ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କର୍କଟ ଓ ଅଲ୍‌ସର ଭଳି ରୋଗର ଆଶଙ୍କା ବଢାଉଛି ଚର୍ବିଯୁକ୍ତ ଖାଦ୍ୟ, ସଦ୍ୟ ଅଧ୍ୟୟନରୁ ଖୁଲାସା

ନୂଆଦିଲ୍ଲୀ ୦୮/୦୨: ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ସଦ୍ୟ ଅଧ୍ୟୟନ ଚିନ୍ତା ବଢ଼ାଇଛି । ଅଧ୍ୟୟନ ଅନୁସାରେ, ଉଚ୍ଚ ଚର୍ବିଯୁକ୍ତ ଖାଦ୍ୟ କେବଳ ମୋଟା କରୁନାହିଁ, ବରଂ ଏହା ଯୋଗୁ କର୍କଟ ଓ ଅଲ୍‌ସର ଭଳି ରୋଗର ଆଶଙ୍କା ବଢୁଛି । ସେତିକି ନୁହେଁ, ଏହି ଉଚ୍ଚ ଚର୍ବିଯୁକ୍ତ ଖାଦ୍ୟ ଆଗାମି ପିଢ଼ିର ପ୍ରତିରକ୍ଷା ପ୍ରଣାଳୀ ଓ ମସ୍ତିଷ୍କକୁ ଦୁର୍ବଳ କରୁଛି । ଆଗାମି ପିଢ଼ିର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ କେମିତି ହେବ, ତାହା ଆପଣଙ୍କ ଥାଳିରେ ପରସାଯାଉଥିବା ଖାଦ୍ୟ ନିଷ୍ପତ୍ତି ନେବ ବୋଲି ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି । 

ଫ୍ୟାଟ୍‌ ବା ଚର୍ବି ନାଁ ଶୁଣିବା ମାତ୍ରେ ସର୍ବପ୍ରଥମେ ‘ଓଜନ’ ଶବ୍ଦ ମନକୁ ଆସେ । କିନ୍ତୁ ଚର୍ବି ଆପଣଙ୍କ ଶରୀର ପାଇଁ ସବୁଠୁ ବଡ଼ ଶକ୍ତିର ସ୍ରୋତ । ୧ ଗ୍ରାମ୍‌ କାର୍ବୋହାଇଡ୍ରେଟ୍‌ ଓ ୧ ଗ୍ରାମ୍‌ ପ୍ରୋଟିନ୍‌ରୁ ଆମକୁ ୪ କ୍ୟାଲୋରି ମିଳେ । ୧ ଗ୍ରାମ୍‌ ଚର୍ବିରୁ ଆମକୁ ଦି’ଗୁଣା ଅର୍ଥାତ୍‌ ୮ କ୍ୟାଲୋରି ମିଳେ । ଆଜିକାଲି ଲୋକେ ଓଜନ ବଢ଼ାଇବାକୁ କିମ୍ବା ସୁସ୍ଥ ରହିବାକୁ ଉଚ୍ଚ ଚର୍ବିଯୁକ୍ତ ଖାଦ୍ୟ ଖାଉଛନ୍ତି । କିନ୍ତୁ ଆବଶ୍ୟକଠୁ ଅଧିକ ଚର୍ବିଯୁକ୍ତ ଖାଦ୍ୟ ଶରୀର ପାଇଁ ହାନିକାରକ ହୋଇପାରେ । ଏ ପ୍ରକାର ଖାଦ୍ୟ ଅନେକ ସମୟରେ ଗମ୍ଭୀର ରୋଗ ଆଣେ । ଅଧିକ ସମୟ ପର୍ଯ୍ୟନ୍ତ ଉଚ୍ଚ ଚର୍ବିଯୁକ୍ତ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଶରୀରରେ ଗ୍ରୋଥ୍‌ ହର୍ମୋନ କମିଯାଏ । ଫଳରେ ଶରୀରର ବିକାଶ ଧୀମା ହେବାକୁ ଲାଗେ ।

