ମୁମ୍ବାଇ: ମହରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ନଓ୍ବାବ ମଲିକ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ନେତୃତ୍ବାଧୀନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ସାମିଲ ହେବାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ଏହା ଉପରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି । ସେ ଅଜତି ପାଓ୍ବାରଙ୍କୁ ଚିଠି ଲେଖି ନଓ୍ବାବ ମଲିକଙ୍କୁ ମେଣ୍ଟରେ ସାମିଲ କରିବା ଠିକ ହେବ ନାହିଁ ବୋଲି ପଡ଼ନାଭିସ ଜଣାଇଛନ୍ତି । ଦେବେନ୍ଦ୍ର ପଡ଼ନାଭିସ ଏହି ଚିଠିକୁ ନିଜ ସୋସିଆଲ ମିଡିଆ ପେଜରେ ମଧ୍ୟରେ ପୋଷ୍ଟ କରିଛନ୍ତି ।
ଚିଠିରେ ପଡ଼ପାଭିସ ଲେଖିଛନ୍ତି, ‘ନଓ୍ବାବ ମଲିକଙ୍କୁ ମେଣ୍ଟରେ ସାମିଲ କରିବା ଠିକ୍ ନୁହେଁ । ତାଙ୍କ ଉପରେ ଯେଉଁଭଳି ଅଭିଯୋଗ ରହିଛି ଏଭଳି ସ୍ଥିତିରେ ତାଙ୍କୁ ମେଣ୍ଟରେ ସାମିଲ କରିବା ଉଚିତ ହେବ ନାହିଁ ବୋଲି ମୁଁ ଭାବୁଛି । ସତ୍ତା ଆସେ ଯାଏ ହେଲେ ଦେଶ ମହତ୍ତ୍ବପୂର୍ଣ୍ଣ ।’ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ନଓ୍ବାବ ମଲିକ ବିଧାନ ମଣ୍ଡଳ ଆସିଲେ ଏବଂ କାର୍ଯ୍ୟକ୍ରମରେ ଭାଗ ନେଲେ । ବିଧାନସଭା ସଦସ୍ୟ ହୋଇଥିବାରୁ ଏହା ତାଙ୍କର ଅଧିକାର । ଏପରିକି ତାଙ୍କ ସହ ମୋର କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ ବୋଲି ପଡ଼ନାଭିସ କହିଛନ୍ତି ।
ସେପଟେ ତାଙ୍କ ଉପରେ ଯେଉଁ ସବୁ ଅଭିଯୋଗ ରହିଛି ଏହାକୁ ଦେଖିଲେ ତାଙ୍କୁ ମେଣ୍ଟରେ ସାମିଲ କରିବା ଉଚିତ ନୁହେଁ । ତାଙ୍କ ଉପରେ ଲାଗିଥିବା ଅଭଯୋଗ ଯଦି ଭୁଲ ପ୍ରମାଣିତ ହୁଏ ତେବେ ତାଙ୍କୁ ଆମେ ସ୍ବାଗତ କରାଯାଇ ପାରିବ ବୋଲି ଫଡ଼ନାଭିସ କହିଛନ୍ତି । ତେବେ ନଓ୍ବାବ ମଲିକ ନିର୍ଦ୍ଦୋଷ ସାବ୍ୟସ୍ତ ନହେବା ଯାଏଁ ତାଙ୍କୁ ମହାମେଣ୍ଟରେ ସାମିଲ କରିବା ଉଚିତ ନୁହେଁ ବୋଲି ଫଡ଼ନାଭିସ କହିଛନ୍ତି । ଏହା ସହ ଅଜିତ ପାଓ୍ବାରଙ୍କୁ ଏହା ଉପରେ ଧ୍ୟାନ ଦେବାକୁ ସେ ଅନୁରୋଧ ମଧ୍ୟ କରିଛନ୍ତି ।
ଫେବୃଆରି ୨୦୨୨ରୁ ଅଗଷ୍ଟ ୨୦୨୩ ଯାଏଁ ଜେଲରେ ଥିଲେ ନଓ୍ବାବ ମଲିକ । ଏବେ ସେ ସ୍ବାସ୍ଥ୍ୟଗତ ସମସ୍ୟା ଆଧାରରେ ଜାମିନରେ ଅଛନ୍ତି । ଏହା ପୂର୍ବରୁ ଅଜିତ ପାଓ୍ବାର କହିଥିଲେ ଯେ, ସେ ମଲିକଙ୍କୁ ଫୋନ୍ କରିଥିଲେ ଏବଂ ତାଙ୍କୁ ନାଗପୁରକୁ ସ୍ବାଗତ କରିଥିଲେ ।ସେ ଆହୁରି କହିଥିଲେ ଯେ, ନଓ୍ବାବ ମଲିକ ଜଣେ ବରିଷ୍ଠ ନେତା ହୋଇଥିବା ବେଳେ ତାଙ୍କ ନିଷ୍ପତ୍ତି ନେବାକୁ ସେ ସକ୍ଷମ ।
ଗୁରୁବାର ସକାଳେ ମଲିକ ବିଧାନସଭା ଅଧିବେଶନରେ ସାମିଲ ହେବାକୁ ନାଗପୁରରେ ପହଞ୍ଚିଥିଲେ । ସେ ଅଜିତ ପାଓ୍ବାରଙ୍କ ଗୋଷ୍ଠୀର ନେତାଙ୍କୁ ସାକ୍ଷାତ କରିଥିଲା । ବିଧାନସଭା ଅଧିବେଶନ ଆରମ୍ଭ ହେବା ପରେ ଆଜି ନଓ୍ବାବ ମଲିକଙ୍କୁ ଶାସକ ଦଳ ବିଧାୟକଙ୍କ ପଛରେ ବସିଥିଲେ । ଏହା ପରେ ନଓ୍ବାବ ମଲିକ ଅଜିତଙ୍କ ଗୋଷ୍ଠୀରେ ସାମିଲ ହେଲେ ବୋଲି ଚର୍ଚ୍ଚା ହୋଇଥିଲା । ହେଲେ ଏହା ଉପରେ ଶରଦ ପାଓ୍ବାରଙ୍କ ଗୋଷ୍ଠୀ କୌଣସି ପ୍ରତିକ୍ରିୟା ଦେବାକୁ ମନାକରି ଦେଇଛି । ଏହା ସହ ନଓ୍ବାବ ମଲିକ ଜଣେ ବରିଷ୍ଠ ନେତା ହୋଇଥିବାରୁ ସେ ଭାବିଚିନ୍ତି ନିଷ୍ପତ୍ତି ନେଇଥିବେ ବୋଲି ଶରଦ ପାଓ୍ବାରଙ୍କ ନେତୃତ୍ବାଧୀନ ଏନସିପି ପକ୍ଷରୁ କୁହାଯାଇଛି ।