ଲଣ୍ଡନ, ୧୮/୦୯: ଆଗାମୀ ଦିନିକିଆ ବିଶ୍ୱକପ୍ ପାଇଁ ଚୂଡ଼ାନ୍ତ ଇଂଲଣ୍ଡ ଦଳ ଘୋଷଣା କରାଯାଇଛି । ସମ୍ଭାବ୍ୟ ଦଳରେ ସ୍ଥାନ ପାଇଥିବା ଓପନର ଜାସନ ରୟଙ୍କୁ ବାଦ ଦିଆଯାଇ ଯୁବ ବ୍ୟାଟର ହ୍ୟାରୀ ବ୍ରୁକ୍ଙ୍କୁ ସାମିଲ କରାଯାଇଛି । ବାରମ୍ବାର ଆହତ ହେଉଥିବାରୁ ଜାସନ ରୟଙ୍କୁ ବାଦ ଦିଆଯାଇଛି । ଗତ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ପିଠି ଯନ୍ତ୍ରଣା ଯୋଗୁ ସେ ଖେଳିପାରି ନଥିଲେ । ତାଙ୍କ ସ୍ଥାନରେ ଦାୱିଦ ମଲାନ ଓପନ୍ କରି ବେଶ୍ ସଫଳତା ଅର୍ଜନ କରିଥିଲେ ।
ଦଳ: ଜୋସ ବଟଲର (ଅଧିନାୟକ), ଜନି ବେୟାରଷ୍ଟୋ, ଦାୱିଦ ମଲାନ, ଜୋ ରୁଟ୍, ବେନ ଷ୍ଟୋକ୍ସ, ହ୍ୟାରୀ ବ୍ରୁକ, ଲାଏମ ଲିଭିଙ୍ଗଷ୍ଟୋନ, ମୋଇନ ଅଲି, ଆଦିଲ ରସିଦ, କ୍ରିସ ୱକ୍ସ, ସାମ କରନ, ଡେଭିଡ୍ ୱିଲି, ରିସ ଟପଲି, ମାର୍କ ଉଡ୍, ଗସ ଆଟକିନସନ ।