ଛତ୍ରପୁର, ୦୮/୦୯ : ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବୃଦ୍ଧ ଗୁରୁତର। ଛତ୍ରପୁର ଥାନା ଚିକଲଖଣ୍ଡି ଝରପୋଖରୀ ନିକଟ ବିଲକୁ ଏନ. ଲାଛମେୟା (୬୦ ବର୍ଷ) ଯିବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଛନ୍ତି l ତାଙ୍କୁ ଛତ୍ରପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି l
ବାରହା ମାରିବା ପାଇଁ ବିଦ୍ୟୁତ ତାର ବିଛାଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି l ସେ ତାଙ୍କ ବିଲକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା କହିଛନ୍ତି ଆହତ ଏନ. ଲାଛମେୟା