ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ରେଢ଼ାଖୋଲରେ ହାତୀ ଉପଦ୍ରବରେ ଚାଷୀ ଅତିଷ୍ଠ; ୭୨ପଲ ହାତୀ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ

ରେଢ଼ାଖୋଲ,୨୧/୧୧ : ରେଢ଼ାଖୋଲରେ ହାତୀ ଉପଦ୍ରବରେ ଚାଷୀ ଅତିଷ୍ଠ ହୋଇପଡ଼ିଛନ୍ତି । ଗତ ୫ଦିନ ହେବ ରେଢ଼ାଖୋଲ ବନଖଣ୍ଡର ବଡ଼ବହାଲ ରେଞ୍ଜର କୁକୁଡ଼ାବହାଳି, ଖଜୁରୀଝରଣ, ଝିଙ୍କି ଦଦାର, ଶିଶୁ ପର୍ଣ୍ଣ ହେମାମୁରା ସମେତ ବିଭିନ୍ନ ଗାଁରେ ୫୨ ପଲ ଓ ୨୨ପଲ ହାତୀଥିବା ଦୁଇ ହାତୀପଲ ଉପଦ୍ରବ କରିଛନ୍ତି । ବହୁ ଅମଳ ଯୋଗ୍ୟ ଧାନ ଫସଲ ଖାଇବା ସହ ମାଡ଼ି ଦଳି ନଷ୍ଟ କରି ଦେଉଛନ୍ତି । ଗ୍ରାମବାସୀ ରାତି ସାରା ଅନିଦ୍ରା ରହି ହାତୀପଲଙ୍କୁ ଘଉଡ଼ାଇବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ହାତୀପଲ ଆଦୌ ଖାତିର ନ କରି ଉପଦ୍ରବ କରୁଛନ୍ତି । ବନ ବିଭାଗକୁ ଖବର ଦେଲେ ମଧ୍ୟ ବନ କର୍ମଚାରୀ ଆସୁ ନ ଥିବାରୁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । 

 

Copyright © 2022 - Summa Real Media Private Limited. All Rights Reserved.