ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ଫିଫା ବିଶ୍ୱକପ୍‌ କ୍ୱାଲିଫାୟର୍ ମ୍ୟାଚ୍: କଳିଙ୍ଗ ଷ୍ଟାଡିୟମରେ ଭାରତ-କତାର ମୁକାବିଲା, ମ୍ୟାଚ୍‌ ପାଇଁ ଦର୍ଶକ ବ୍ୟାକୁଳ

ଭୁବନେଶ୍ୱର,୨୧/୧୧: ଭାରତ-କତାର ମ୍ୟାଚ୍‌କୁ ନେଇ ଉତ୍କଣ୍ଠା ବଢ଼ି ବଢ଼ି ଚାଲିଛି । ଟିକେଟ୍‌ ପାଇଁ ଦର୍ଶକ ବ୍ୟାକୁଳ ହେଉଛନ୍ତି, କିନ୍ତୁ ଅଫିସିଆଲ ଭାବେ ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନରେ  ଟିକେଟ୍‌ ବିକ୍ରି ଶେଷ ହୋଇଯାଇଛି । ପ୍ରଥମ ଥର କଳିଙ୍ଗ ଷ୍ଟାଡିୟମରେ ଫୁଟବଲ ମ୍ୟାଚ୍‌କୁ ନେଇ  ପ୍ରଶଂସକଙ୍କ ମହଲରେ ଅପୂର୍ବ ଉତ୍ସାହ ଦେଖିବାକୁ  ମିଳିଛି । 

ମଙ୍ଗଳବାର ସନ୍ଧ୍ୟା ୭ଟାରେ ଫିଫା ବିଶ୍ୱକପ୍‌ ୨୦୨୬/ଏଏଫ୍‌ସି ଏସିଆ କପ୍‌ ୨୦୨୭ ଯୋଗ୍ୟତା ପର୍ଯ୍ୟାୟ ଗ୍ରୁପ୍‌ ଏ’ର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ମୁହାଁମୁହିଁ ହେବେ ଘରୋଇ ଭାରତ ଏବଂ ଗତ ଫିଫା ବିଶ୍ୱକପ୍‌ ଆୟୋଜକ ଦଳ କତାର ।  

ଏସିଆରେ କତାର ଏକ ଶକ୍ତିଶାଳୀ ଦଳ ।  ଫିଫା ମାନ୍ୟତାରେ ୬୧ତମ ସ୍ଥାନରେ ରହିଛି । ଗତ  ଥର କତାର ବିଶ୍ୱକପ୍‌ ଆୟୋଜନ କରିଥିଲା । କିନ୍ତୁ  ଆୟୋଜକ ଦଳ ଭାବେ ସେମିତି ଭଲ ପ୍ରଦର୍ଶନ  କରିପାରି ନଥିଲା । ଗ୍ରୁପ୍‌ ଏ’ର ସମସ୍ତ ୩ଟି ଯାକ ମ୍ୟାଚ୍‌ରେ ପରାଜିତ ହୋଇଥିଲା। ତଥାପି  ଭାରତଠୁ କତାର ବହୁ ଉନ୍ନତ ଦଳ । କ୍ଷୀପ୍ରତା  ଏବଂ ସାମର୍ଥ୍ୟରେ ସେମାନେ ବହୁ ଊଦ୍ଧ୍ୱର୍ରେ । ରକ୍ଷଣାତ୍ମକ ଏବଂ ଆକ୍ରମଣାତ୍ମକ ଦିଗ ମଧ୍ୟ ଅତି  ଉନ୍ନତ ରହିଛି । ଗ୍ରୁପ୍‌ର ପ୍ରଥମ ମ୍ୟାଚ୍‌ରେ କତାର  ୮-୧ରେ ଆଫଗାନିସ୍ତାନକୁ ହରାଇଥିଲା ।  

