ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କୃଷକଙ୍କ ‘ଦିଲ୍ଲୀ ଚଲୋ’ ଡାକରା, ସୀମା ସିଲ୍; ଚାଷୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୧୨/୦୨: ଏକାଧିକ ଦାବି ନେଇ ଦିଲ୍ଲୀ ଚଲୋ ଡାକରା ଦେଇଛନ୍ତି ୨୦୦ରୁ ଅଧିକ ଚାଷୀ ସଂଗଠନ । ଦିଲ୍ଲୀ ସୀମାରେ କୃଷକ ଏକାଠି ହେଉଥିବା ବେଳେ ସିଂଘୁ, ଘାଜିପୁର ଏବଂ ଟିକ୍ରି ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆ ଯାଇଛି । ଚାଷୀଙ୍କ ବଡ଼ ସମାବେଶକୁ ଅଟକାଇବା ଲାଗି ସୀମାକୁ ସିଲ୍ କରି ଦେଇଛି ।

ଚାଷୀଙ୍କୁ ଦିଲ୍ଲୀ ପ୍ରବେଶ ନ କରାଇଦେବା ଲାଗି ସୀମାରେ ସୁରକ୍ଷା ବ୍ୟାରିକେଡ୍ ଲଗା ଯାଇଛି । ଶହ ଶହ ଚାଷୀ ଗାଡ଼ି ନେଇ ଯେଭଳି ରାଷ୍ଟ୍ରୀୟ ରାଜଧାନୀରେ ପ୍ରବେଶ ନ କରି ପାରିବେ ସେଥିପାଇଁ ରାସ୍ତାରେ ନଖ ଆକୃତିର କଣ୍ଟାକୁ ପୋତି ଦିଆ ଯାଇଛି । ଫଳରେ ଚାଷୀଙ୍କ ଗାଡ଼ି ପ୍ରବେଶ କଲେ ପଙ୍କଚର୍ ହୋଇଯିବ ।

ଦିଲ୍ଲୀକୁ ଲାଗି ରହିଥିବା ପ୍ରତ୍ୟେକ ସୀମାରେ ୧ ହଜାରରୁ ୧୫୦୦ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି । ସ୍ଥିତିକୁ ଦେଖି ସୁରକ୍ଷା ବ୍ୟବସ୍ଥାରେ ଆହୁରି ପରିବର୍ତ୍ତନ ଅଣାଯିବ ବୋଲି କହିଛନ୍ତି ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀ । ବସଷ୍ଟାଣ୍ଡ, ମେଟ୍ରୋ ଷ୍ଟେସନ, ରେଲୱେ ଷ୍ଟେସନ୍ ସହ ରାସ୍ତାରେ ଚାଷୀଙ୍କ ଉପରେ ନଜର ରଖିବା ଲାଗି ଏକାଧିକ ଟିମ୍ ଗଠନ କରାଯାଇଛି । ଚାଷୀ ଯେଭଳି କୌଣସି ମାଧ୍ୟମ ଦେଇ ଦିଲ୍ଲୀକୁ ପ୍ରବେଶ ନ କରି ପାରବେ ସେଥିପ୍ରତି ଧ୍ୟାନ ଦିଆଯାଇଛି ।

ପଞ୍ଜାବ-ହରିୟାଣା ସୀମାରେ ଥିବା ଆମ୍ବଲା, ଜିନ୍ଦ ଓ ଫତେହବାଦକୁ ସିଲ୍ କରି ଦିଆଯାଇଛି । ସେପଟେ ହରିୟାଣା ସରକାର ୭ ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍ ଓ ମେସେଜ୍ ସେବା ବନ୍ଦ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଚାଷୀଙ୍କ ମହାସମାବେଶକୁ ଦୃଷ୍ଟିରେ ରଖି ଏସବୁ ପଦକ୍ଷେପ ନିଆ ଯାଇଛି ।

ଦିଲ୍ଲୀକୁ ଲାଗି ରହିଥିବା ଉତ୍ତରପ୍ରଦେଶ ସୀମାରେ ଜନଗହଳି ଉପରେ କଟକଣା ଲଗା ଯାଇଛି । କେନ୍ଦ୍ର ରାଷ୍ଟ୍ର କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା, କେନ୍ଦ୍ର ରାଷ୍ଟ୍ର ଗୃହ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଓ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ୍ ଆଜି ଚାଷୀ ସଂଗଠନର ନେତାଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । 

ଏହା ପୂର୍ବରୁ ସରକାରଙ୍କ ସହ ଚାଷୀ ସଂଗଠନ ଗୁରୁବାର ପ୍ରଥମ ପର୍ଯ୍ୟାୟ ଆଲୋଚନା କରିଥିଲେ । ମଙ୍ଗଳବାର ହେବାକୁ ଥିବା ମହାସମାବେଶରେ ପ୍ରାୟ ୨୦୦ ଚାଷୀ ସଂଗଠନ ସାମିଲ୍ ହେବା ସମ୍ଭାବନା ରହିଛି । ଚାଷୀଙ୍କ ଏକାଧିକ ଦାବି ମଧ୍ୟରେ ପ୍ରମୁଖ ହେଉଛି ଫସଲର ସର୍ବନିମ୍ନ ମୂଲ୍ୟ (MSP) ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.