ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
  • ||
  • ଭଦ୍ରକ : ସାଲାଇନ ନଦେବାରୁ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼, ଜଣେ ଅଟକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ଅମିନ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ଦ୍ୱାରାଶୁଣି ଘାଟିରେ ଖସିଲା ପିଆଜ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • କଟକ: ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ଏବେ ରେଜଲ୍ଟକୁ ଅପେକ୍ଷା
  • ||
  • ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ, ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
  • ||
  • କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
  • ||
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

୨୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ତାମିଲନାଡ଼ୁରେ ଧରା ପଡ଼ିଲେ ED ଅଧିକାରୀ

ଚେନ୍ନାଇ, ୦୨/୧୨: ସରକାରୀ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ଅଧିକାରୀ । ତାମିଲନାଡ଼ୁର ଡିଣ୍ଡିଗୁଲରୁ ଗିରଫ ହୋଇଛନ୍ତି ଇଡି ଅଧିକାରୀ । ସେ ଜଣେ ସରକାରୀ କର୍ମଚାରୀଙ୍କ ଠାରୁ ଲାଞ୍ଚ ଆକାରରେ ୨୦ ଲକ୍ଷ ଟଙ୍କା ନେଉଥିଲେ । ଇଡି ଅଧିକାରୀଙ୍କୁ ତାମିଲନାଡ଼ୁ ଭିଜିଲାନ୍ସ ଗିରଫ କରିଛି ।

ଗିରଫ ଇଡି ଅଧିକାରୀ ଜଣଙ୍କ ନାଁ ଅଙ୍କିତ୍ ତିୱାରୀ । ତାଙ୍କୁ ଡିସେମ୍ବର ୧୫ ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆ ଯାଇଛି । ଇଡି ଅଧିକାରୀ ଅଙ୍କିତଙ୍କୁ ଗିରଫ ପରେ ଭିଜିଲାନ୍ସ ଟିମ୍ ତାଙ୍କ କାର୍ଯ୍ୟାଳୟରେ ଛାନଭିନ୍ କରୁଛି । ଅଙ୍କିତ୍ ତିୱାରୀଙ୍କ ବାସଭବନରେ ବି ଚଢ଼ାଉ କରିଛି ଭିଜିଲାନ୍ସ ।

ଚିଟଫଣ୍ଡ ସଂସ୍ଥା ଏମଜିଏଲ ଇନଫ୍ରା କମ୍ପାନୀର ୨ କର୍ମଚାରୀଙ୍କୁ ୩ ବର୍ଷ କାରାଦଣ୍ଡ

ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି ଏହା ମାମଲାରେ ମଦୁରାଇ ଓ ଚେନ୍ନାଇର ଏକାଧିକ ଅଧିକାରୀ ଜଡ଼ିତ ଅଛନ୍ତି । ଗିରଫ ଅଙ୍କିତ ତିୱାରୀ ଅନେକ ଲୋକଙ୍କୁ ବ୍ଲାକମେଲିଂ କରି ଲାଞ୍ଚ ନେଇ କୋଟି କୋଟି ଟଙ୍କା ଆୟ କରିଥିବା କୁହାଯାଉଛି । ଏପରିକି ସେ ପାଇଥିବା ଲାଞ୍ଚ ଟଙ୍କାରୁ କିଛି ଭାଗ ଉପରିସ୍ଥ ଇଡି ଅଧିକାରୀଙ୍କୁ ଦେଉଥିବା ଚର୍ଚ୍ଚା ହେଉଛି ।

ଇଡି ଅଦିକାରୀ ଅଙ୍କିତ୍ ତିୱାରୀଙ୍କ ଠାରୁ ଭିଜିଲାନ୍ସ ଅନେକ ଦସ୍ତାବିଜ୍ ଜବତ କରିଛି । ଏବେ ମଦୁରାଇ ଓ ଚେନ୍ନାଇ ସ୍ଥିତ ଇଡି କାର୍ଯ୍ୟାଳୟରେ ସର୍ଚ୍ଚ ଅପରେସନ୍ ଜାରି ରଖିଛି ତାମିଲନାଡ଼ୁ ଭିଜିଲାନ୍ସ । ସୂଚନା ଅନୁସାରେ, ତାମିଲନାଡ଼ୁ ସରକାରର ଜଣେ ଅସ୍ଥାୟୀ ଅଙ୍କିତ୍ ଅକ୍ଟୋବର ୨୯ରେ ଭୟଭୀତ କରାଇ କହିଥିଲେ, ପିଏମ୍ଓରୁ ନିର୍ଦ୍ଦେଶ ଆସିଛି, ଇଡି ଏକ ଘଟଣାର ତଦନ୍ତ କରିବ ।

ବିଜେପି ନେତାଙ୍କୁ ମମତାଙ୍କ ଗିରଫ ଧମକ, ମାମଲା ରୁଜୁ କଲେ ଶୁଭେନ୍ଦୁ ଅଧିକାରୀ

ଅକ୍ଟୋବର ୨୦ରେ ମାମଲାରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କହିଥିଲେ । କର୍ମଚାରୀ ଜଣଙ୍କ ଇଡି ଅଫିସ୍ ପହଞ୍ଚିବା ପରେ ମାମଲା ବନ୍ଦ କରିବା ଲାଗି ୩ କୋଟି ଟଙ୍କା ଲାଞ୍ଚ ମାଗିଥିଲେ ଅଧିକାରୀ । ପରେ ୫୧ ଲକ୍ଷ ଟଙ୍କାରେ ଡିଲ୍ ଫାଇନାଲ୍ ହୋଇଥିଲା । ନଭେମ୍ବର ୧ରେ ପ୍ରଥମେ ଇଡି ଅଧିକାରୀଙ୍କୁ ୨୦ ଲକ୍ଷ ଟଙ୍କା ଦେଇଥିଲେ । ପରେ ବଳକା ଟଙ୍କା ମାଗିଥିଲେ ଅଙ୍କିତ୍ । ଟଙ୍କା ନଦେଲେ କାର୍ଯ୍ୟାନୁଷ୍ଠାନ ଭୟ ବି ଦେଖାଇଥିଲେ ।

ଯାହାକୁ ନେଇ ସରକାରୀ ଅଧିକାରୀ ଜଣଙ୍କ ନଭେମ୍ବର ୩୦ରେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ଅନୁସାରେ, ଡିସେମ୍ବର ୧ରେ ଅଙ୍କିତ୍ ତିୱାରୀ ଆଉ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.