ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ବୟାନ: ଘର ଭାଙ୍ଗିଦେବା ଏବେ ଫ୍ୟାଶନ୍‌ ପାଲଟିଛି, ପୀଡ଼ିତାଙ୍କୁ ୧ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ଭୋପାଳ ୧୧/୦୨: ଉଚିତ୍‌ ପ୍ରକ୍ରିୟା ପାଳନ ବିନା କାହାର ଘର ଭାଙ୍ଗିବା ସ୍ଥାନୀୟ ପ୍ରଶାସନ ଓ ନଗରନିଗମ ପାଇଁ ଏବେ  ‘ଫ୍ୟାଶନ୍‌’ ହୋଇଗଲାଣି । ଜଣେ ମହିଳା ରାଧା ଲାଙ୍ଗରିଙ୍କ ଅଭିଯୋଗ  ସଂପର୍କରେ ଶୁଣାଣି କରି ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚ  ଏଭଳି ମନ୍ତବ୍ୟ ଦେଇଛନ୍ତି ।  

ଲାଙ୍ଗରି ଉଜ୍ଜୟିନୀ ନଗର  ନିଗମ ପକ୍ଷରୁ ବେଆଇନ୍‌  ଭାବେ ତାଙ୍କର ଘର ଭଙ୍ଗାଯାଇଥିବା ନେଇ ଅଭିଯୋଗ କରିଥିଲେ ।  କୋର୍ଟ ଏହି ମାମଲାର ଶୁଣାଣି କରି ପୀଡିତାଙ୍କ ସପକ୍ଷରେ ରାୟ  ଦେଇଛନ୍ତି । ତାଙ୍କୁ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବାକୁ ମଧ୍ୟ  କହିଛନ୍ତି । ଏହି ସମୟରେ ଜଷ୍ଟିସ୍‌ ବିବେକ ରୁସିଆଙ୍କ ଖଣ୍ଡପୀଠ  କହିଛନ୍ତି, ‘ବିଧ୍ୱଂସ’ ଅନ୍ତିମ ବିକଳ୍ପ ହେବା ଆବଶ୍ୟକ । ଅବଶ୍ୟ  ଅ।।ବଶ୍ୟକୀୟ ଅନୁମତି ବିନା କିମ୍ବା ନିୟମ ପାଳନ ନକରି କାହାରିକୁ  ଘର ବନାଇବାର ଅଧିକାର ନାହିଁ ବୋଲି କୋର୍ଟ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.