ନୂଆଦିଲ୍ଲୀ: ନେଦରଲାଣ୍ଡସ୍ ବିପକ୍ଷରେ ଇଂଲଣ୍ଡର ବିସ୍ଫୋରକ ବ୍ୟାଟିଂ। ନେଦରଲାଣ୍ଡସ୍କୁ ୩୩୯ ରନ୍ର ବିଶାଳ ଟାର୍ଗେଟ୍ ଦେଲା ଇଂଲଣ୍ଡ । ପୁନେରେ ଖେଳାଯାଉଥିବା ଏହି ବିଶ୍ୱକପ୍ ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବେନ୍ ଷ୍ଟୋକ୍ସଙ୍କ ଧୂଆଁଦାର ଶତକ ଓ ଡେଭିଡ୍ ମଲାନଙ୍କ ୮୭ ରନ ବଳରେ ଇଂଲଣ୍ଡ ୯ ଓ୍ବିକେଟ ହରାଇ ୩୩୯ ରନ୍ କରିଛି ।
କ୍ରିସ୍ ୱକ୍ସ ମଧ୍ୟ ଜବରଦସ୍ତ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଛନ୍ତି । ଫଳରେ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ଏତେ ବଡ଼ ସ୍କୋର କରିପାରିଛି । କ୍ରିସ୍ ୱକ୍ସ, ବେନ୍ ଷ୍ଟୋକ୍ସଙ୍କ ସହ ମିଶି ସପ୍ତମ ୱିକେଟ୍ ପାଇଁ ୧୨୯ ରନ୍ କରିଥିଲେ। ନେଦରଲାଣ୍ଡସ୍ ପକ୍ଷରୁ ବାସ୍ ଡି ଲିଡେ ସର୍ବାଧିକ ୩ ୱିକେଟ୍ ନେଇଛନ୍ତି।
ଆର୍ଯ୍ୟନ ଦତ୍ତ ୨ଟି ଓ୍ବିକେଟ ନେଇଥିବା ବେଳେ ଭାନ ବିକ୍ ମଧ୍ୟ ୨ଟି ଓ୍ବିକେଟ ଅକ୍ତିଆର କରିଛନ୍ତି । ଭାନ ମିକେରେନ୍ ଗୋଟିଏ ଓ୍ବିକେଟ ନେଇଛନ୍ତି । ଇଂଲଣ୍ଡର ବ୍ୟାଟିଂ କଥା କହିଲେ ୪୮ରନ୍ରେ ପ୍ରଥମ ଓ୍ବିକେଟ ହରାଇଥିଲା ଦଳ । ତାପରେ ୧୩୩ ରନ୍ରେ ଜୋ ରୁଟଙ୍କୁ ହରାଇଥିଲା ଦଳ । ରୁଟ୍ ୨୮ ରନ୍ର ପାଳି ଖେଳି ପାଭିଲିୟନ ଫେରିଥିଲେ । ତେବେ ଦଳୀୟ ସ୍କୋର ୧୯୨ରୁ ୩୨୧ ମଧ୍ୟରେ ଗୋଟିଏ ଓ୍ବିକେଟ ହରାଇଥିଲା ଦଳ । ଶେଷରେ ଦଳ ୯ ଓ୍ବିକେଟ ହରାଇ ୩୩୯ ରନ୍ କରିପାରିଛି ।