ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ନେଦରଲାଣ୍ଡସ୍‌କୁ ୧୬୦ ରନ୍‌ରେ ହରାଇଲା ଇଂଲଣ୍ଡ, ଡିଫେଣ୍ଡିଂ ଚାମ୍ପିଅନ୍‌ର ଚାମ୍ପିଅନ ଟ୍ରଫି ଆଶା ଉଜ୍ଜିବୀତ

Image Courtesy: espncricinfo

ପୁନେ: ନେଦରଲାଣ୍ଡସ୍‌କୁ ୧୬୦ ରନ୍‌ ବ୍ୟବଧାନରେ ପରାସ୍ତ କରିଛି ଇଂଲଣ୍ଡ । ମାତ୍ର ୩୭.୨ ଓଭରରେ ପରାଜୟ ବରଣ କରିଛି ନେଦରଲ୍ୟାଣ୍ଡସ୍‌ । ଆଜିର ମ୍ୟାଚ୍‌ରେ ନେଦରଲାଣ୍ଡସ୍‌ର ତେଜା ନିଦାମାନୁରୁ ସର୍ବାଧିକ ୪୧ ରନ୍‌ କରିଥିବା ବେଳେ ଅନ୍ୟମାନେ ବହୁତ କମ୍‌ ରନ୍‌ ସ୍କୋର କରିଛନ୍ତି । ତାଙ୍କ ପରେ ଅଧିନାୟକ ଦ୍ବିତୀୟ ସର୍ବାଧିକ ୩୮ ରନ୍‌ ସ୍କୋର କରିଛନ୍ତି । ଏହା ସହ ଦଳ ସମସ୍ତ ଓ୍ବିକେଟ ବିନିମୟରେ ମାତ୍ର ୧୭୯ ରନ୍‌ ସଂଗ୍ରହ କରିଛି ନେଦରଲାଣ୍ଡସ । ଇଂଲଣ୍ଡ ପକ୍ଷରୁ ମୋଇନ ଅଲି ଏବଂ ଆଦିଲ ରଶିଦ ୩ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି । ଡେଭିଡ ଓ୍ବିଲି ୨ଟି ଏବଂ କ୍ରିସ ଓ୍ବକ୍ସ ଗୋଟିଏ ଓ୍ବିକେଟ ନେଇଛନ୍ତି ।

ନେଦରଲାଣ୍ଡ ବିପକ୍ଷରେ ଇଂଲଣ୍ଡ ଆଜି ବିସ୍ଫୋରକ ବ୍ୟାଟିଂ କରିଥିଲା । ନେଦରଲାଣ୍ଡସକୁ ୩୩୯ ରନ୍‌ର ବିଶାଳ ଟାର୍ଗେଟ୍ ଦେଇଥିଲା ଇଂଲଣ୍ଡ । ପୁନେରେ ଖେଳାଯାଇଥିବା ଏହି ବିଶ୍ୱକପ୍‌ ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବେନ୍ ଷ୍ଟୋକ୍ସଙ୍କ ଧୂଆଁଦାର ଶତକ  ଓ ଡେଭିଡ୍ ମଲାନଙ୍କ ୮୭ ରନ ବଳରେ ଇଂଲଣ୍ଡ ୯ ଓ୍ବିକେଟ ହରାଇ ୩୩୯ ରନ୍‌ କରିଥିଲା । 

କ୍ରିସ୍ ୱକ୍ସ ମଧ୍ୟ ଜବରଦସ୍ତ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ଏତେ ବଡ଼ ସ୍କୋର କରିପାରିଥିଲା ।  କ୍ରିସ୍ ୱକ୍ସ, ବେନ୍ ଷ୍ଟୋକ୍ସଙ୍କ ସହ ମିଶି ସପ୍ତମ ୱିକେଟ୍ ପାଇଁ ୧୨୯ ରନ୍ କରିଥିଲେ । ନେଦରଲ୍ୟାଣ୍ଡସ ପକ୍ଷରୁ ବାସ୍ ଡି ଲିଡେ ସର୍ବାଧିକ ୩ ୱିକେଟ୍ ନେଇଥିଲେ । 

ଆର୍ଯ୍ୟନ ଦତ୍ତ ୨ଟି ଓ୍ବିକେଟ ନେଇଥିବା ବେଳେ ଭାନ ବିକ୍‌ ମଧ୍ୟ ୨ଟି ଓ୍ବିକେଟ ଅକ୍ତିଆର କରିଥିଲେ । ଭାନ ମିକେରେନ୍‌ ଗୋଟିଏ ଓ୍ବିକେଟ ନେଇଥିଲେ । ଇଂଲଣ୍ଡର ବ୍ୟାଟିଂ କଥା କହିଲେ ୪୮ରନ୍‌ରେ ପ୍ରଥମ ଓ୍ବିକେଟ ହରାଇଥିଲା ଦଳ । ତାପରେ ୧୩୩ ରନ୍‌ରେ ଜୋ ରୁଟଙ୍କୁ ହରାଇଥିଲା ଦଳ । ରୁଟ୍‌ ୨୮ ରନ୍‌ର ପାଳି ଖେଳି ପାଭିଲିୟନ ଫେରିଥିଲେ । ତେବେ ଦଳୀୟ ସ୍କୋର ୧୯୨ରୁ ୩୨୧ ମଧ୍ୟରେ ଗୋଟିଏ ଓ୍ବିକେଟ ହରାଇଥିଲା ଦଳ । ଶେଷରେ ଦଳ ୯ ଓ୍ବିକେଟ ହରାଇ ୩୩୯ ରନ୍ କରିପାରିଥିଲା । ହେଲେ ନେଦରଲ୍ୟାଣ୍ଡସକୁ ୧୬୦ ରନ୍‌ରେ ପରାସ୍ତ କରିଛି ଇଂଲଣ୍ଡ । 

 

  • ODI World Cup 2023
  • Copyright © 2022 - Summa Real Media Private Limited. All Rights Reserved.