ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଡକାୟତି ଉଦ୍ୟମ ପଣ୍ଡ, ଦୁର୍ବୃତ୍ତଙ୍କ ଆକ୍ରମଣରେ ବାପ-ପୁଅ ଆହତ

ଝାରସୁଗୁଡ଼ା, ୦୭/୧୨ : ଡକାୟତି ଉଦ୍ୟମ ପଣ୍ଡ। ଝାରସୁଗୁଡ଼ା କନକତୋରା ଗାଁରେ ଡକାୟତି ଉଦ୍ୟମ କରି ବାପ-ପୁଅଙ୍କୁ ମରଣାନ୍ତକ ଆକ୍ରମଣ। ଗୁରୁତର ଅବସ୍ଥାରେ ବାପ-ପୁଅଙ୍କୁ ରାୟଗଡ଼ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ରେଙ୍ଗାଲି ପୋଲିସ ପହଞ୍ଚି ଛାନଭିନ୍ କରୁଛି।

ସୂଚନାନୁଯାୟୀ, ବୁଧବାର ରାତିରେ କନକତୋରା ଗାଁର ହୃଦାନନ୍ଦ ବିଶ୍ବାଳଙ୍କ ଘରକୁ ୫ ରୁ ୬ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ପଶି ଡକାୟତି ଉଦ୍ୟମ କରିଥିଲେ। ସେମାନଙ୍କୁ ବିରୋଧ କରିବାରୁ ଦୁର୍ବୃତ୍ତମାନେ ହୃଦାନନ୍ଦଙ୍କୁ ଛୁରାମାଡ଼ କରିଥିଲେ। ବାପାଙ୍କୁ ବଞ୍ଚାଇବାକୁ ଯାଇ ପୁଅ ଆତିଶ ବିଶ୍ଵାଳ ଆହତ ହୋଇଥିଲେ। ଏହି ସମୟରେ ମୋବାଇଲ୍ ରିଙ୍ଗ୍ ହେବାରୁ ପୋଲିସ ଆସୁଥିବା ସନ୍ଦେହ କରି ଡକାୟତମାନେ ଫେରାର୍ ହୋଇଯାଇଥିଲେ। ଖବର ପାଇ ରେଙ୍ଗାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛି। ଉଭୟ ବାପା-ପୁଅଙ୍କୁ ରାୟଗଡ଼ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.