ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବ୍ରହ୍ମପୁରରେ ନକଲି ଆର୍ମି ପୋଷାକ ବିକ୍ରି, ୪୮୮ମିଟର ୟୁନିଫର୍ମ ଜବତ

ବ୍ରହ୍ମପୁର, ୨୦/୦୨ : ବ୍ରହ୍ମପୁରରେ ନକଲି ଆର୍ମି ପୋଷାକ ବିକ୍ରି । ସେନା ଗୁଇନ୍ଦା ବିଭାଗ ଓ ବ୍ରହ୍ମପୁର ପୁଲିସ ପୁରୁଣା ବସ୍‌ଷ୍ଟାଣ୍ଡ ନିକଟ ଗଞ୍ଜାମ ଗ୍ୟାଲେକ୍ସିରେ ଚଢ଼ଉ କରି ଜବତ କରିଛି ନକଲି ଆର୍ମି ପୋଷାକ । ବ୍ରହ୍ମପୁର ଟାଉନ୍‌ ଥାନାରେ ୫୭/୨୪ରେ ଏକ ମାମଲା ରୁଜୁ ହୋଇଛି । ଗଞ୍ଜାମ ଗ୍ୟାଲେକ୍ସି ମାଲିକଙ୍କୁ ନୋଟିସ୍‌ କରାଯାଇଛି । ଏଭଳି ପୋଷାକ ନ ବିକିବାକୁ ପୁଲିସ ତାଗିଦ୍‌ କରିଛି । ଏହି କପଡ଼ା କୋଲକାତାରୁ ଆଣିଥିବା ବେଳେ ଲୁଧିଆନାରେ ପୋଷାକ ପ୍ରସ୍ତୁତ ହୋଇଥିବା ପୁଲିସ ନିକଟରେ ମାଲିକ ପ୍ରକାଶ କରିଛନ୍ତି । ଏହାର ତଦନ୍ତ ଜାରି ରଖିଛି ପୁଲିସ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି ଡା ସର୍‌ବଣା ବିବେକ ଏମ୍‌ । 

ଏସ୍‌ପିଙ୍କ ସୂଚନା ପ୍ରକାରେ, ଗୋପାଳପୁର ଆର୍ମି ଏଡି କଲେଜର ଜଣେ ଅଧିକାରୀ ଆର୍‌. ଡାଙ୍ଗି ବ୍ରହ୍ମପୁର ବୁଲି ଆସିଥିବା ବେଳେ ଗଞ୍ଜାମ ଗ୍ୟାଲେକ୍ସି ଷ୍ଟୋର୍‌ରେ ସେନାର ନୂଆ ଡିଜିଟାଲ୍‌ କମ୍ବୋଟ ୟୁନିଫର୍ମ ବିକ୍ରି ହେଉଥିବା ଦେଖିବାକୁ ପାଇଥିଲେ । ଏହି ଅତ୍ୟାଧୁନିକ ୟୁନିଫର୍ମ ଗତ ୨୦୨୨ ଜାନୁଆରୀ ୧୫ରୁ ପ୍ରସ୍ତୁତ ହୋଇଛି । ଏହାର ଯେପରି ଦୁରୂପଯୋଗ ନହୁଏ, ସୁରକ୍ଷା ଦୃଷ୍ଟିରୁ ଏହି ପୋଷାକର ପ୍ରସ୍ତୁତି ଓ ବିକ୍ରି ପାଇଁ ଇଣ୍ଟେଲେକ୍‌ଚ୍ୟୁଆଲ୍‌ ପ୍ରପୋର୍ଟି ରାଇଟ୍‌ସ (ଆଇପିଆର୍‌) କେବଳ ଆର୍ମି ପାଖରେ ରହିଛି । ତେଣୁ ଏହା କେବଳ ଯେ କୌଣସି ଆର୍ମି ୟୁନିଟ୍‌ ଅବା କ୍ୟାଣ୍ଟିନ୍‌ରେ ବିକ୍ରି ହୋଇପାରିବ । ସାଧାରଣ ଦୋକାନରେ ଏହି ପୋଷାକ ବିକ୍ରି ହୋଇପାରିବ ନାହିଁ । ସାଧାରଣ ଦୋକାନରେ ବିକ୍ରି ହେବା ଦ୍ୱାରା ଏହାର ଦୂରୁପଯୋଗ ହେବା ଆଶଙ୍କା ରହିଛି । ଏହି ଦୃଷ୍ଟିରୁ ଦୋକାନୀଙ୍କ ବିରୋଧରେ କେସ୍‌ ୫୭/୨୦୨୪ରେ ରୁଜୁ କରିଛି ପୁଲିସ । ଦୋକାନରୁ ୪୮୮ ମିଟରର ୟୁନିଫର୍ମ କପଡ଼ା ଜବତ କରିଥିଲା । ଯାହାର ଆନୁମାନିକ ମୂଲ୍ୟ ଲକ୍ଷେ ୨୦ ହଜାର ଟଙ୍କା ହେବ ବୋଲି ପୁଲିସ କହିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.