୁ ଧୂଆଁ ବାହାରିବାକୁ କେନ୍ଦ୍ରକରି ବୃଦ୍ଧ ଦମ୍ପତିଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ସାଲେପୁର, ୦୨/୦୨ : ବୃଦ୍ଧ ଦମ୍ପତିଙ୍କୁ ଆକ୍ରମଣ। ଟାଟାଏସି ଗାଡିରୁ ଧୂଆଁ ବାହାରିବାକୁ କେନ୍ଦ୍ରକରି ବୃଦ୍ଧ ଦମ୍ପତିଙ୍କୁ ଟାଙ୍ଗିଆରେ ହାଣି ଗୁରୁତର। ସାଲେପୁର ଥାନା ଅନ୍ତର୍ଗତ ଧୂଆଁସାହି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଦୁଇ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ସୂଚନାନୁଯାୟୀ, ସାଲେପୁର ଥାନା ଅନ୍ତର୍ଗତ ଧୂଆଁସାହି ଗ୍ରାମର ବିଜୟ ସ୍ବାଇଁଙ୍କ ଟାଟାଏସି ଗାଡ଼ି ଘର ନିକଟରେ ଥୁଆ ହୋଇଥିଲା। ଆଜି ସକାଳୁ ଉକ୍ତ ଗାଡ଼ିଟିକୁ ତାଙ୍କ ଡ୍ରାଇଭର ଷ୍ଟାର୍ଟ କରିବା ସମୟରେ ଗାଡିରୁ ଧୂଆଁ ବାହାରିଥିଲା। ଏଥିରେ ପଡୋଶୀ ବିଜୟ ଭୂୟାଁ ହଠାତ୍ ଉତକ୍ଷିପ୍ତ ବୃଦ୍ଧ ଦମ୍ପତିଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ଘରେ ପଶି ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିଥିଲେ। ବୃଦ୍ଧ ବିଜୟ ସ୍ବାଇଁ (୬୫ ବର୍ଷ)ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କ ପତ୍ନୀ ବିଦୁଲତା ସ୍ବାଇଁ (୬୦ ବର୍ଷ)ଙ୍କ ହାତରେ ଗଭୀର ଆଘାତ ଲାଗିଛି । ଉଭୟ ଗୁରୁତର ଆହତ ହୋଇ ସାଲେପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.