ପ୍ରମୁଖ ଖବର
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ଆଜି ଓୟୁଟିଆର୍‌ରେ ପ୍ରଥମ ସମାବର୍ତ୍ତନ ଉତ୍ସବ, ସଭାପତିତ୍ୱ କରିବେ ରାଜ୍ୟପାଳ
  • ||
  • ମଙ୍ଗଳବାର ୟୁପି ରାଜ୍ୟସଭା ନିର୍ବାଚନ, ବିଜେପିକୁ ସମର୍ଥନ କରିବେ ରାଜା ଭୈୟା
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||
  • ୨୯ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଉପସ୍ଥାପିତ ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ବିକେଟ୍ ବିଜୟୀ, ୟୁପି ୱାରିୟର୍ସର ଦ୍ୱିତୀୟ ପରାଜୟ
  • ||
  • ବୁଧବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଆଜି କାର୍‌କେଡ୍‌ ରିହର୍ସାଲ କରିବ ଓଡ଼ିଶା ପୁଲିସ୍‌
  • ||
  • ଶନିବାର ବାରବାଟୀ ଷ୍ଟାଡିୟମ୍‌ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ୪୧ଟି କ୍ରିକେଟ୍‌ ଏକାଡେମୀ ହେବ ଲୋକାର୍ପଣ
  • ||
  • ଆସନ୍ତା ୩ ତାରିଖ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ମଣ୍ଡି ଆରମ୍ଭରୁ ଚାଷୀ ଅସନ୍ତୋଷ : ମଣ୍ଡିରେ ନିୟୋଜିତ ଶ୍ରମିକ କ୍ୱିଣ୍ଟାଲ ପିଛା ୫ ଟଙ୍କା ଦାବି କରୁଥିବା ଅଭିଯୋଗ

କୋକସରା, ୩୦/୧୧ : କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ୨୯ ତାରିଖ ଠାରୁ ଜିଲ୍ଲା ରେ ଖରିଫ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହୋଇଛି। କୋକସରା ବ୍ଲକ ସଦର ମହକୁମା ଧାନ ମଣ୍ଡି ରେ ନିୟୋଜିତ ଶ୍ରମିକ ମାନେ ଚାଷି ଙ୍କ ଧାନ ଓଜନ ଓ ପରିବହନ ପାଇଁ କ୍ୱିଣ୍ଟାଲ ପିଛା ୫ ଟଙ୍କା ଦାବି କରୁଥିବା ନେଇ ଅଭିଯୋଗ ହୋଇଛି। 

ମଣ୍ଡି ରେ ନିୟୋଜିତ ଶ୍ରମିକ ଙ୍କୁ କ୍ୱିଣ୍ଟାଲ ପିଛା ଗତବର୍ଷ  ୮ ଟଙ୍କା ୪୭ ପଇସା ମଜୁରୀ ରହିଥିବା ବେଳେ ଶ୍ରମିକଙ୍କ ଦାବି ଚଳିତ ବର୍ଷ ଠାରୁ  ତାହା ୧୩ ଟଙ୍କା ୧୮ ପଇସା କୁ ବୃଦ୍ଧି ହୋଇଥିବା ନେଇ ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି । ଏପରି ସ୍ଥଳେ ମଣ୍ଡି ରେ ନିୟୋଜିତ ଶ୍ରମିକ ମାନେ  ଚାଷୀ ଙ୍କ ଠାରୁ କ୍ୱିଣ୍ଟାଲ ପିଛା ୫ ଟଙ୍କା ଦାବି କରୁଥିବା କୁ ନେଇ ତୀବ୍ର ଅସନ୍ତୋଷ କରିଛନ୍ତି ଚାଷୀ। ଗୋଟିଏ ପଟେ କଟନୀ ଛଟନୀ ନାଁ ରେ କ୍ୱିଣ୍ଟାଲ ପ୍ରତି ୫ ରୁ ୭ କେଜି କରୁଥିବା ବେଳେ ଶ୍ରମିକଙ୍କ ଏହି ଦାବୀ କୁ ନେଇ ଚାଷୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। 

ଏନେଇ ଗୁରୁବାର  କୋକସରା ବ୍ଲକ ସଚେତନ କୃଷକ ମଞ୍ଚ ଚାଷୀନେତା ଶିଵ ପ୍ରସାଦ ପ୍ରଧାନୀ ଙ୍କ ନେତୃତ୍ୱରେ ଚାଷୀ ଲକ୍ଷ୍ମୀ ନାରାୟଣ ପ୍ରଧାନୀ, ବିଜୟ ସାହୁ ସୁବୋଧ ପ୍ରଧାନୀ, ଲଲାଟେନ୍ଦୁ ପ୍ରଧାନୀ, ଦେବରାଜ ପଣ୍ଡା,ପଞ୍ଚକ ପୋଢ଼, ସୁବୋଧ ପଣ୍ଡା, ଦୈତାରି ବାରିକ,ପ୍ରମୋଦ ଦାସ, କ୍ଷୀରସିନ୍ଧୁ ନେଗି,ଉତ୍ତମ ପ୍ରଧାନୀ,ନାଗରାଜ ପ୍ରଧାନୀ, ପରମେଶ୍ବର ପାଣିଗ୍ରାହୀ ଇଶରାମ ବାଗ ଓ ଅନ୍ୟ ଚାଷି କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ ଙ୍କୁ ଭେଟି ଲିଖିତ ଅଭିଯୋଗ ସହ ପଦକ୍ଷେପ ଗ୍ରହଣ କରିବା କୁ ଦାବି କରିଛନ୍ତି। ଏନେଇ କୋକସରା ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ ଙ୍କ ପ୍ରତିକ୍ରିୟା ନେବାରୁ ଆମ ପାଖରେ ଅଭିଯୋଗ ଆସିନାହିଁ, ମଣ୍ଡି ଶ୍ରମିକଙ୍କ ଦାବି ଓ ଚାଷି ଙ୍କ ଅଭିଯୋଗ ନେଇ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.