ଭାରତ ମଧ୍ୟ ତା’ର ପ୍ରଥମ ମ୍ୟାଚ୍‌ ଜିତିଛି ।  କୁଏତକୁ ତା’ର ଘରୋଇ ଗ୍ରାଉଣ୍ଡରେ ୧-୦  ଗୋଲରେ ହରାଇଥିଲା । ସୁନୀଲ ଛେତ୍ରୀଙ୍କ ନେତୃତ୍ୱରେ ଚଳିତ ବର୍ଷ ଘରୋଇ ଗ୍ରାଉଣ୍ଡରେ  ଖେଳିଥିବା ସମସ୍ତ ମ୍ୟାଚ୍‌ରେ ଦଳ ଅପରାଜେୟ  ରହିଛି । କତାର ଓ ଭାରତ ପୂର୍ବରୁ ଫିଫା ବିଶ୍ୱକପ୍‌  ଯୋଗ୍ୟତା ପର୍ଯ୍ୟାୟରେ ୩ ଥର ମୁହାଁ ମୁହିଁ  ହୋଇଛନ୍ତି । ୧୯୯୬ (୬-୦) ଓ ୨୦୨୧ (୧-୦) ରେ କତାର ବିଜୟୀ ହୋଇଥିଲା । ୨୦୧୯ରେ  ଖେଳାଯାଇଥିବା ମ୍ୟାଚ୍‌ ଗୋଲ ଶୂନ୍ୟ ଭାବେ ଡ୍ର’  ରହିଥିଲା । ତଥାପି ଏହି ବଡ଼ ମୁକାବିଲା ପାଇଁ  ଉଭୟ ଦଳ ଜୋରଦାର ଅଭ୍ୟାସ ସହ ପ୍ରସ୍ତୁତି  ଶେଷ କରିଛନ୍ତି । 

ଭାରତୀୟ ମୁଖ୍ୟ କୋଚ୍‌ ଇଗୋର ଷ୍ଟିମାକ  କହିଛନ୍ତି, ‘ଏହା ଏମିତି ଏକ ମ୍ୟାଚ୍‌ ଯେଉଁ ଥିରେ  ଆମର କିଛି ହରାଇବାର ନାହିଁ, ବରଂ ବହୁତ କିଛି  ଜିତିବାର ଅଛି । ଆମେ ଆମର ସାମର୍ଥ୍ୟ ଅନୁସାରେ  ପ୍ରଦର୍ଶନ କରିବୁ । ଆମ ପାଇଁ ସବୁଠୁ ବଡ଼ କଥା  ହେଉଛି ୯୦ ମିନିଟରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାର  ଅଛି ।’ ଗୋଲକିପର ଗୁରପ୍ରୀତ ସିଂ ସାନ୍ଧୁ କହିଛନ୍ତି,  ‘ବହୁତ କିଛି ଚିନ୍ତା କରୁନୁ, ଭଲ ଅଭ୍ୟାସ କରିଛୁ  ଏବଂ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବୁ ।’ 

କଳିଙ୍ଗରେ ଭାରତ ଅପରାଜେୟ 

ଗତ ଜୁନ ମାସରେ ଭାରତୀୟ ସିନିୟର ଦଳ  କଳିଙ୍ଗ ଷ୍ଟାଡିୟମରେ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌  ଖେଳିଥିଲା । ଲେବାନନ, ଭାନୁଆଟୁ ଓ ମଙ୍ଗୋଲିଆ  ଏଥିରେ ସାମିଲ ହୋଇଥିଲେ । ରାଉଣ୍ଡ ରବିନ  ପର୍ଯ୍ୟାୟରେ ଭାରତ ୨-୦ରେ ମଙ୍ଗୋଲିଆକୁ, ୧-୦ରେ ଭାନୁଆଟୁକୁ ଏବଂ ଲେବାନନ ସହ  ଗୋଲଶୂନ୍ୟ ଡ୍ର’ ରଖିଥିଲା । ପୁଣି ଟେବୁଲର  ୨ ଶୀର୍ଷ ଦଳ ଲେବାନନ ଓ ଭାରତ ଫାଇନାଲ  ଖେଳିଥିଲେ । ଭାରତ ୨-୦ ଗୋଲରେ ବିଜୟୀ  ହୋଇ ଟ୍ରଫି ହାସଲ କରିଥିଲା ।  