ବିଶ୍ୱରେ ଦ୍ରୁତ ବୃଦ୍ଧି ପାଉଥିବା ସମସ୍ୟା ମଧ୍ୟରେ ମେଦବହୁଳତା ଅନ୍ୟତମ । ଅଧିକ ଉଚ୍ଚ ଚର୍ବିଯୁକ୍ତ ଖାଦ୍ୟ ଦ୍ୱାରା କୋଲେଷ୍ଟରଲ୍‌ ବୃଦ୍ଧି, ଉଚ୍ଚ ରକ୍ତଚାପ ଓ ନିଦ୍ରାହୀନତା ଭଳି ରୋଗର ଆଶଙ୍କା ବଢ଼େ । ଉତ୍ତମ ଖାଦ୍ୟ ଆମ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରେ । କିନ୍ତୁ ସଦ୍ୟ ଅଧ୍ୟୟନ ଅନୁସାରେ, ଆମ ଜିନ୍‌ ଉପରେ ଏହା ଗଭୀର ପ୍ରଭାବ ପକାଏ । ଆଗାମି ପିଢ଼ିର ପ୍ରତିରକ୍ଷା ପ୍ରଣାଳୀ କିଭଳି ହେବ, ଏହା ଆମ ବର୍ତ୍ତମାନର ଖାଦ୍ୟପେୟ ଅଭ୍ୟାସ ଉପରେ ନିର୍ଭର କରେ । ଉଚ୍ଚ ଚର୍ବିଯୁକ୍ତ ଖାଦ୍ୟ ଯୋଗୁ ଅବସାଦ ଓ ମାନସିକ ଚାପ ଆଶଙ୍କା ବଢ଼େ । 

କିଛି ଲୋକ ସ୍ମରଣ ଶକ୍ତି ହ୍ରାସ ସମସ୍ୟାର ମଧ୍ୟ ସମ୍ମୁଖୀନ ହୁଅନ୍ତି । ଅନେକ ସମୟରେ ଉଚ୍ଚ ଚର୍ବିଯୁକ୍ତ ଖାଦ୍ୟ ମସ୍ତିଷ୍କ ପ୍ରଦାହର କାରଣ ହୁଏ । ଖାଦ୍ୟରେ ଆମେ ୪ ପ୍ରକାର ଚର୍ବି ଗ୍ରହଣ କରୁ, ଯାହା ଶରୀରକୁ ଯାଇ ଆମକୁ ଶକ୍ତିଶାଳୀ ବା ଦୁର୍ବଳ କରେ । ଏହି ୪ ପ୍ରକାର ଚର୍ବି ହେଉଛି- ସାଚୁରେଟେଡ୍‌ ଫ୍ୟାଟ୍‌, ପଲିଅନ୍‌ସାଚୁରେଟେଡ୍‌ ଫ୍ୟାଟ୍‌, ମୋନୋଅନ୍‌ସାଚୁରେଟେଡ୍‌ ଫ୍ୟାଟ୍‌ ଓ ଟ୍ରାନ୍ସ ଫ୍ୟାଟ୍‌ । ଟ୍ରାନ୍ସ ଫ୍ୟାଟ୍‌ ସବୁଠୁ ବିପଦପୂର୍ଣ୍ଣ ଚର୍ବି । ଭେଜିଟେବଲ ଅଏଲ୍‌ରେ ଏହି ଚର୍ବି ଥାଏ । ଏହା ଖରାପ କୋଲେଷ୍ଟରଲ ବଢ଼ାଏ ଏବଂ ଭଲ କୋଲେଷ୍ଟରଲ ହ୍ରାସ କରେ । ଏହା ଯୋଗୁ ଷ୍ଟ୍ରୋକ୍‌ ଓ ହୃଦ୍‌ ସମ୍ବନ୍ଧୀୟ ସମସ୍ୟା ଆଶଙ୍କା ବେଶି ଥାଏ । ବଜାରରେ ଉପଲବ୍ଧ ସମସ୍ତ ପ୍ୟାକେଟ୍‌ ଖାଦ୍ୟ ଯଥା- କେକ୍‌, କୁକିଜ୍‌, ପେଷ୍ଟ୍ରି, ଆଇସ୍‌କ୍ରିମ୍‌, ଛଣା ଖାଦ୍ୟ, ବର୍ଗର୍‌ ଓ ପିଜ୍ଜା ଆଦିରେ ଟ୍ରାନ୍ସ ଫ୍ୟାଟ୍‌ ଥାଏ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.