ନୂଆଦିଲ୍ଲୀ : ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କ ଉପରେ ସରକାରଙ୍କ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇଛି। ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ଗୁଇନ୍ଦା ସଂସ୍ଥା –ଭାରତ ( FIU-IND) ମନି ଲଣ୍ଡରିଂ ମାମଲାରେ ପେଟିଏମ୍ ପେମେଣ୍ଟସ ବ୍ୟାଙ୍କ ଉପରେ ୫.୪୯ କୋଟି ଟଙ୍କାର ଜୋରିମନା ଲଗାଇଛି। କହି ରଖୁଛୁ କି , ପେଟିଏମ୍ ପେମେଣ୍ଟସ ବ୍ୟାଙ୍କ ପୂର୍ବରୁ ହିଁ କେନ୍ଦ୍ରୀୟ ରିଜର୍ଭ ବ୍ୟାଙ୍କର ପ୍ରତିବନ୍ଧକର ସାମନା କରୁଛି।
ନୂଆ ମାମଲାଟି କଣ –
ଶୁକ୍ରବାର ଏକ ବୟାନରେ ଅର୍ଥ ମନ୍ତ୍ରଣାଳୟ କହିଛି କି, FIU-IND କିଛି ପ୍ରମୁଖ ସୂଚନା ଆଧାରରେ ପେଟିଏମ୍ ପେମେଣ୍ଟସ ବ୍ୟାଙ୍କର ସମୀକ୍ଷା ଆରମ୍ଭ କରିଛି। FIUକୁ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଇଡି ଠାରୁ ଯେଉଁ ସୂଚନା ମିଳିଛି, ଏହି ମୁତାବିକ ଅନଲାଇନ୍ ଗ୍ୟାମ୍ୱଲିଂକୁ ଅର୍ଗାନାଇଜ କରିବା ବ୍ୟତୀତ ସର୍ଭିସ ପ୍ରୋଭାଇଡ କରିବା ସହ ଅନେକ ଅବୈଧ କାମରେ ଲିପ୍ତ କିଛି ସଂସ୍ଥା ପେଟିଏମ୍ ପେମେଣ୍ଟସ ବ୍ୟାଙ୍କରୁ ଟ୍ରାଜାକ୍ସନ କରିଛନ୍ତି। ଏହାପରେ FIU ଯାଞ୍ଚ ଆଧାରରେ ସମୀକ୍ଷା ଆରମ୍ଭ କରିଛି ଏବଂ ଏବେ ପେଟିଏମ୍ ବ୍ୟାଙ୍କ୍ ଉପର ଜୋରିମନା ଲଗାଯାଇଛି।
ଉକ୍ତ ଜୋରିମନାକୁ ନେଇ ପେଟିଏମ୍ ପେମେଣ୍ଟସ ବ୍ୟାଙ୍କର ପ୍ରବକ୍ତା କହିଛନ୍ତି, ଏହି ଜୋରିମନା ଏକ ବିଜନେସ୍ ସେଗମେଣ୍ଟର ମାମଲା ସହ ସମ୍ୱନ୍ଧିତ, ଯାହାକୁ ଦୁଇ ବର୍ଷ ପୂର୍ବେ ବନ୍ଦ କରି ଦିଆ ଯାଇଥିଲା। ଏହାପରେ ଆମେ ନିଜର ମନିଟରିଂ ସିଷ୍ଟମ ଓ ରିପୋର୍ଟିଂ ମେକାନିଜିମ୍କୁ ଦୃଢ କରିଛୁ।
ଏହି ମଧ୍ୟରେ ପେଟିଏମ୍କୁ ପରିଚାଳନା କରୁଥିବା କମ୍ପାନୀ ୱାନ୯୭ କମ୍ୟୁନିକେଶନ୍ସର ନିର୍ଦ୍ଦେଶକ ମଣ୍ଡଳ ସହଯୋଗୀ ୟୁନିଟ୍ ପେଟିଏମ୍ ପେମେଣ୍ଟସ ବ୍ୟାଙ୍କ ଉପରେ ଆରବିଆରର କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଉଭୟଙ୍କ ମଧ୍ୟରେ ଅନ୍ତର-କମ୍ପାନୀ ଚୁକ୍ତିକୁ ଶେଷ କରିବାକୁ ମଞ୍ଜୁରୀ ଦେଇଛି।