ପଡ଼ିଆରେ ଶ୍ରେଷ୍ଠ  ପ୍ରଦର୍ଶନ କରିବା ଆମର  ଲକ୍ଷ୍ୟ: କାର୍ଲୋସ

କତାର ଦଳ ପ୍ରଥମ ଥର ପାଇଁ ଭାରତ ଗସ୍ତରେ  ଆସିଛି । କିନ୍ତୁ ଦଳର ମୁଖ୍ୟ କୋଚ୍‌ କାର୍ଲୋସ  କ୍ୟୁଏରିରୋଜ ଦ୍ୱିତୀୟ ଥର ଆସିଛନ୍ତି । ୨୦୧୫ରେ  ଇରାନ କୋଚ୍‌ ଥିବାବେଳେ ବେଙ୍ଗାଲୁରୁ ଆସିଥିଲେ ।  ସେ କହିଛନ୍ତି, ‘ଭାରତ ଆସି ବହୁତ ଖୁସି ଲାଗୁଛି ।  ଆମେ ଏହି ମ୍ୟାଚ୍‌କୁ ନେଇ ଉତ୍ସାହିତ ରହିଛୁ ।  ଘରୋଇ ଗ୍ରାଉଣ୍ଡରେ ଖେଳୁଥିବାରୁ ଘରୋଇ ଦଳ  ପାଇଁ ଏ ମ୍ୟାଚ୍‌ର ଗୁରୁତ୍ୱକୁ ମୁଁ ବୁଝି ପାରୁଛୁ ।  ପଡ଼ିଆରେ ଶ୍ରେଷ୍ଠ ପ୍ରଦର୍ଶନ ଦେବା ହେଉଛି ଆମର  ଲକ୍ଷ୍ୟ । ଅଧିକ ଗୋଲ ସ୍କୋର କରି ମ୍ୟାଚ୍‌ ଜିତିବା  ଉପରେ ଧ୍ୟାନ ଦେଉଛୁ । ଗତ ଚାରି ବର୍ଷ ହେବ  ଭାରତୀୟ ଦଳ ଉପରେ ମୁଁ ନଜର ରଖିଛି । ଦଳରେ  ବହୁ ଉନ୍ନତି ଆସିଥିବାର ଅନୁଭବ କରୁଛି ।’  

ଆମର ଟାର୍ଗେଟ ୩  ପଏଣ୍ଟ 

ହାସନ କତାର ଅଧିନାୟକ ହାସନ ଅଲ ହାୟଦୋସ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିବା ପରେ  ବହୁତ ଉତ୍ସାହିତ ରହିଛନ୍ତି । ଏଠାକାର ପରିବେଶ  ଏବଂ ଭିତ୍ତିଭୂମିକୁ ନେଇ ବେଶ ସକରାତ୍ମକ  ରହିଛନ୍ତି । ସେ କହିଛନ୍ତି, ‘ମୁଁ ପୂର୍ବରୁ ଭାରତୀୟ  ଦଳ ବିପକ୍ଷରେ ଖେଳିଛି । ଦଳ ଧୀରେ ଧୀରେ  ବହୁ ଉନ୍ନିତ କଲାଣି । ମଙ୍ଗଳବାରର ମ୍ୟାଚ୍‌ ଉପରେ ଆମର ଫୋକସ ରହିଛି । ଆମର ଟାର୍ଗେଟ  ହେଉଛି ମ୍ୟାଚ୍‌ ଜିତିବା ଏବଂ ପୂରା ୩ ପଏଣ୍ଟ  ହାସଲ କରିବା ।’

Copyright © 2022 - Summa Real Media Private Limited. All Rights Reserved.